ଓଡିଶା

odisha

ETV Bharat / state

ମହାନଦୀ ଜଳ ବିବାଦ: ଆଈମା କାହାଣୀ ଶୁଣାଇଲେ ସୌମ୍ୟ - ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ

ମହାନଦୀ ଜଳ ବିବାଦ ନେଇ କଣ କହିଲେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଜାଣନ୍ତୁ । ଅଧିକ ପଢନ୍ତୁ

mahanadi river water issue
ମହାନଦୀ ଜଳ ବିବାଦ:

By

Published : Mar 26, 2023, 1:22 PM IST

ମହାନଦୀ ଜଳ ବିବାଦ

ଭୁବନେଶ୍ବର: ମହାନଦୀ ଜଳ ବିବାଦକୁ ନେଇ କେତେ ଯେ ପାଣି ବହିଗଲାଣି ତାହାର କଳନା ନାହିଁ । ମହାନଦୀ ପ୍ରସଙ୍ଗରେ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟ ଦେଖିବାକୁ ମିଳିଛି । ଦୀର୍ଘ ବର୍ଷ ଧରି ରାଜନୈତିକ ମୁଦ୍ଦା ହୋଇ ରହିଛି ମହାନଦୀ । ମହାନଦୀକୁ ନେଇ କେତେ ଯେ ଆନ୍ଦୋଳନ, ବିକ୍ଷୋଭ ହୋଇଛି । ହେଲେ ବିଜେଡି ବିଧାୟକ ମହାନଦୀକୁ ନେଇ ଆଈମା କାହାଣୀ ଶୁଣାଇଛନ୍ତି ।

ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟତକ କହିଛନ୍ତି ଯେ, ''ଓଡିଶା ଜଳସମ୍ପଦରେ ଭରପୁର । ପ୍ରଭୁ ଜଗନ୍ନାଥ ଆମକୁ ସବୁ ଦୃଷ୍ଟିରୁ ସବୁ କିଛି ଦେଇଛନ୍ତି । ଭୂଇଁ ଉପରେ ଯେତିକି ଦେଇଛନ୍ତି ଜଙ୍ଗଲ, ଭୂଇଁ ତଳେ ମଧ୍ୟ ସେତିକି ଦେଇଛନ୍ତି । ଭୂଇଁ କଡରେ ଦେଇଛନ୍ତି ବିସ୍ତୃତ ବେଳାଭୂମି, ସମୁଦ୍ର ଓ ନଦ ନଦୀ । ଜଳସମ୍ପଦ ଦୃଷ୍ଟିରୁ ଆମେ ପ୍ରଭୁ ଜଗନ୍ନାଥଙ୍କ ପାଖରେ କୃତଜ୍ଞ ରହିବା ଦରକାର । କେବଳ କୃତଜ୍ଞ ରହିଲେ ଚଳିବ ନାହିଁ । ଆମ ନଦ ନଦୀ ଏବଂ ପ୍ରକୃତି ଆମକୁ ଯେତିକି ଜଳ ସମ୍ପଦ ଦେଉଛି, ତାହାର ବାଧକ ସାଜିଛନ୍ତି ଆମ ପଡୋଶୀ । ଯେମିତି କୁହନ୍ତି ଆମ ଭାଇ ହେଉଛନ୍ତି ଭଗାରୀ ।''

ସୌମ୍ୟ ଆହୁରି କହିଛନ୍ତି ଯେ, ''ପଡୋଶୀ ରାଜ୍ୟମାନେ ଆମ ନଦୀମାନଙ୍କର ଆରମ୍ଭରେ ଅଛନ୍ତି । ସେମାନେ କିଛି ପରିମାଣରେ ବାଧକ ସାଜୁଛନ୍ତି । ତଥାପି ପ୍ରକୃତି ଆମକୁ ଯେତିକି ଦଉଛି, ପଡୋଶୀଙ୍କ ସହ କଳି ନ କରି ଆମର ନାର୍ଯ୍ୟ ଦାବି ପାଇବା ପାଇଁ ତତ୍ପରନାସ୍ତି ଉଦ୍ୟମ କରିବା ଉଚିତ । କିନ୍ତୁ ଯେତିକି ବାକି ପାଣି ଆମକୁ ସେ ମହାନଦୀ ହେଉ, ବ୍ରାହ୍ମଣୀ ହେଉ ବା ବୈତରଣୀ । ତାହାର ପାଣି କେମିତି ସମୁଦ୍ରରେ ବହି ନ ଯାଉ ଆମେ ତାଙ୍କୁ କୌଣସି ଉପାୟରେ ଅଟକାଇବା ଏବଂ ସେହି ଜଳକୁ ଅଟକାଇ ଆମର ଭୂତଳ ଜଳସ୍ତରକୁ ବଢାଇବା । ଜଳସମ୍ପଦରେ ଆମେ ଯେତିକି ସମୃଦ୍ଧ ଥିଲେ, ଆମେ ତାଙ୍କୁ ଗରିବ ହେବାକୁ ଦେବାନାହିଁ ।''

ଏହା ମଧ୍ୟ ପଢନ୍ତୁ...ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ, ଜିଲ୍ଲାକୁ ୧ ନମ୍ବର କରିବା ପାଇଁ କାମ କରିବା କହିଲେ ନବୀନ

ସେପଟେ ବିଧାନସଭାରେ ମହାନଦୀ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ମହାନଦୀ ପ୍ରସଙ୍ଗରେ ଦୋମୁହାଁ ନୀତି ଆପଣେଇଛନ୍ତି ଶାସକ ଦଳ । ବିରୋଧୀ ଦଳଙ୍କୁ ଶାସକ ଦଳ ବିଶ୍ବାସକୁ ନେଉ ନାହାଁନ୍ତି । ଯେଉଁଥିପାଇଁ ସବୁବେଳେ ସେ ଫେଲ୍ ମାରୁଛନ୍ତି । ମହାନଦୀରେ ବି ସେମାନେ ବାହାସ୍ପଟ ମାରୁଥିବେ ଫେଲ ମାରୁଥିବେ ବୋଲି ନରସିଂହ ମିଶ୍ର କହିଛନ୍ତି । ମାର୍ଚ୍ଚ 23 ତାରିକରେ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ମହାନଦୀ ପ୍ରସଙ୍ଗରେ ବିରୋଧୀ ହଙ୍ଗାମା କରିଥିଲେ ଫଳରେ ଗୃହକାର୍ଯ୍ୟ ବନ୍ଦ କରାଯାଇଥିଲା ।

ଇଟିିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details