ଭୁବନେଶ୍ବର: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ବୟାନ ନେଇ ତେଜୁଛି ରାଜନୀତି । ଓଡ଼ିଶାରେ ବିଜେପି ସରକାର ଗଠନ କରିବ, ଆଉ ସେ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ବୋଲି କହିଥିଲେ ହିମନ୍ତ । ଆସାମ ମୁଖ୍ୟମନ୍ତ୍ରୀଙ୍କର ଏଭଳି ବୟାନକୁ ନେଇ କଟାକ୍ଷ କରିଛନ୍ତି ଉଭୟ ବିଜେଡି ଏବଂ କଂଗ୍ରେସ । ଓଲଟା 2024ରେ ନବୀନ ପଟ୍ଟନାୟକଙ୍କ ଶପଥ ଗ୍ରହଣ ଉତ୍ସବକୁ ଆସନ୍ତୁ ବୋଲି ହିମନ୍ତଙ୍କୁ ନିମନ୍ତ୍ରଣ କରିଛି ବିଜେଡି । ସେପଟେ କଂଗ୍ରେସ କହିଛି ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ଯେଉଁ ସ୍ବପ୍ନ ଦେଖୁଛନ୍ତି, ତାହା କେବେ ସମ୍ଭବ ହେବନି ।
ଗତକାଲି ଭୁବନେଶ୍ବରରେ ଓଡ଼ିଶାର ଏକ ବୈଦ୍ୟୁତିକ ଗଣମାଧ୍ୟମର ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । କାର୍ଯ୍ୟକ୍ରମ ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ସଭାରେ ହିମନ୍ତ ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ । ଏପରିକି ସାଧାରଣ ନିର୍ବାଚନ ପରେ ଓଡ଼ିଶାରେ ବିଜେପି ସରକାରର ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବାକୁ ଆସିବି ବୋଲି କହିଥିଲେ । ଯାହାକୁ ନେଇ ତେଜିଛି ରାଜନୀତି । ହିମନ୍ତଙ୍କୁ କଟାକ୍ଷ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।