ଓଡିଶା

odisha

ସମ୍ବେଦନଶୀଳ ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ରାଜନୀତି ନକରନ୍ତୁ ଧର୍ମେନ୍ଦ୍ର : ବିଜେଡି

By

Published : Apr 13, 2023, 9:01 PM IST

ସମ୍ବଲପୁରରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଛି । ଏଭଳି ସମୟରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଦଳରେ ଏହାକୁ ନଷ୍ଟ ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହୀନ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । କହିଲେ ରାଜ୍ୟବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଆଇନହୀନ ବ୍ୟକ୍ତି କହିବା ଦୁର୍ଭାଗ୍ୟଜନକ । ଅଧିକ ପଢନ୍ତୁ

ସମ୍ବେଦନଶୀଳ ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ରାଜନୀତି ନକରନ୍ତୁ ଧର୍ମେନ୍ଦ୍ର : ବିଜେଡି
ସମ୍ବେଦନଶୀଳ ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ରାଜନୀତି ନକରନ୍ତୁ ଧର୍ମେନ୍ଦ୍ର : ବିଜେଡି

ସମ୍ବେଦନଶୀଳ ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ରାଜନୀତି ନକରନ୍ତୁ ଧର୍ମେନ୍ଦ୍ର : ବିଜେଡି

ଭୁବନେଶ୍ବର: ବିଜେପି ଶାସିତ ରାଜ୍ୟ ତୁଳନାରେ ଓଡିଶାର ଆଇନ ଶୃଙ୍ଖଳା ପରିସ୍ଥିତି ଭଲ ରହିଛି । କିନ୍ତୁ ରାଜ୍ୟର ସମ୍ବେଦନଶୀଳ ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ରାଜନୀତି କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ରାଜ୍ୟସଭାକୁ ଯାଇଥିବା ମଧ୍ୟପ୍ରଦେଶ ଠାରୁ ଓଡିଶା ଭଲ ସ୍ଥିତିରେ ଅଛି । ଆଇନଶୃଙ୍ଖଳାକୁ ଆଳ କରି ଓଡିଶା ଲୋକଙ୍କୁ ଅପମାନିତ କରୁଛନ୍ତି ଧର୍ମେନ୍ଦ୍ର । ଏଥିରୁ ନବୃତ୍ତ ରହିବାକୁ ଧର୍ମେନ୍ଦ୍ରଙ୍କୁ କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।

ଶ୍ରୀମୟୀ କହିଛନ୍ତି ଯେ, ସମ୍ବଲପୁରରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଛି । ଏଭଳି ସମୟରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଦଳରେ ଏହାକୁ ନଷ୍ଟ ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହୀନ ଉଦ୍ୟମ କରିଛନ୍ତି । କର୍ଣ୍ଣାଟକ, ଉତ୍ତରପ୍ରଦେଶ ଆଦି ବିଜେପି ଶାସିତ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଚିନ୍ତାଜନକ । ହେଲେ ବିଜେପିର ନେତା ଓଡ଼ିଶା ପରି ଶାନ୍ତିପ୍ରିୟ ରାଜ୍ୟକୁ ନେଇ ନାନା ଦାୟିତ୍ୱହୀନ ଟିପ୍ପଣୀ ଦେଉଛନ୍ତି । ରାଜ୍ୟବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଆଇନହୀନ ବ୍ୟକ୍ତି କହିବା ଦୁର୍ଭାଗ୍ୟଜନକ । ସାମ୍ବିଧାନିକ ପଦବୀରେ ଥାଇ ଏଭଳି ବିବାଦୀୟ ମନ୍ତବ୍ୟ ଦୁର୍ଭାଗ୍ୟଜନକ । ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ଲାଗି ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ଶ୍ରୀମୟୀ ।

ସମ୍ବେଦନଶୀଳ ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ରାଜନୀତି ନକରିବାକୁ କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ । ଏହା ଅତ୍ୟନ୍ତ ସ୍ପର୍ଶକାତର ଘଟଣା ଓ ଏହାକୁ ନେଇ ରାଜନୀତି କରିବା ବଦଳରେ ସଂଯମତାର ସହ ମୁକାବିଲା କରାଯିବା ଆବଶ୍ୟକ । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଢ ଭାବେ ପରିଚାଳନା ଏବଂ ପରିସ୍ଥିତିକୁ ଶାନ୍ତ କରିବାକୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି । ଯାହା ସମସ୍ତେ ଦେଖୁଛନ୍ତି । କେନ୍ଦ୍ର ସରକାରଙ୍କର ଜଣେ ଦାୟିତ୍ୱ ସମ୍ପନ୍ନ ମନ୍ତ୍ରୀ ଭାବେ ଯଦି ଧର୍ମେନ୍ଦ୍ର ଏହାକୁ ନେଇ ରାଜନୀତି କରିବା ବଦଳରେ ଲୋକଙ୍କୁ ଶାନ୍ତ ରହିବାକୁ ନିବେଦନ କରିଥାନ୍ତେ, ତେବେ ଭଲ ହୋଇଥାନ୍ତା ବୋଲି ସେ କହିଛନ୍ତି । ଓଡ଼ିଶାର ଲୋକେ ଶାନ୍ତିପ୍ରିୟ । ଓଡିଶା ମଧ୍ୟ ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ । ଓଡିଶାର ଲୋକଙ୍କୁ ଆଇନହୀନ ବୋଲି କହି ସେମାନଙ୍କୁ ଅପମାନିତ ନକରିବାକୁ ଶ୍ରୀମୟୀ କେନ୍ଦ୍ରମନ୍ତ୍ରୀଙ୍କୁ କହିଛନ୍ତି ।

ସୂଚନାଯୋଗ୍ୟଯେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ । ଝାରସୁଗୁଡା ଓ ସମ୍ବଲପୁର ଘଟଣାକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details