ଓଡିଶା

odisha

ETV Bharat / state

ସଂସଦରେ ଓଡ଼ିଶା ପ୍ରଶ୍ନ: ଗାଁରେ ୬୨.୫%ଙ୍କୁ ଟ୍ୟାପ୍ ଜଳ, ଜାତୀୟ ହାରଠୁ କମ

ଜୁଲାଇ ୨୬ ତାରିଖ ସୁଦ୍ଧା ଓଡ଼ିଶାରେ ଗ୍ରାମାଞ୍ଚଳର ୬୨.୫% ପରିବାରକୁ ଟ୍ୟାପ୍ ଯୋଗେ ପାନୀୟ ଜଳ ଯୋଗାଣ ହେଉଛି । ସୂଚନା ଦେଲେ କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହଲାଦ ସିଂ ପଟେଲ । ଅଧିକ ପଢନ୍ତୁ

By

Published : Aug 2, 2023, 7:30 AM IST

ସଂସଦରେ ଓଡ଼ିଶା ପ୍ରଶ୍ନ
ସଂସଦରେ ଓଡ଼ିଶା ପ୍ରଶ୍ନ

ଭୁବନେଶ୍ବର: ଜଳ ଜୀବନ ମିଶନ ଯୋଜନାରେ ଓଡ଼ିଶାରେ ଜୁଲାଇ ୨୬ ତାରିଖ ସୁଦ୍ଧା ଗ୍ରାମାଞ୍ଚଳର ୬୨.୫% ପରିବାରକୁ ଟ୍ୟାପ୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି । ଏହି ହାର ସର୍ବଭାରତୀୟ ତୁଳନାରେ କମ ରହିଛି । ଓଡ଼ିଶାର ଗ୍ରାମାଞ୍ଚଳରେ ଜଳ ଯୋଗାଣ ସମ୍ପର୍କିତ ବିଜେଡି ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହଲାଦ ସିଂ ପଟେଲ । କେନ୍ଦ୍ରମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଜଳ ଜୀବନ ମିଶନ ଯୋଜନା ଆରମ୍ଭ ସମୟରେ ଓଡିଶାରେ ୩.୧୧ ଲକ୍ଷ ଗ୍ରାମାଞ୍ଚଳ ପରିବାରକୁ ଟ୍ୟାପ ଯୋଗେ ପାନୀୟ ଜଳ ମିଳୁଥିଲା । ଏହା ମୋଟ ଗ୍ରାମାଞ୍ଚଳ ପରିବାରର ୩.୫% ଥିଲା ।

ତେବେ ଚଳିତ ବର୍ଷ ଜୁଲାଇ ୨୬ ତାରିଖ ସୁଦ୍ଧା ଏହି ତାଲିକାରେ ଆଉ ୫୨.୨୫ ଲକ୍ଷ ପରିବାରକୁ ସାମିଲ କରାଯାଇଛି । ଫଳରେ ଓଡିଶାର ଗ୍ରାମାଞ୍ଚଳରେ ଥିବା ମୋଟ ୮୮.୬୪ ଲକ୍ଷ ପରିବାର ମଧ୍ୟରୁ ୫୫.୩୬ ଲକ୍ଷ ପରିବାରଙ୍କୁ ପାନୀୟ ଜଳ ଯୋଗାଣ କରାଯାଇଛି । ଅର୍ଥାତ ରାଜ୍ୟରେ ୬୨.୫% ଙ୍କୁ ଜଳ ଜୀବନ ମିଶନ ଯୋଜନାରେ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: RajyaSabha: ଜୈବ ବିବିଧତା ସଂଶୋଧନ ବିଲ 2023 ପାସ, ଆଲୋଚନାରେ ଭାଗ ନେଲେ ସୁଲତା ଦେଓ

କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ, ଆଉ ୩୦.୧୭ ଗ୍ରାମାଞ୍ଚଳ ପରିବାରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଓଡ଼ିଶା ସରକାର ଯୋଜନା କରିଛନ୍ତି । ୨୦୨୩-୨୪ ବର୍ଷରେ ୨.୭୨ ଲକ୍ଷ ପରିବାରକୁ ସଂଯୋଗ ଦେଇପାରିଛି । ଏହା ଛଡା ଜୁଲାଇ ୨୬ ତାରିଖ ସୁଦ୍ଧା ଓଡିଶା ସରକାର ଜଳ ଜୀବନ ମିଶନ ଯୋଜନାରେ ୯୬୫ କୋଟି ଟଙ୍କା ଖର୍ଚ୍ଚ କରି ସାରିଲେଣି । ସର୍ବଭାରତୀୟ ସ୍ତରରେ ୬୫ ପ୍ରତିଶତ ପରିବାରକୁ ଏହି ଯୋଜନାରେ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ ହୋଇଛି । ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ୭୦.୦୮ ପ୍ରତିଶତ, ଛତିଶଗଡରେ ୫୪.୧୩, ଝାଡଖଣ୍ଡରେ ୩୯.୦୮ ଏବଂ ପଶ୍ଚିମବଙ୍ଗରେ ଏହା ୩୪.୪୨ ପ୍ରତିଶତ ରହିଛି ।

କେତେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଗ୍ରାମାଞ୍ଚଳରେ ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରାଯାଇ ସାରିଲାଣି । ଏଥି ମଧ୍ୟରେ ଗୋଆ, ଗୁଜୁରାଟ, ହିମାଚଳ ପ୍ରଦେଶ, ହରିୟାଣା, ପୁଡୁଚେରୀ, ପଞ୍ଜାମ, ହରିଆନା, ତେଲେଙ୍ଗାନା, ଆଣ୍ଡାମାନ ଏବଂ ନିକୋବର ଆଦି ରହିଛନ୍ତି । ବିହାର ଏ କ୍ଷେତ୍ରରେ ୯୬ ପ୍ରତିଶତରୁ ଅଧିକ ଲକ୍ଷ୍ୟ ହାସଲ କରିଛି । ମିଜୋରାମର ଗ୍ରାମାଞ୍ଚଳରେ ୯୦ ପ୍ରତିଶତରୁ ଅଧିକ ପରିବାରକୁ ଜଳ ଜୀବନ ମିଶନ ଯୋଜନାରେ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ ହୋଇ ସାରିଲାଣି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details