ଓଡିଶା

odisha

ETV Bharat / state

ତଦନ୍ତ ଉପରେ ପାଠ ପଢି ଗଣମାଧମକୁ ଆସନ୍ତୁ ଲେଖାଶ୍ରୀ: ଇପ୍ସିତା - ବିଜେଡି ପେନାଲିଷ୍ଟ ଇପ୍ସିତା ସାହୁ

ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ସାମ୍ବାଦିକ ସମ୍ମିଳନୀକୁ ବିଜେଡିର କାଉଣ୍ଟର । ଲେଖାଶ୍ରୀ ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟ ପାଇଁ ନବୀନ ନିବାସ ଆସିଥିଲେ ଏବଂ ୨୦୨୪ରେ ମଧ୍ୟ ଆସିବେ ବୋଲି କହିଛନ୍ତି ବିଜେଡି ପେନାଲିଷ୍ଟ ଇପ୍ସିତା ସାହୁ । ଅଧିକ ପଢ଼ନ୍ତୁ

BJD Press Meet
ବିଜେଡି ସାମ୍ବାଦିକ ସମ୍ମିଳନୀ

By

Published : Feb 19, 2023, 7:22 PM IST

ବିଜେଡି ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ନବ ଦାସ ହତ୍ୟାକାଣ୍ଡ ତଥା ମହିଳା ପୋଲିସ ଓ ବିରୋଧି ଦଳ ନେତା ହାତାହାତି ହେବା ଘଟଣାକୁ ନେଇ ଆଜି ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏଥିରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ତେବେ ଏନେଇ ବିଜେପିକୁ କାଉଣ୍ଟର କରିଛି ବିଜେଡି ।

ବିଜେପି ତଥା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ସାମ୍ବାଦିକ ସମ୍ମିଳନୀରେ କାଉଣ୍ଟର କରିଛନ୍ତି ବିଜେଡି ପେନାଲିଷ୍ଟ ଇପ୍ସିତା ସାହୁ । ସେ କହିଛନ୍ତି, "ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ୨୦୧୪ରେ ବିଜେଡି ଟିକେଟ ପାଇଁ ଆସିଥିଲେ । ୨୦୧୯ରେ ମଧ୍ୟ ଟିକେଟ ପାଇଁ ଲୁଚିଛପି ନବୀନ ନିବାସ ଆସିଥିଲେ । ଆମେ ଆଶା କରୁଛୁ ଲୁଚିଛପି ୨୦୨୪ରେ ମଧ୍ୟ ଆସିବେ । ଆତ୍ମଘୋଷିତ ବିଜେପିର ଇନ୍‌ଭେଷ୍ଟିଗେଟର ତଥା ଫୋରେନସିକ ଏକ୍ସପର୍ଟ ପାଇଁ ତାଙ୍କୁ ବିଜେପିର କିଛି ନେତା ନିଯୁକ୍ତି ଦେଇଛନ୍ତି । କିନ୍ତୁ ସେ କିଛି ଜାଣନ୍ତି ନାହିଁ । ନବୁଝି ସେ ଆସନ୍ତି ଆଉ ଖାଲି କଥା ହିଁ କୁହନ୍ତି । ଲୋକଙ୍କ ଆଗରେ ଜଣେ ଜୋକର ବୋଲି ପ୍ରମାଣିତ ହୋଇଛନ୍ତି । "

ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ଓ ମହିଳା ପୋଲିସ ଅଧିକାରୀ ହାତାହାତି ଘଟଣାରେ ସେ କହିଛନ୍ତି, "ଲେଖାଶ୍ରୀ ଜଣେ ମହିଳା ତ ? ଜୟନରାୟଣ ମିଶ୍ର ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ମାଡ଼ ମାରିଲେ, ସେତେବେଳେ ସେ ଚୁପ କାହିଁକି ଥିଲେ ? ମହିଳା ହୋଇ ଜଣେ ମହିଳାଙ୍କ ଉପରେ ଅତ୍ୟାଚାର କେମିତି ସହିପାରିଲେ ? ସମୀର ମହାନ୍ତିଙ୍କ ଭଳି କେତେବେଳେ ତାଙ୍କ ଉପରେ ଚପଲ ବର୍ଷିବ । ସେଥିପାଇଁ ଡରିକି ଚୁପ ରହୁଛନ୍ତି ଲେଖାଶ୍ରୀ । ତଦନ୍ତ ଉପରେ ପାଠ ଟିକିଏ ପଢି ଗଣମାଧମକୁ ଆସନ୍ତୁ ।"

ତେବେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ଆନ୍ଦୋଳନ ଜାରି ରଖିଛି । ନିକଟରେ ସମ୍ବଲପୁରରେ ଆନ୍ଦୋଳନ ବେଳେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ଓ ମହିଳା ପୋଲିସ ଅଧିକାରୀ ହାତାହାତି ହୋଇଥିଲେ । ଏହାକୁ ବିରୋଧ କରି ଜୟନାରାୟଣଙ୍କ ଇସ୍ତଫା ଦାବି କରିବା ସହ ଜୟଙ୍କୁ ଅଭ୍ୟାସଗତ ଅପରାଧି ବୋଲି କହିଥିଲା ବିଜେଡି । ଏନେଇ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀରେ ବିଜେଡିକୁ କଡ଼ା ସମାଲୋଚନା କରିଥିଲେ । ଏହାପରେ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଲେଖାଶ୍ରୀଙ୍କୁ କାଉଣ୍ଟର କରିଛନ୍ତି ବିଜେଡି ପେନାଲିଷ୍ଟ ଇପ୍ସିତା ସାହୁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details