ଭୁବନେଶ୍ବର:ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାକୁ ନେଇ ଉଠୁଛି ପଡୁଛି ରାଜ୍ୟ । ଏହି ମାମଲାରେ ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଗିରଫ ହୋଇଛନ୍ତି । ଅର୍ଚ୍ଚନା ନାଗଙ୍କ ସହ ଅନେକ ନେତା ଓ ବଡବଡିଆ ବାବୁଙ୍କ ଫଟୋ ଭାଇରାଲ ହୋଇଥିଲେ ମଧ୍ୟ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଯାହାକୁ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଅର୍ଚ୍ଚନା ନାଗ ଏକ କଳଙ୍କିତ ଅଧ୍ୟାୟ ଓ ଏଥିପାଇଁ ବିଜୁ ଜନତା ଦଳ ଦାୟୀ ବୋଲି କହିଥିଲେ ପିସିସି ସଭାପତି । ଏଥି ସହ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନେଇ ମଧ୍ୟ ପ୍ରଶ୍ନ କରିଥିଲେ । ତେଣୁ ମୁଖ୍ୟମନ୍ତ୍ରୀ ନୀରବତା ଭାଙ୍ଗି ସ୍ପଷ୍ଟିକରଣ ଦିଅନ୍ତୁ ବୋଲି ପିସିସି ସଭାପତି ଦାବି କରିଥିଲେ । ପିସିସି ସଭାପତିଙ୍କ ଏଭଳି ଦାବି ପରେ ପ୍ରତିକ୍ରିୟା ରଖିଛନ୍ତି ଉଭୟ ବିଜେଡି ଓ ବିଜେପି ।
ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ''ଏବେ ରାଜ୍ୟରେ ଏକ ଉପନିର୍ବାଚନ ଥିବା ବେଳେ ରାଷ୍ଟ୍ରୀୟ ଦଳଗୁଡିକ ପାଖରେ ରାଜ୍ୟକୁ ନେଇ କୌଣସି ଇସ୍ୟୁ ନାହିଁ । ତାଙ୍କ ପାଖରେ କୌଣସି ଆଭିମୁଖ୍ୟ ନଥିବା ବେଳେ ବଖଣିବା ଲାଗି ସଫଳତା ମଧ୍ୟ ନାହିଁ । ତେଣୁ ସେମାନେ ଏମିତି ପ୍ରସଙ୍ଗକୁ ଧରୁଛନ୍ତି ଓ ଆଗକୁ ପୋଛି ହୋଇ ହୋଇ ଯାଉଛନ୍ତି । ଅର୍ଚ୍ଚନା କେସରେ ନା ତଥ୍ୟ ଅଛି ନା ସତ୍ୟତା ଅଛି । ସମୟ ଆସିଲେ ସତ କଣ ପ୍ରମାଣିତ ହୋଇଯିବ । ପୋଲିସ ତଦନ୍ତ କରୁଛି, ଯିଏ ଦୋଷୀ ସେ ନିଶ୍ଚୟ ଦଣ୍ଡ ପାଇବ । 5ଟି ଫଟୋ ଗଣମାଧ୍ୟମକୁ ଦେଖାଇ ମିଛ କୁହେଳିକା ସୃଷ୍ଟି କରାଯାଉଛି ବୋଲି କହିଛନ୍ତି ଲେଲିନ ମହାନ୍ତି ।''
ଏହା ମଧ୍ୟ ପଢନ୍ତୁ:Dhamnagar bypoll: ସରି ସରି ଆସୁଛି ସମୟ, ହେଭିୱେଟଙ୍କ ପ୍ରଚାରରେ କମ୍ପୁଛି ଧାମନଗର