ଭୁବନେଶ୍ବର: ଦେଶର ସବୁଠାରୁ ସଫଳ ସାମାଜିକ-ଆର୍ଥିକ ଆନ୍ଦୋଳନ ହେଉଛି ବିଜେଡି । ବିଜେଡିର ମୂଳ ମନ୍ତ୍ର ସେବା । ବିଜୁ ବାବୁଙ୍କ ଆଦର୍ଶରେ ଆମେ ସବୁବେଳେ ସେବା ମନୋଭାବ ନେଇ କାମ କରିଚାଲିଛୁ । ଏଥିପାଇଁ ଓଡିଶାବାସୀ ଆମକୁ ଆରମ୍ଭରୁ ଆଶୀର୍ବାଦ ଦେଇ ଆସିଛନ୍ତି । ଏହି ଆଶୀର୍ବାଦ ସହ ରହିଛି ବହୁତ ବଡ ଦାୟିତ୍ବ । ଏହି ଦାୟିତ୍ବକୁ ଠିକ ଭାବେ ପାଳନ କରିବା ପାଇଁ ତୃଣମୂଳ ସ୍ତରରୁ ଆମର କର୍ମୀ ଓ ଆମର ବିଭିନ୍ନ ସ୍ତରର ନେତାମାନେ ନିଷ୍ଠାର ସହ କାମ କରୁଛନ୍ତି । ଏହା କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ସାମିଲ ହୋଇ ନବୀନ ଏହା କହିଛନ୍ତି ।
ଅଧିକ ପଢନ୍ତୁ- ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ୨୭ ପ୍ରସ୍ତାବ ପାରିତ; ବିରୋଧୀଙ୍କ ପାଖରେ ନାହିଁ ପ୍ରସଙ୍ଗ: ନବୀନ
ନବୀନ କହିଛନ୍ତି ଯେ, ଆଜି ବିଜେଡିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ବୈଠକକୁ ମୁଁ ସମସ୍ତଙ୍କୁ ସ୍ବାଗତ କରୁଛି । ଓଡିଶାବାସୀ ଏତେ ବର୍ଷ ଧରି ଆମକୁ ସେବାର ସୁଯୋଗ ଦେଇଛନ୍ତି । ସେଥିପାଇଁ ପ୍ରିୟ ଓଡିଶାବାସୀଙ୍କ ନିକଟରେ ମୁଁ ସବୁବେଳେ ଋଣୀ । ଓଡିଶାବାସୀଙ୍କ ନିକଟରେ ଆମ ଦଳର ବାର୍ତ୍ତା ପହଞ୍ଚାଇବା ପାଇଁ ବିଜେଡିର ଲକ୍ଷ ଲକ୍ଷ କର୍ମୀ ନିଷ୍ଠାର ସହ କାମ କରିଆସୁଛନ୍ତି । ସେମାନଙ୍କୁ ମୋର ପ୍ରଣାମ । ସମସ୍ତଙ୍କୁ ଏକାଠି କରି ଦଳକୁ ଆଗେଇ ନେବା ପାଇଁ ଦିନ ରାତି କାମ କରୁଥିବା ନେତୃମଣ୍ଡଳୀଙ୍କୁ ମୋର ପ୍ରଣାମ କରୁଛି । ଆମ ଦଳ ମହିଳା ସଶକ୍ତିକରଣରେ ବିଶ୍ବାସ କରେ । ସବୁବେଳେ ଆମେ ମା'ମାନଙ୍କ କଲ୍ୟାଣକୁ ଗୁରୁତ୍ବ ଦେଇ ଆସିଛୁ । ତେଣୁ ବହୁ ସଂଖ୍ୟାରେ ମା ମାନେ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ମା' ମାନଙ୍କ ନେତୃତ୍ବ ନେଉଥିବା ଆମର ମହିଳା ନେତୃତ୍ୱକୁ ମୋର ପ୍ରଣାମ । ମା ମାନଙ୍କ ପସନ୍ଦ ବିଜୁ ଜନତା ଦଳ । ଛାତ୍ର ଓ ଯୁବଶକ୍ତିର ପସନ୍ଦ ବିଜୁ ଜନତା ଦଳ । ଓଡିଶାବାସୀଙ୍କ ପସନ୍ଦ ବିଜୁ ଜନତା ଦଳ ।
ସମସ୍ତେ କହୁଛନ୍ତି ବିଜେଡି ଏକ ସଫଳ ଆଞ୍ଚଳିକ ରାଜନୈତିକ ଦଳ । କିନ୍ତୁ ମୁଁ ସବୁବେଳେ କହିଆସିଛି ଯେ, ଦେଶର ସବୁଠାରୁ ସଫଳ ସାମାଜିକ-ଆର୍ଥିକ ଆନ୍ଦୋଳନ ହେଉଛି ବିଜେଡି । ଆମ ଦଳର ମୂଳ ମନ୍ତ୍ର ସେବା । ବିଜୁ ବାବୁଙ୍କ ଆଦର୍ଶରେ ଆମେ ସବୁବେଳେ ସେବା ମନୋଭାବ ନେଇ କାମ କରିଚାଲିଛୁ । ଏଥିପାଇଁ ଓଡିଶାବାସୀ ଆମକୁ ଆରମ୍ଭରୁ ଆଶୀର୍ବାଦ ଦେଇ ଆସିଛନ୍ତି । ଏହି ଆଶୀର୍ବାଦ ସହ ରହିଛି ବହୁତ ବଡ ଦାୟିତ୍ବ । ଏହି ଦାୟିତ୍ବକୁ ଠିକ ଭାବେ ପାଳନ କରିବା ପାଇଁ ତୃଣମୂଳ ସ୍ତରରୁ ଆମର କର୍ମୀ ଓ ଆମର ବିଭିନ୍ନ ସ୍ତରର ନେତାମାନେ ନିଷ୍ଠାର ସହ କାମ କରୁଛନ୍ତି ।