ଓଡିଶା

odisha

ETV Bharat / state

ସଭାପତି ମନମୋହନଙ୍କୁ ଫସାଇବାକୁ ସମ୍ବିତଙ୍କ ସାମ୍ବାଦିକ ସମ୍ମିଳନୀ: ବିଜେଡି - ମନମୋହନ ସାମଲ

ବେଦାନ୍ତ ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ ଉପରେ ନୂଆଦିଲ୍ଲୀରେ ପ୍ରତିକ୍ରିୟା ଦେଇଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ସେ କହିଛନ୍ତି ଯେ, ସମ୍ବିତ ପାତ୍ର ଆଜି ଏଠାରେ ତାଙ୍କରି ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ କାଠଗଡାରେ ଛିଡା କରାଇଛନ୍ତି । ଅଧିକ ପଢନ୍ତୁ

ସଭାପତି ମନମୋହନଙ୍କୁ ଫସାଇବାକୁ ସମ୍ବିତଙ୍କ ସାମ୍ବାଦିକ ସମ୍ମିଳନୀ: ବିଜେଡି
ସଭାପତି ମନମୋହନଙ୍କୁ ଫସାଇବାକୁ ସମ୍ବିତଙ୍କ ସାମ୍ବାଦିକ ସମ୍ମିଳନୀ: ବିଜେଡି

By

Published : Apr 13, 2023, 10:55 PM IST

ଭୁବନେଶ୍ବର: ମନମୋହନ ସାମଲ ରାଜ୍ୟ ବିଜେପିର ସଭାପତି ହେବା ପରେ ବିଜେପିରେ ସବୁକିଛି ଠିକଠାକ ନାହିଁ । ବିଜେପିର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଅସନ୍ତୁଷ୍ଟ ଥିବା ନେଇ ଚର୍ଚ୍ଚା ହେଉଥିଲା । ଯାହା ଶୁଣା ଯାଉଥିଲା ଆଜି ତାହା ସତ୍ୟ ପ୍ରମାଣିତ ହୋଇଛି । ବିଜେଡି ରାଷ୍ଟ୍ରୀୟ ପ୍ରବକ୍ତା ଡକ୍ଟର ସସ୍ମିତ ପାତ୍ର ଏହା କହିଛନ୍ତି ।

ବେଦାନ୍ତ ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ ଉପରେ ପ୍ରତିକ୍ରିୟା ଦେଇଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର । ସେ କହିଛନ୍ତି ଯେ, ସମ୍ବିତ ପାତ୍ର ଆଜି ତାଙ୍କରି ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ କାଠଗଡାରେ ଛିଡା କରାଇଛନ୍ତି । କାରଣ ବେଦାନ୍ତକୁ ବିଶ୍ୱବିଦ୍ୟାଳୟ ପାଇଁ ଜମି ପ୍ରଦାନ ସମୟରେ ମନମୋହନ ସାମଲ ଓଡିଶା ସରକାରଙ୍କ ରାଜସ୍ୱ ମନ୍ତ୍ରୀ ଥିଲେ । କେବଳ ସେତିକି ନୁହେଁ, ଏହି ବିଶ୍ୱବିଦ୍ୟାଳୟର ପରିକଳ୍ପନା କରିଥିଲେ ତତ୍କାଳୀନ ଶିକ୍ଷା ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସମୀର ଦେ ।

ଏହାବି ପଢନ୍ତୁ- Vedanta Land Acquisition: ରାଜ୍ୟ ସରକାରଙ୍କୁ ସମ୍ବିତ ପାତ୍ରଙ୍କ କଡା ସମାଲୋଚନା

ଏହି ଜମି ହସ୍ତାନ୍ତରକୁ ନେଇ ସେତେବେଳର ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲ ବିଧାନସଭାରେ ଏହାକୁ ଦୃଢ ଭାବେ ସମର୍ଥନ କରିଥିଲେ । ସମୀର ଦେ ମଧ୍ୟ ସେତେବେଳେ ଏଥିରେ ସ୍ୱର ମିଳାଇଥିଲେ । ହେଲେ ଆଜି ସମ୍ବିତ ପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀରୁ ସ୍ପଷ୍ଟ ହୋଇଛି ଯେ ମନମୋହନ ସାମଲଙ୍କୁ ଜାଣିଶୁଣି ଅକଳରେ ପକାଇବା ପାଇଁ ସେ ଏଭଳି କରିଛନ୍ତି । ତେଣୁ ପଦାରେ ପଡିଛି ମନମୋହନଙ୍କ ସଭାପତିତ୍ୱକୁ ନେଇ ବିଜେପିର ଅସନ୍ତୋଷ ।

ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର ଅଭିଯୋଗ କରିଥିଲେ ଯେ, ଘରୋଇ କଂପାନୀ ସହ ମିଶି ରାଜ୍ୟ ସରକାର ଚାଷୀଙ୍କ ଜମିକୁ ହଡପ କରୁଛନ୍ତି । କେବଳ ଜମି ନୁହଁ ବରଂ ଦୁଇ ନଦୀକୁ ମଧ୍ୟ ରାଜ୍ୟ ସରକାର ବିକ୍ରି କରିଦେବାର ଷଡଯନ୍ତ୍ର କରିଥିଲେ । ଜମି ଅଧିଗ୍ରହଣ ପାଇଁ ଯେଉଁ ସବୁ ନିୟମାବଳୀ ରହିଛି, ତାକୁ ପାଳନ କରିବା ତ ଦୁରର କଥା ବରଂ ଷଡଯନ୍ତ୍ର ରଚି ଜମି ହଡପ କରିବା କାର୍ଯ୍ୟରେ ଲାଗିପଡିଛନ୍ତି ବିଜେଡି ସରକାର । ସର୍ବୋଚ୍ଚ କୋର୍ଟଙ୍କ ରାୟ ବିଜେଡି ସରକାରର ଅସଲ ମୁଖା ଖୋଲି ଦେଇଛି । ବହୁ ବିବାଦୀୟ ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ବିଜେଡି ସରକାରର ବିରାଟ ଷଡଯନ୍ତ୍ରକୁ ଖୁଲାସା କରିଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details