ଭୁବନେଶ୍ବର:ବିଧାନସଭାରେ ବଜେଟ ଅଧିବେଶନ ଚାଲିଥିବା ବେଳେ ଆସନ୍ତାକାଲିଠୁ ପୁଣି କମ୍ପିବ ଗୃହ । ଏଭଳି ଇସାରା ଦେଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଯେଉଁ ପର୍ଯ୍ୟନ୍ତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ସତ୍ୟତାର ଖୁଲାସା ହୋଇନାହିଁ ସେ ପର୍ଯ୍ୟନ୍ତ ବିଜେପି ଆଲୋଚନାକୁ ଶାଣିତ କରିବ ବୋଲି ସେ କହିଛନ୍ତି । ତେବେ ଜୟଙ୍କ ଇସାରା ପରେ ଆଜି ପ୍ରତିକ୍ରିୟା ରଖିଛି ବିଜେଡି । ବିରୋଧୀ ଦଳକୁ ଟକ୍କର ଦେବା ଲାଗି ଶାସକ ଦଳ ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ବିଜେଡି ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ।
ଯେଉଁ ପର୍ଯ୍ୟନ୍ତ ମନ୍ତ୍ରୀ ନବ ଦାସ ହତ୍ୟାର ସତ୍ୟତା ଖୁଲାସା ହୋଇନାହିଁ ସେପର୍ଯ୍ୟନ୍ତ ଗୃହରେ ଏହି ପ୍ରସଙ୍ଗ ଉଠିବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଜୟ ଏପରି କହିବା ପରେ ଏବେ ରାଜ୍ୟ ରାଜନୀତି ପୁଣି ଚଳଚଞ୍ଚଳ ହୋଇଉଠିଛି । ବିଧାନସଭା ସୁରୁଖୁରୁରେ ଚାଲିବା ଓ ବଜେଟ ବିଷୟରେ ଗୃହରେ ଆଲୋଚନା ଉପରେ ଆଶଙ୍କା ସୃଷ୍ଟି ହୋଇଛି । ତେବେ ଶାସକ ବିଜେଡି ଏହାକୁ ଟକ୍କର ଦେବାକୁ ପ୍ରସ୍ତୁତ ଅଛି ବୋଲି ବିଜେଡି କହିଛି । ଏନେଇ ପ୍ରଶାନ୍ତ ମୁଦୁଲି କହିଛନ୍ତି, " ବିରୋଧୀ ଦଳ ଯେତେ ପ୍ରସଙ୍ଗ ଆଣିଛନ୍ତି ତାକୁ ଶାସକ ଦଳ ଗ୍ରହଣ କରି ଆଲୋଚନା କରିଛନ୍ତି । ବିରୋଧୀ ଦଳ ସରକାରଙ୍କୁ ଘେରିବା ପାଇଁ ଯେତେ ପ୍ରସଙ୍ଗ ଉଠାଇଛି, ସେ ଘେରରେ ନିଜେ ପଡିଛି ।
ଏହା ବି ପଢନ୍ତୁ- Naba Das Murder Case: ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ ପୋଲ ଖୋଲିଲେ ବିରୋଧୀ ଦଳନେତା