ଓଡିଶା

odisha

ETV Bharat / state

Assembly Update: ଚାଷୀ ପ୍ରସଙ୍ଗରେ ପଦଯାତ୍ରା, ରାଜ୍ୟପାଳଙ୍କୁ ଭେଟିଲା ବିଜେଡି - ବିଧାନସଭାରୁ ପଦଯାତ୍ରା

ଚାଷୀ ପ୍ରସଙ୍ଗକୁ ନେଇ ବିଧାନସଭା ଭିତରେ ଓ ବାହାରେ ହୁଲସ୍ତୁଲ କରିଛି ଶାସକ ଦଳ ବିଜେଡି । ବିଧାନସଭାରୁ ପଦଯାତ୍ରାରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛି ବିଜେଡି । ଅଧିକ ପଢନ୍ତୁ

Assembly Update:  ଚାଷୀ ପ୍ରସଙ୍ଗରେ ପଦଯାତ୍ରା,  ରାଜ୍ୟପାଳଙ୍କୁ ଭେଟିଲା ବିଜେଡି
Assembly Update: ଚାଷୀ ପ୍ରସଙ୍ଗରେ ପଦଯାତ୍ରା, ରାଜ୍ୟପାଳଙ୍କୁ ଭେଟିଲା ବିଜେଡି

By

Published : Nov 25, 2022, 3:58 PM IST

ଭୁବନେଶ୍ବର:ଚାଷୀ ପ୍ରସଙ୍ଗକୁ ନେଇ ବିଧାନସଭା ଭିତରେ ଓ ବାହାରେ ହୁଲସ୍ତୁଲ କରିଛି ଶାସକ ବିଜେଡି ଦଳ । ଓଡ଼ିଶାର ଚାଷୀଙ୍କୁ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଅବହେଳା ପ୍ରଦର୍ଶନ କରୁଛନ୍ତି । ଏ ନେଇ ଆଜି ବିଜେଡି ପକ୍ଷରୁ ବିଧାନସଭା ଭିତରେ ଓ ବାହାରେ ବିରୋଧ ପ୍ରଦର୍ଶନ କରିଛି । ପରେ ବିଧାନସଭାରୁ ପଦଯାତ୍ରାରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛି ବିଜେଡି ।

ସୂଚନା ଅନୁସାରେ, ବିଧାନସଭା ଆରମ୍ଭରୁ ଚାଷୀଙ୍କ ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ପୋଡ଼ିୟମ ନିକଟକୁ ଆସିଥିଲେ ବିଜେଡି ବିଧାୟକ । ଓଡ଼ିଶାର ଚାଷୀଙ୍କ ପ୍ରତି କେନ୍ଦ୍ର ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ କରି ନାରବାଜି ଆରମ୍ଭ କରିଥିଲେ । ଫଳରେ ଗୃହ କାର୍ଯ୍ୟକୁ 11.30 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଫଳରେ ଶାସକ ଦଳ ପୋଷ୍ଟର ଓ ବ୍ୟାନର ଧରି ଗୃହ ବାହାରେ ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ଅନ୍ୟପଟେ ସମାନ ଅବସ୍ଥା ପ୍ରଶ୍ନ କାଳରେ ଦେଖିବାକୁ ମିଳିଥିଲା । ବାଧ୍ୟ ହୋଇ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଗୃହକାର୍ଯ୍ୟ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ପରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପଦଯାତ୍ରା କରି ରାଜଭବନ ଯାଇଥିଲେ ବିଜେଡି ବିଧାୟକ ଗଣ । ଏନେଇ ରାଜ୍ୟପାଳଙ୍କୁ ଭେଟି ଚାଷୀ ପ୍ରସଙ୍ଗରେ ଦାବିପତ୍ର ଦେଇଛି ବିଜେଡି ।

ଅନ୍ୟପଟେ ଶାସକ ଦଳର ବିକ୍ଷୋଭ ଓ ପ୍ରତିବାଦ ଯୋଗୁଁ ଶୂନ୍ୟକାଳ ଓ ପ୍ରଶ୍ନକାଳ ଧୋଇ ଯାଇଥିଲା । କୁଇଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟକ ଦର 2930 ଟଙ୍କା କରିବାକୁ ଓଡିଶା ବିଧାନସଭାରେ ଆସିଥିବା ସଙ୍କଳ୍ପକୁ କେନ୍ଦ୍ର ଗ୍ରହଣ କରିବାକୁ ବିଜେଡି ଦାବି କରିଛି । ଠିକ୍ ସମୟରେ ଏବଂ ସଠିକ୍ ପରିମାଣରେ ସାର ଓଡିଶାର ଚାଷୀଙ୍କୁ କେନ୍ଦ୍ର ସରକାର ଦେଉନଥିବା ବିଜେଡି ଅଭିଯୋଗ କରିଛି । ବଳକା ଚାଉଳ ଉଠାଇବା କେନ୍ଦ୍ରର ଦାୟିତ୍ବ କିନ୍ତୁ ସେମାନେ ବଳକା ଚାଉଳ ଉଠାଉ ନାହାନ୍ତି । ଯାହାକି ଓଡିଶାର ଚାଷୀଙ୍କୁ ପ୍ରଭାବିତ କରୁଛି ବୋଲି ବିଜେଡି ଅଭିଯୋଗ ଆଣିଛି । ଓଡ଼ିଶାର କୃଷକମାନଙ୍କୁ ଫସଲ ବୀମା ନ ମିଳିବାରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି, ନିୟମିତ ଯୋଗାଯୋଗ ଏବଂ ଚାଷୀଙ୍କ କ୍ରୋଧକୁ ଦେଖି କେନ୍ଦ୍ର ସରକାର ଫସଲ ବୀମା ଅର୍ଥ ଦେବାକୁ ରାଜି ହେଲେ ବୋଲି ବିଜେଡି ଅଭିଯୋଗ କରିଛି । ଦୀର୍ଘ ଦିନ ହେଲା କେନ୍ଦ୍ରର ଏପରି ବୈମାତୃକ ମନୋଭାବ ଓଡ଼ିଶା ପ୍ରତି ଜାରୀ ରହିଥିବାରୁ କେନ୍ଦ୍ର ବିରୋଧରେ ପଲ୍ଲୀରୁ ଦିଲ୍ଲୀ ଆନ୍ଦୋଳନ ହେବ ବୋଲି ବିଜେଡି କହିଛି ।

ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details