ଓଡିଶା

odisha

ମହିଳାଙ୍କ ସମ୍ମାନକୁ ନେଇ ରାଜନୀତି କରାନଯାଉ: ସସ୍ମିତ ପାତ୍ର

ପଦ୍ମପୁର ଉପନିର୍ବାଚନ ସମୟରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂହ ବରିହାଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ନେତାମାନେ ଅସମ୍ମାନ କରିଥିବା ଅଭିଯୋଗକୁ ଦୋହରାଇଲା ବିଜେଡି । ମହିଳାଙ୍କ ସମ୍ମାନକୁ ନେଇ ରାଜନୀତି କରାନଯାଉ ବୋଲି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଅଧିକ ପଢ଼ନ୍ତୁ

By

Published : Dec 10, 2022, 10:44 PM IST

Published : Dec 10, 2022, 10:44 PM IST

ମହିଳାଙ୍କ ସମ୍ମାନକୁ ନେଇ ରାଜନୀତି କରାନଯାଉ: ସସ୍ମିତ ପାତ୍ର
ମହିଳାଙ୍କ ସମ୍ମାନକୁ ନେଇ ରାଜନୀତି କରାନଯାଉ: ସସ୍ମିତ ପାତ୍ର

ମହିଳାଙ୍କ ସମ୍ମାନକୁ ନେଇ ରାଜନୀତି କରାନଯାଉ: ସସ୍ମିତ ପାତ୍ର

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ସମୟରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂହ ବରିହାଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ନେତାମାନେ ଅସମ୍ମାନ କରିଥିବା ଅଭିଯୋଗକୁ ଦୋହରାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ରାଜନୀତିକୁ ଆସୁଥିବା ମହିଳାଙ୍କୁ ଅସମ୍ମାନ ଆଦୌ ଶୋଭନୀୟ ନୁହେଁ । ମହିଳାଙ୍କ ସମ୍ମାନକୁ ନେଇ ରାଜନୀତି କରାନଯାଉ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ।

ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ରଖିଛନ୍ତି । ସସ୍ମିତ କହିଛନ୍ତି, "ପଦ୍ମପୁର ଉପନିର୍ବାଚନରେ ବିଜୟ ପରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ପିତାଙ୍କୁ ହରାଇଥିବା ଓଡିଆ ଆଦିବାସୀ ମହିଳା ବର୍ଷା ସିଂହ ବରିହାଙ୍କ ବିରୋଧରେ ଓଡ଼ିଶା ବିଜେପି ନେତାମାନେ କିପରି ଅପମାନିତ, ଅଶୋଭନୀୟ ଏବଂ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି ।"

ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିରେ କୁହାଯାଇଥିଲା, "ନମ୍ରତାର ସହିତ ମୁଁ ରାଜ୍ୟ ବିଜେପି ନେତାମାନଙ୍କୁ ନିବେଦନ କରିବାକୁ ଚାହେଁ, ଯେ ସାଧାରଣ ଜୀବନରେ ପ୍ରବେଶ କରୁଥିବା ମହିଳାଙ୍କୁ ଅସମ୍ମାନ କରାନଯାଉ । କାରଣ ଏଭଳି ଆଚରଣକୁ ବର୍ତ୍ତମାନ କିମ୍ବା ଭବିଷ୍ୟତରେ ଓଡ଼ିଶାବାସୀ ଆଦୌ ପ୍ରଶଂସା କରିବେ ନାହିଁ ।"

ତେବେ ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, "ବରିଷ୍ଠ ବିଜେପି ନେତା ରମା ରଞ୍ଜନ ବଳିଆରସିଂ ଏବଂ ଅନ୍ୟମାନଙ୍କ ଲୁହ ଓଡିଶାର ଲୋକ ବିଶେଷ କରି ମହିଳାମାନଙ୍କର ଭାବନାକୁ ସ୍ପଷ୍ଟ ଭାବେ ସୂଚିତ କରୁଛି ଯେ ପଦ୍ମପୁର ଉପନିର୍ବାଚନ ସମୟରେ ଓଡିଶା ବିଜେପିର ନେତାମାନେ ବର୍ଷା ସିଂ ବରିହାଙ୍କୁ କିଭଳି ଅପମାନିତ କରିଥିଲେ । ଏହା ସହିତ ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିଲେ । ଯେଉଁ ମହିଳାମାନେ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଆମେ କି ବାର୍ତ୍ତା ଦେଉଛୁ । ଯଦି ତୁମେ ସାଧାରଣ ଜୀବନରେ ପ୍ରବେଶ କର ତେବେ ତୁମକୁ ଅପମାନିତ କରାଯିବ । ରାଜନୀତିରେ ମହିଳାମାନଙ୍କର ଅଂଶ ଗ୍ରହଣ ଭାରତରେ ବହୁତ କମ୍ ଅଟେ । ଏହି ପ୍ରକାରର ଅପମାନଜନକ ମନ୍ତବ୍ୟ ଏବଂ ଆଚରଣ ମହିଳାମାନଙ୍କୁ ରାଜନୀତିରେ ପ୍ରବେଶରୁ ଦୂରେଇ ଦେବ ।"

ସସ୍ମିତ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ବିଜେଡିର ସଭାପତି ନୁହଁନ୍ତି । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କୁ ଓଡିଶାବାସୀ ବିଶ୍ବାସ କରିଛନ୍ତି । ବିଶେଷକରି ମହିଳାମାନେ ତାଙ୍କୁ ଜଣେ ବରିଷ୍ଠ ଷ୍ଟେଟସ୍‍ମ୍ୟାନ ଭାବରେ ଦେଖନ୍ତି । ଏହାକୁ ପ୍ରତିପାଦନ କରିବା ତାଙ୍କର ନୈତିକ ଦାୟିତ୍ବ ଅଟେ । ରାଜନୀତି ସହିତ ଏହାର କୌଣସି ସମ୍ପର୍କ ନାହିଁ । ଏହା ହେଉଛି ସାଧାରଣ ଜୀବନରେ ମହିଳାଙ୍କର ଅଂଶଗ୍ରହଣ ବିଷୟରେ ସେମାନଙ୍କର ସମ୍ମାନ । କେନ୍ଦ୍ରମନ୍ତ୍ରୀ ବୁଝିବା ଉଚିତ ଯେ, ରାଜନୀତିରେ ପ୍ରବେଶ କରୁଥିବା ମହିଳାଙ୍କ ପ୍ରତି ଅସମ୍ମାନ ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଏହାକୁ ଏକ ରାଜନୈତିକ ପ୍ରସଙ୍ଗ ଭାବରେ ଗ୍ରହଣ ନକରିବା ଉଚିତ୍‍ । ଏହି ପ୍ରକ୍ରିୟାରେ ସେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକୁ ବିବୃତ୍ତି ଭିତରକୁ ଟାଣିବାକୁ ଚେଷ୍ଟା କରିଛନ୍ତି । ଯାହା ଦୁର୍ଭାଗ୍ୟଜନକ ଏବଂ ବିଭ୍ରାନ୍ତିକର । ଆମେ ନିଶ୍ଚିତ ଯେ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତାମାନେ ବର୍ଷା ସିଂ ବରିହାଙ୍କ ସମେତ ଦେଶରେ ମହିଳାଙ୍କ ବିରୋଧରେ କରାଯାଉଥିବା ବ୍ୟକ୍ତିଗତ ଅପମାନଜନକ ବିବୃତ୍ତିକୁ ନିଶ୍ଚିତ ନିନ୍ଦା କରିବେ ।"

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details