ଓଡିଶା

odisha

By

Published : Mar 6, 2023, 11:02 PM IST

ETV Bharat / state

ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଭୁଲ ବାଟରେ ଅଛି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସାମିଲ ହୋଇ ଧର୍ମେନ୍ଦ୍ର କହିଛନ୍ତି ‘‘ ରାଜ୍ଯରେ ଲ ଲେସନେସ ଡେଭଲପମେଣ୍ଟ ହେଉଛି। ସିଷ୍ଟମେଟିକ ଫେଲ ଆଡ଼କୁ ଯାଉଛି। ରାଜ୍ୟର ଖରାପ ହେଉଥିବା ଆଇନ ଶୃଙ୍ଖଳା ଦୀର୍ଘ ୨୩ ବର୍ଷ ଶାସନ ପରେ ବି ରାଜ୍ୟରେ ମାଆ, ଛୁଆ ବିଶେଷକରି ଝିଅମାନଙ୍କ ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ। ’’ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଏବଂ ଯୁବମୋର୍ଚ୍ଚା ସଦସ୍ୟ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟନୁଷ୍ଠାନ ଓ ରାଜ୍ଯରେ ରକ୍ତହୀନତା, ଅପପୃଷ୍ଟିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ। ଅଧିକ ପଢନ୍ତୁ

ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଭୁଲ ବାଟରେ ଅଛି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଭୁଲ ବାଟରେ ଅଛି: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ରାଜ୍ଯରେ ଲ ଲେସନେସ ଡେଭଲପମେଣ୍ଟ ହେଉଛି। ସିଷ୍ଟମେଟିକ ଫେଲ ଆଡ଼କୁ ଯାଉଛି। ରାଜ୍ୟର ଖରାପ ହେଉଥିବା ଆଇନ ଶୃଙ୍ଖଳା ଦୀର୍ଘ ୨୩ ବର୍ଷ ଶାସନ ପରେ ବି ରାଜ୍ୟରେ ମାଆ, ଛୁଆ ବିଶେଷକରି ଝିଅମାନଙ୍କ ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ। ନିଶାରେ ରୁହନ୍ତୁ ପଛେ, ମୁଖ୍ୟମନ୍ତ୍ରୀ ହିସାବରେ ଦାୟିତ୍ଵ ନିଅନ୍ତୁ। ଆଜି ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ଏଭଳି ଢଙ୍ଗରେ ଆକ୍ରମଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସାମିଲ ହୋଇ ଧର୍ମେନ୍ଦ୍ର କହିଛନ୍ତି ‘‘ ରାଜ୍ଯରେ ଲ ଲେସନେସ ଡେଭଲପମେଣ୍ଟ ହେଉଛି। ସିଷ୍ଟମେଟିକ ଫେଲ ଆଡ଼କୁ ଯାଉଛି। ରାଜ୍ୟର ଖରାପ ହେଉଥିବା ଆଇନ ଶୃଙ୍ଖଳା ଦୀର୍ଘ ୨୩ ବର୍ଷ ଶାସନ ପରେ ବି ରାଜ୍ୟରେ ମାଆ, ଛୁଆ ବିଶେଷକରି ଝିଅମାନଙ୍କ ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ। ’’ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଏବଂ ଯୁବମୋର୍ଚ୍ଚା ସଦସ୍ୟ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟନୁଷ୍ଠାନ ଓ ରାଜ୍ଯରେ ରକ୍ତହୀନତା, ଅପପୃଷ୍ଟିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ।

ଏହାବି ପଢନ୍ତୁ- ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ବିଧାୟକ

ଧର୍ମେନ୍ଦ୍ର କହିଛନ୍ତି ଏତେ ଲମ୍ବା ସମୟ କୌଣସି ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ମିଳିନି। କିନ୍ତୁ 23 ବର୍ଷ ଭିତରେ ତଥା କଥିତ ବିକାଶ ଆଢୁଆଳରେ ଶାସନ ଦାୟିତ୍ୱରେ ଏଭଳି ପରିସ୍ଥିତି କୁଚିତ ଭାବରେ ହେଇଥିବ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିଜେପିର ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତ ମାନେ ଆନ୍ଦୋଳନ କଲେ। ମୋ ଦଳର କାର୍ଯ୍ୟକର୍ତାଙ୍କୁ ହିଂସା କରିବା ମୁଁ ବାରଣ କରିଛି। କ୍ୟାମେରା ଭିତରେ ସେ ଦିନର ସେସବୁ ଦେଖିଛନ୍ତି। ପୋଲିସ ବେଶରେ ନଥାଇ ଆନ୍ଦୋଳନ କଲା କଲାବେଳେ ଜୋତା ମାରିବା ସମସ୍ତେ ଦେଖିଲେ । ବିଜେପି କାର୍ଯ୍ୟକର୍ତ୍ତାଙ୍କୁ 307 ଧାରାରେ ଜେଲ ପଠାଯାଇଛି।

ସେହିପରି କିଛି ଦିନ ତଳେ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଏକ ଘଟଣା ଘଟିଥଲା । ଏବିଭିପି ସଦସ୍ୟଙ୍କୁ ଆଜି ବି ଜେଲରେ ରଖାଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଏଭଳି କଲେ ଆପଣଙ୍କ ଜେଲ କମ ପଡ଼ିଯିବ। ପୋଲିସ ମାଧ୍ୟମରେ ନାଲି ଆଖି ଦେଖେଇବାକୁ ନଡରି ଆଗକୁ ଲଢେଇ ହେବ। ପ୍ରାୟୋଜିତ ବଡ ବଡ଼ିଆ ସାଙ୍ଗରେ ରଖି ଶାସନ କରୁଛନ୍ତି। ଯେଉଁ ପ୍ରଶ୍ନ ଉଠିଛି ଉତ୍ତର ଆପଣଙ୍କୁ ଦେବାକୁ ପଡିବ। କୋଟ କଚେରୀ କରି ଗଣତନ୍ତ୍ର କଣ୍ଠରୋଧ କରିବାକୁ ଚାହୁଁଛନ୍ତି ତାକୁ ମୁ ଧନ୍ୟବାଦ ଦେଉଛି। ମହିଳା ସଶକ୍ତିକରଣ କହୁଛନ୍ତି ହେଲେ ମହିଳାଙ୍କ ବିକାଶ ହେଉନି । ଓଡିଶାରେ 64% ଛୁଆ 62%ମା ରକ୍ତ ହୀନତାର ଶିକାର ହେଉଛନ୍ତି। ବାଳିକା ଝିଅ ଛୁଆଙ୍କ ବିଷୟ ଚିନ୍ତାର ବିଷୟ। ଏଗୁଡ଼ାକ ଓଡ଼ିଶାର ସ୍ୱାସ୍ଥ୍ୟ ରିପୋର୍ଟ କହୁଛି। ଯେଉଁ ବନ୍ଧୁ ମାନେ ଶାସନ ଦାୟିତ୍ୱ ରେ ଅଛନ୍ତି ସେମାନେ ଆତ୍ମସମୀକ୍ଷ କରିବା ଦରକାର। ଏହା କଣ 23 ବର୍ଷ ଶାସନର ଉପଲବ୍ଧି କି? ଖଜୁରି ଗଛର କି ଗୁଣ ଗାଇବି ମୁଳୁରୁ ପାହାଚ ପାହାଚ । ଶାସନ ଦାୟିତ୍ୱ ରେ ଥିବା ବନ୍ଧୁ ଙ୍କ ଭୂମିକା ଅଧିକ। ଯେ ପର୍ଯ୍ୟନ୍ତ ଅଛନ୍ତି ଦାୟିତ୍ୱ ନିଅନ୍ତୁ।

ଆପଣ ଗୃହ ବିଭାଗ ଦାୟିତ୍ୱ ରେ ଅଛନ୍ତି। ନବ ଦାସ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରସଙ୍ଗରେ ଧର୍ମେନ୍ଦ୍ର କହିଛନ୍ତି ବିରୋଧୀ ଦଳ ନେତା ତଥ୍ୟ ଦେଲେ, ମନ୍ତ୍ରି ଙ୍କ ନା ରେ ବିଧାୟକଙ୍କ ନା ରେ ଝିଅ ଟୁଇଟ କରୁଛି। ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟା,ବିଧାୟକଙ୍କ ନାଁରେ ମହିଳା ଟୁଇଟ କରୁଛି, ଭିଡିଓ ବୁଲୁଛି ମନ୍ତ୍ରିଙ୍କ ପ୍ରତାରଣାର । ମହିଳା ଆତ୍ମହତ୍ୟା କରିବାକୁ କହିଥିଲେ ତେଣୁ ମୋଟିଭ ସରକାର ଙ୍କ ଭୁଲ ବାଟରେ ଅଛି। ଓଡ଼ିଶାର ପୋଲିସ ଡିଜି ଏବଂ ଆଉ 4 ରୁ 5 ବଡ଼ ବଡ଼ିଆ ପୋଲିସ ଅଫିସର ଦୁଧିଆଳୀ କାମରେ ଅଛନ୍ତି। ଏହାର କ୍ଷତି ଆଗକୁ ଆସିବ ବୋଲି ଧର୍ମେନ୍ଦ୍ର ଚେତାଇ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details