ଭୁବନେଶ୍ୱର:ଧାମନଗରରେ ବିଜେଡି ହାରିଲା ପରେ ଦଳରେ ହଲଚଲ ସୃଷ୍ଟି ହୋଇଛି । ଧାମନଗର ଉପନିର୍ବାଚନ ପରେ ଡିସେମ୍ବରରେ ହେବାକୁ ଥିବା ପଦ୍ମପୁର ଉପନିର୍ବାଚନ ପାଇଁ 6 ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛି ବିଜେଡି । ପଦ୍ମପୁରକୁ କୌଣସି ମତେ ହତାଛଡା କରିବ ନାହିଁ ବିଜେଡି । ଏନେଇ ବରିଷ୍ଠ ନେତାଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ଦେଇଛି ଶାସକ ଦଳ ବିଜେଡି ।
ପ୍ରାରମ୍ଭିକ ପର୍ଯ୍ୟାୟରେ 6 ମନ୍ତ୍ରୀଙ୍କ କାନ୍ଧରେ ପଦ୍ମପୁର ଦାୟିତ୍ୱ ଦେଇଛି ଦଳ । ନିରଞ୍ଜନ ପୂଜାରୀ, ନବ ଦାଶ, ରାଜେନ୍ଦ୍ର ଢୋଲକିଆ, ଟୁକୁନି ସାହୁ, ରିତା ସାହୁ ଏବଂ ରୋହିତ ପୂଜାରୀଙ୍କୁ ପଦ୍ମପୁର ଦାୟିତ୍ୱ ଦେଇଛି ବିଜେଡି ।
ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରଚାର ଦାୟିତ୍ଵ ଦିଆଯାଇଥିଲାବେଳେ, ନିର୍ବାଚନ ମଣ୍ଡଳୀ ପରିଚାଳନା ଦାୟିତ୍ୱରେ ରହିବେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ । ସେହିପରି ତିନି ବ୍ଲକ ଦାୟିତ୍ୱରେ ରହିବେ ତିନି ମନ୍ତ୍ରୀ । ପଦ୍ମପୁର ବ୍ଳକ ଦାୟିତ୍ୱରେ ରହିବେ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ପାଇକମାଳ ଦାୟିତ୍ୱରେ ରହିବେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶ ।