ଭୁବନେଶ୍ବର: ଆଗାମୀ 2024 ଜୟ ଜଗନ୍ନାଥକୁ ଆୟୁଧ କରିବ କି ବିଜେଡି । ବିଜେପିର ଜୟ ଶ୍ରୀରାମ ନାରାକୁ ଟକ୍କର ଦେବାକୁ ବିଜେଡି କରୁଛି କି ଯୋଜନା । କାରଣ ଏବେ ବିଜେଡି ନେତାଙ୍କ ମୁହଁରେ ଜୟ ଜଗନ୍ନାଥ ନାରା । ନେତା, ମନ୍ତ୍ରୀ ଓ ବିଧାୟକ ସମସ୍ତଙ୍କ ମୁହଁରେ ଜୟ ଜଗନ୍ନାଥର ନାରା । 2024 ନିର୍ବାଚନ ଯେତେ ନିକଟତର ହେଉଛି ରାଜନୀତି ଦଳ ସେତେ ତତ୍ପର ହେଉଛନ୍ତି । ହିନ୍ଦୁ ଭୋଟ ବ୍ୟାଙ୍କକୁ କ୍ୟାପଚର କରିବା ପାଇଁ ବିଜେଡି ରଣନୀତି କରୁ ନାହିଁ ତ ?
କାରଣ 2019 ନିର୍ବାଚନରେ ପୁରୀରେ ଲୋକସଭା ଆସନ ହରାଇଥିଲା ବିଜେପି । ବିଧାନସଭା ଆସନ ଜିତିଥିଲା ଦଳ । ଏଥର ପୁରୀ ସଂସଦୀୟ କ୍ଷେତ୍ରରେ ହାରିବାର ଭୟ ଘାରିଛି କି ବିଜେଡିକୁ । ତେଣୁ ବେଳ ଥାଉଁ ଥାଉଁ ହିନ୍ଦୁ ଭୋଟକୁ ଅକ୍ତିଆର କରିବା ପାଇଁ ଜଗନ୍ନାଥ କାର୍ଡ ଖେଳିଛି କି ବିଜେଡି । ରାଜନୈତିକ ସମୀକ୍ଷକ ରବି ଦାସଙ୍କ ମତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଠାରୁ ଆରମ୍ଭ କରି ବିଭିନ୍ନ ମଠ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ନବୀକରଣ କାମ ଚାଲିଛି । 2024 ଜାନୁଆରୀ ବେଳକୁ ରାମ ମନ୍ଦିର କାମ ଶେଷ ହେବାକୁ ଯାଉଛି । ଗତ 2ରୁ 3 ବର୍ଷ ଧରି ରାଜ୍ୟରେ ରାମ ନବମୀରେ ଲୋକଙ୍କ ଭିଡ ହେଉଛି ଶୋଭାଯାତ୍ରା ଉତ୍ସବ ପାଇଁ । ଯାହା ଆଗରୁ ନଥିଲା । ତେଣୁ ଭାଗବାନ ଶ୍ରୀରାମଙ୍କ କିଛି ପ୍ରଭାବ ମଧ୍ୟ ଲୋକଙ୍କ ଉପରେ ପଡିବାକୁ ଯାଉଛି । ଏହାର ସାମ୍ନା କରିବା ପାଇଁ ବିଜେଡି ଜୟ ଜଗନ୍ନାଥ ନାରା ଆରମ୍ଭ କରିଥାଇ ପାରେ । କାରଣ ଓଡିଆଙ୍କ ଆଗରେ ଜୟ ଜଗନ୍ନାଥ ନାରା ଆଗରେ ଆଉ ସବୁ ନାରା ଫିକା ପଡିଯିବ ।
ଏହାବି ପଢନ୍ତୁ- ଓଡିଶାରେ ଜାପାନର ପୁଞ୍ଜିନିବେଶ, ବିରୋଧୀ କହିଲେ କିଛି ନୁହେଁ କେବଳ ନିର୍ବାଚନୀ ଭେଳିକି