ଓଡିଶା

odisha

ETV Bharat / state

ହେଭିୱଟଙ୍କ କର୍ଡନରେ ପାଟକୁରା, ପଞ୍ଚାୟତ ଜଗିବେ ଟାଣୁଆ ନେତା - leaders

ପାଟକୁରାର ପ୍ରତି ପଞ୍ଚାୟତକୁ ଜଗିବେ ବିଜେଡିର ବଛାବଛା ନେତା । ଏମାନଙ୍କ ମଧ୍ୟରେ ରହିଛନ୍ତି ମନ୍ତ୍ରୀ, ବିଧାୟକ, ବିଧାୟକ ପ୍ରାର୍ଥୀ ହୋଇ ହାରି ଯାଇଥିବା ଟାଣୁଆ ନେତା । ତେବେ ପାଟକୁରାରେ ସବୁଠୁ ବଡ ବ୍ଲକ କୁହାଯାଉଥିବା ଡେରାବିଷ ବ୍ଲକ ଦୁଇ ହେଭିୱଟଙ୍କ ହାତରେ ଛଡ଼ାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 8, 2019, 4:32 PM IST

ଖୋର୍ଦ୍ଧା: ପାଟକୁରାର ପ୍ରତି ପଞ୍ଚାୟତକୁ ଜଗିବେ ବିଜେଡିର ବଛା ବଛା ନେତା । ଏମାନଙ୍କ ମଧ୍ୟରେ ରହିଛନ୍ତି ମନ୍ତ୍ରୀ, ବିଧାୟକ, ବିଧାୟକ ପ୍ରାର୍ଥୀ ହୋଇ ହାରି ଯାଇଥିବା ଟାଣୁଆ ନେତା । ତେବେ ପାଟକୁରାରେ ସବୁଠୁ ବଡ ବ୍ଲକ କୁହାଯାଉଥିବା ଡେରାବିଷ ବ୍ଲକ ଦୁଇ ହେଭିୱଟଙ୍କ ହାତରେ ଛଡ଼ାଯାଇଛି । ଯାହାର ମଙ୍ଗ ଧରିଛନ୍ତି ଯୁବ ନେତା ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର, ଭୁବନେଶ୍ବର

ମୋଟ 26ଟି ପଞ୍ଚାୟତ ମଧ୍ୟରୁ 14ଟି ପଞ୍ଚାୟତର ନେତୃତ୍ବ ସଞ୍ଜୟ ନେବେ । ସେହିଭଳି ବାକି 12ଟିର ଦାୟିତ୍ବ ନେଇଛନ୍ତି ଯୁବ ନେତା ତଥା ମନ୍ତ୍ରୀ ଅରୁଣ ସାହୁ । ପ୍ରତି ନେତାଙ୍କ ଅଧୀନରେ ରହିବ ଦୁଇଟି ପଞ୍ଚାୟତ । ଏଥିପାଇଁ 13 ଜଣ ଟାଣୁଆ ନେତାଙ୍କୁ ଦାୟିତ୍ବ ଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେହିପରି ମାର୍ଶାଘାଇ ବ୍ଲକ ପାଇଁ 7ଟି ପଞ୍ଚାୟତର ନେତୃତ୍ବ ନେବେ ପ୍ରଦୀପ ପାଣିଗ୍ରାହୀ ଓ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଏମାନଙ୍କ ଅଧୀନରେ ପ୍ରତି ପଞ୍ଚାୟତ ଜଗିବେ 4 ଜଣ ବରିଷ୍ଠ ନେତା । ଗରଦପୁର ବ୍ଲକ ପାଇଁ ମୋଟ 18ଟି ପଞ୍ଚାୟତ ରହିଥିବା ବେଳେ ଟିମ ଲିଡ଼ କରିବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ପ୍ରତି ପଞ୍ଚାୟତ ଜଗିବେ ଦୁଇ ଟାଣୁଆ ନେତା । ଏମାନଙ୍କ ମଧ୍ୟରେ ମନ୍ତ୍ରୀ, ବିଧାୟକ, ବିଧାୟକ ପ୍ରାର୍ଥୀ, ସ୍ଥାନୀୟ ନେତା ବି ରହିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details