ଓଡିଶା

odisha

ETV Bharat / state

କଂଗ୍ରେସ ନେତା ବିଜୟ ପଟ୍ଟନାୟକଙ୍କ ମୁହଁରେ ବିଜେପିର ଭାଷା: ବିଜେଡି - ବିଜେଡି ମୁଖପାତ୍ର ଲେନିନ ମହାନ୍ତି

କଂଗ୍ରେସ ଦଳରେ ଯୋଗଦେବା ପରେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ତେବେ ଏହାର ଜବାବ ରଖିଛି ବିଜେଡି । ବିଜୟ ଅବସର ପରେ କ୍ଷମତାରେ ରହିବାକୁ ବ୍ୟାକୁଳ ଥିଲେ ବୋଲି ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଅଧିକ ପଢ଼ନ୍ତୁ

ବିଜେଡି ମୁଖପାତ୍ର ଲେନିନ ମହାନ୍ତି
ବିଜେଡି ମୁଖପାତ୍ର ଲେନିନ ମହାନ୍ତି

By

Published : Feb 14, 2023, 3:03 PM IST

ବିଜେଡି ମୁଖପାତ୍ର ଲେନିନ ମହାନ୍ତି

ଭୁବନେଶ୍ବର: କଂଗ୍ରେସ ଦଳରେ ଯୋଗଦେଇ ପ୍ରଥମଥର ଲାଗି ସାମ୍ବାଦିକ ସମ୍ମିଳନୀ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଏଥିରେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ତେବେ କଂଗ୍ରେସ ନେତା ବିଜୟ ପଟ୍ଟନାୟକଙ୍କ ମୁହଁରେ ବିଜେପିର ଭାଷା ବୋଲି କହିଛି ବିଜେଡି । ଏହା ସହିତ ବିଜୟ ଅବସର ପରେ କ୍ଷମତାରେ ରହିବାକୁ ବ୍ୟାକୁଳ ଥିଲେ ବୋଲି ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

କଂଗ୍ରେସରେ ଯୋଗଦେବା ପରେ ସୋମବାର ଓଡ଼ିଶା ଫେରିଛନ୍ତି ଅବସରପ୍ରାପ୍ତ ପ୍ରଶାସକ ବିଜୟ ପଟ୍ଟନାୟକ । ନିକଟରେ ଦିଲ୍ଲୀ ଯାଇ ସେ AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ, ସାଧାରଣ ସମ୍ପାଦକ କେସି ବେଣୁ ଗୋପାଳ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି । ତେବେ ରାଜନୀତିରେ ପ୍ରବେଶ କରୁ କରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ବିଜୟ । ରାଜ୍ୟରେ ସରକାର ବଦଳିବା ଆବଶ୍ୟକ ବୋଲି ସେ କହିଥିଲେ । ତେବେ ଏହାର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ବିଜେଡି ସହାୟତାରେ ରାଜ୍ୟସଭା ଯିବାକୁ ବିଜୟ ଚାହୁଁଥିଲେ ବୋଲି ଲେନିନ କହିଛନ୍ତି । ଲେନିନ କହିଛନ୍ତି, "ଦିଲ୍ଲୀରୁ ଫେରି ବିଜୟ ଆଜି ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ ଯେଉଁ ବକ୍ତବ୍ୟ ରଖିଛନ୍ତି ତାହା ଶୁଣି ଲାଗିଲା, କଂଗ୍ରେସ ନୁହେଁ, ବିଜେପିର ମୁଖପାତ୍ର ଭାବେ ବିଜୟ କଥା ହେଉଛନ୍ତି । ସମସ୍ତେ ଭଲ ଭାବେ ଜାଣନ୍ତି, ସରକାରୀ ଚାକିରିରୁ ଅବସର ନେବା ପରେ ବିଜୟ ରାଜନୀତିରେ ଯୋଗଦେଇ କ୍ଷମତାରେ ରହିବା ପାଇଁ କେତେ ବ୍ୟାକୁଳ ଥିଲେ । ଏଥିପାଇଁ ସେ ବିଜୁ ଜନତା ଦଳରେ ଯୋଗଦେଇ ରାଜ୍ୟସଭା ଯିବାକୁ ଚାହୁଁଥିଲେ । ମାତ୍ର ତାହା ସମ୍ଭବ ନହେବାରୁ ସେ ଶେଷରେ ବୁଲିବୁଲି କଂଗ୍ରେସ ଦଳରେ ଯୋଗଦେଲେ । ଏବେଠୁ ଜଣାପଡୁଛି, ଭବିଷ୍ୟତରେ ମଧ୍ୟ ସେ କଂଗ୍ରେସରେ ରହି ବିଜେପିର ମୁଖପାତ୍ର ଭଳି କାମ କରିବେ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details