ଭୁବନେଶ୍ବର:ଧାମନଗର ଉପନିର୍ବାଚନରେ ବିଜେଡିକୁ ଭୋଟ ଦେଲେ ପଞ୍ଚାୟତକୁ କୋଟିଏ ଟଙ୍କାର ପୁରସ୍କାର ମିଳିବା । ଏନେଇ ନେତାଙ୍କ ଘୋଷଣାର ଭିଡିଓ ଭାଇରାଲ ହେବାରେ ଲାଗିଛି । ବିରୋଧୀ ଦଳ ଏନେଇ ଶାସକ ଦଳ ବିଜେଡିକୁ ଟାର୍ଗେଟ କରିଛନ୍ତି । ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର । ଯଦି କିଛି ଭିଡିଓ ନିର୍ଦ୍ଦିଷ୍ଟ ଭାବେ ରହିଛି ତାହାର ପ୍ରମାଣ ଦିଅନ୍ତୁ ସେ କହିଛନ୍ତି ।
ଦେବୀ କହିଛନ୍ତି, "ବିଜେଡି ଓ ନବୀନ ବାବୁଙ୍କ ନେତୃତ୍ବ ପ୍ରତି ଲୋକଙ୍କର ଭାବନା ଓ ଶ୍ରଦ୍ଧା ରହିଛି । ଲୋକ ଦେଖୁଛନ୍ତି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସରକାର ଅଛି । ଏହି ସରକାର ହେଉଛି ବିକାଶର କାର୍ଯ୍ୟ କରୁଥିବା ସରକାର । ନବୀନ ପଟ୍ଟନାୟକ ଏହାର ସାରଥୀ । ତେଣୁ ବିଜୁ ଜନତା ଦଳ ସପକ୍ଷରେ ଏକ ମନୋଭାବ ରହିଛି । ନିର୍ବାଚନ କମିଶନରଙ୍କ ନିକଟରେ ବିଭିନ୍ନ ରାଜନୈତିକ ଦଳ ପରସ୍ପର ପ୍ରତି ଦୋଷାରୋପ କରନ୍ତି । ବିଜେଡି ସେ ଦୌଡ଼ରେ ନାହିଁ । ଟଙ୍କା ଜଚା ଅଭିଯୋଗ ଭୁଲ ବୋଲି ସାଂସଦ କହିସାରିଛନ୍ତି । ଯଦି ନିର୍ଦ୍ଦିଷ୍ଟ ଭାବେ ଭିଡିଓ ଯଦି ଥିବ ସେ ପ୍ରମାଣ କରିବେ । ବିଜେଡି ଟଙ୍କା ପଇସା ଦେବାରେ ବିଶ୍ୱାସ କରେନାହିଁ । ଲୋକବଳ ଯାହାର ଅଛି, ସେ ଟଙ୍କା ଓ ପଇସା ଯାଚିବାକୁ କିଏ କାହିଁକି ଯିବ ।"
ଏହା ବି ପଢନ୍ତୁ- ଧାମନଗର ଉପନିର୍ବାଚନ: ବିଜେଡି ଟଙ୍କା ବାଣ୍ଟୁଥିବା ଅଭିଯୋଗ, ସିଇଓଙ୍କୁ ଭେଟିଲା ବିଜେପି