ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ର ଧର୍ମେନ୍ଦ୍ର ଟାର୍ଗେଟ କରିବା ପରେ ପ୍ରତିକ୍ରିୟା ରଖିଛି ଶାସକ ଦଳ । ତଦନ୍ତରେ କୌଣସି ସ୍ପଷ୍ଟତା ନାହିଁ ବୋଲି ଧର୍ମେନ୍ଦ୍ର କହିଥିବା ବେଳେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି ଯେ ରାଜ୍ୟ ସରକାର ସର୍ବଦା ଆଇନ ଶୃଙ୍ଖଳା ସଜାଡ଼ିବା ଉପରେ ଗୁରୁତ୍ବ ଦେଇ ଆସିଛନ୍ତି । ସମସ୍ତ ଘଟଣାରେ ରାଜ୍ୟ ସରକାର ସତର୍କ ରହିବା ସହ ଏପରି ଘଟଣା ରୋକିବା ଦିଗରେ କାର୍ଯ୍ୟ କରୁଛନ୍ତି । ବିରୋଧୀମାନେ କାହିଁକି ଅସନ୍ତୁଷ୍ଟ ସେନେଇ ସେମାନେ ଉତ୍ତର ରଖିପାରିବେ ବୋଲି କହିଛନ୍ତି ଶଶୀଭୂଷଣ ।
ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରି ତଦନ୍ତ ଦାୟିତ୍ବ ପୋଲିସ ଏଡିଜି ଅରୁଣ ବୋଥ୍ରାଙ୍କୁ ଦେଇଛନ୍ତି । ଜଷ୍ଟିସ ଜେପି ଦାଶ ଏହାର ତଦାରଖ କରିବେ। ହେଲେ ରବିବାର କେନ୍ଦ୍ର ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ଏନେଇ ସରକାର ଓ ପ୍ରଶାସନ ଉପରେ ପ୍ରଶ୍ନ କରିଥିଲେ । BJD ବିଧାୟକ ଶଶୀ ଭୂଷଣ ବେହେରା ଏହାକୁ ନେଇ ପ୍ରତିକ୍ରିୟା ରଖି କହିଛନ୍ତି, "ଆଇନଶୃଙ୍ଖଳା ଏକ ସ୍ପର୍ଶକାତର ବିଷୟ। ଭାରତବର୍ଷରେ ଆଇନଶୃଙ୍ଖଳା ସଜଡ଼ିବାରେ ଓ ପୋଲିସ ପ୍ରଶାସନକୁ ଦେଖିବାରେ ସାରା ଦେଶର ସାମଗ୍ରିକ ଦାୟିତ୍ବ ରହୁଛି । ରାଜ୍ୟ ସରକାର ସଦାବେଳେ ଏ ବାବଦରେ ପଦକ୍ଷେପ ନେଇଛନ୍ତି । ଯେଉଁ ଘଟଣା ଘଟୁଛି ରାଜ୍ୟ ସରକାର ଅନୁରୂପ ଭାବେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦିଗରେ ଅବହେଳା କରିନାହାନ୍ତି ।"
ଏହା ବି ପଢନ୍ତୁ- Naba Das Murder: ରାଜ୍ୟ ସରକାରଙ୍କୁ ଘେରିଲେ ଧର୍ମେନ୍ଦ୍ର, ତଦନ୍ତ ଭାର ଥାର୍ଡ ପାର୍ଟିକୁ ଦିଆଯାଉ