ଓଡିଶା

odisha

ETV Bharat / state

ଭିତ୍ତିଭୂମି ବିକାଶ ପାଇଁ ଧ୍ୟାନ ଦେବାକୁ ସଂସଦରେ ମାନସ ମଙ୍ଗରାଜଙ୍କ ଦାବି

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ବୁଧବାର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହୋଇଛି । ଏଥିରେ ଅଂଶଗ୍ରହଣ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ଓଡ଼ିଶାର ଭିତ୍ତିଭୂମି ବିକାଶ ଉପରେ ଧ୍ୟାନ ଦେବା ଲାଗି ସେ ଦାବି କରିଛନ୍ତି । ଅଧିକ ପଢନ୍ତୁ

By

Published : Feb 8, 2023, 7:11 PM IST

BJD MP Manas Mangaraj
BJD MP Manas Mangaraj

ସଂସଦରେ ମାନସ ମଙ୍ଗରାଜଙ୍କ ଦାବି

ଭୁବନେଶ୍ବର:ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା । ଆଲୋଚନାରେ ଅଂଶଗ୍ରହଣ କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ । ଦେଶର ଦୃତତମ ଅଭିବୃଦ୍ଧି କରୁଥିବା ରାଜ୍ୟ ଓଡ଼ିଶାର ଭିତ୍ତିଭୂମି ବିକାଶ ଉପରେ ଧ୍ୟାନ ଦେବା ଲାଗି ସଂସଦରେ ଦାବି ରଖିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ଓଡ଼ିଶାକୁ ଭିତ୍ତିଭୂମି ସହାୟତା ଓ ସମ୍ବଳ ପ୍ରଦାନ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ ବୋଲି ସେ କହିଛନ୍ତି ।

ଏ ନେଇ ବିଜେଡି ସାଂସଦ କହିଛନ୍ତି, "ଓଡ଼ିଶା ଦେଶର ଦୃତତମ ଅଭିବୃଦ୍ଧି କରୁଥିବା ରାଜ୍ୟ ମଧ୍ୟରୁ ଅନ୍ୟତମ । ରାଜ୍ୟର ବିକାଶ ପ୍ରତି ଉପଯୁକ୍ତ ଧ୍ୟାନ ଦିଆଗଲେ ଏହାର ବାସ୍ତବତା ହୃଦୟଙ୍ଗମ ହେବ । ଓଡ଼ିଶାକୁ ଭିତ୍ତିଭୂମି ସହାୟତା ଓ ସମ୍ବଳ ପ୍ରଦାନ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ । ଜାତୀୟ ରାଜପଥ, ଡିଜିଟାଲ କନେକ୍ଟିଭିଟି ଓ ବ୍ୟାଙ୍କିଂ ସେବା ଭିତ୍ତିଭୂମି ବିକାଶର ପ୍ରମୁଖ କ୍ଷେତ୍ର । ରାଜ୍ୟରେ ଏହାର ବିକାଶ ପାଇଁ କେନ୍ଦ୍ର ସରକାର ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି । ରାଜ୍ୟରେ ବହୁ ଜାତୀୟ ରାଜପଥ ପ୍ରକଳ୍ପ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । କଟକ-ସମ୍ବଲପୁର ଭଳି ବହୁ ଜାତୀୟ ରାଜପଥ ପ୍ରକଳ୍ପ ବହୁ ବର୍ଷ ଧରି ଦୁର୍ବଳ ଅବସ୍ଥାରେ ରହିଛି ।"

ଏହା ବି ପଢନ୍ତୁ- ନବ ଦାସ ହତ୍ୟା ଘଟଣାକୁ ନେଇ ଘେରିଲେ ବିରୋଧି, ପ୍ରତିକ୍ରିୟା ରଖିଲା ବିଜେଡି

ସେ ଆହୁରି କହିଛନ୍ତି, "ଉପକୂଳ ରାଜପଥ ପ୍ରକଳ୍ପ କେବଳ ଫାଇଲରେ ସୀମିତ ରହିଛି । ରାଜ୍ୟରେ ଉପକୂଳ ରାଜପଥ ପ୍ରକଳ୍ପରେ ଗୋଟିଏ ବି ଇଟା ପଡିନି । ରେଳବାଇରେ ଓଡ଼ିଶାକୁ ସମ୍ପୂର୍ଣ୍ଣ ଅବହେଳା କରାଯାଉଛି । ବହୁ ରେଳପଥ ପାଇଁ ରାଜ୍ୟ ସରକାର ମାଗଣା ଜମି ଯୋଗାଇ ଦେଉଛନ୍ତି । ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ପ୍ରକଳ୍ପ ପାଇଁ ୫୦% ଅର୍ଥ ରାଜ୍ୟ ଦେଉଛି । ଏହିସବୁ ପ୍ରକଳ୍ପରେ କୌଣସି ଅଗ୍ରଗତି ହେଉନାହିଁ । ପାରାଦ୍ବୀପ-ହରିଦାସପୁରକୁ ଯାତ୍ରୀବାହୀ ଟ୍ରେନ ଚାଲିପାରୁନି । ପୁରୀ-କୋଣାର୍କ ନୂଆ ରେଳ ଲାଇନ ପ୍ରସ୍ତାବ ଉପରେ କୌଣସି ନିଷ୍ପତ୍ତି ନେଉନି ରେଳବାଇ । ଏହି ପ୍ରକଳ୍ପ ପାଇଁ ଜମି ଓ ପ୍ରକଳ୍ପ ଖର୍ଚ୍ଚର ୫୦% ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।"

ରାଜ୍ୟର ୧୨ଟି ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରିବାକୁ ଚୁକ୍ତିନାମା ହୋଇଥିଲା । କେବଳ ଭୁବନେଶ୍ବରକୁ ବାଦ ଦେଲେ ଅନ୍ୟ ୧୧ଟି ଷ୍ଟେସନର ବିକାଶ ହୋଇନି । ରାଜ୍ୟରେ ମୋବାଇଲ ଓ ଡିଜିଟାଲ ଯୋଗାଯୋଗ ଅତ୍ୟନ୍ତ ଦୁର୍ବଳ । ଆଦିବାସୀ ଅଧ୍ୟୁକ୍ଷିତ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଲୋକେ ଏହି ସେବା ପାଇପାରୁନାହାଁନ୍ତି । ଏବେ ବି ଲୋକେ ଗଛରେ ଚଢି ମୋବାଇଲ ନେଟୱାର୍କ ବ୍ୟବହାର କରୁଛନ୍ତି । ରାଜ୍ୟର ବହୁ ପଞ୍ଚାୟତରେ ବ୍ୟାଙ୍କିଂ ସେବା ନାହିଁ । ପଞ୍ଚାୟତରେ ବ୍ୟାଙ୍କର କାର୍ଯ୍ୟାଳୟ ନଥିବାରୁ ଲୋକେ ପ୍ରଭାବିତ ହେଉଛନ୍ତି । ରାଜ୍ୟର ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ସରକାର ଏ ଦିଗରେ ଧ୍ୟାନ ଦେବାକୁ ଦାବି । ସଂସଦରେ ଦାବି ରଖିଲେ ବିଜେଡି ସାଂସଦ ମାନସ ମଙ୍ଗରାଜ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details