ଓଡିଶା

odisha

ETV Bharat / state

ବ୍ଲେମ ଗେମ ବଦଳରେ ନିଜ ମୁହଁକୁ ଦର୍ପଣରେ ଦେଖନ୍ତୁ : ବିଜେଡି - ବ୍ଲେମ ଗେମ ବଦଳରେ ନିଜ ମୁହଁକୁ ଦର୍ପଣରେ ଦେଖନ୍ତୁ

ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପାଇଁ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । କାର୍ଯ୍ୟାନୁଷ୍ଠାନ ପରେ ଆନ୍ଦୋଳନ ଜାରି ରହିଥିବାରୁ ଆନ୍ଦୋଳନକାରୀଙ୍କ ଉପରେ ସୁପ୍ରିମକୋର୍ଟ କଠୋର ହୋଇଛନ୍ତି । ଏପଟେ ଆରମ୍ଭ ଆରମ୍ଭ ହୋଇଛି ପଲିଟିକାଲ ବ୍ଲେମ ଗେମ । ଅଧିକ ପଢନ୍ତୁ

ବିଜେଡି
ବିଜେଡି

By

Published : Dec 13, 2022, 7:51 PM IST

ଭୁବନେଶ୍ବର: ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପାଇଁ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । କାର୍ଯ୍ୟାନୁଷ୍ଠାନ ପରେ ଆନ୍ଦୋଳନ ଜାରି ରହିଥିବାରୁ ଆନ୍ଦୋଳନକାରୀଙ୍କ ଉପରେ ସୁପ୍ରିମକୋର୍ଟ କଠୋର ହୋଇଛନ୍ତି । ଏପଟେ ଆରମ୍ଭ ଆରମ୍ଭ ହୋଇଛି ପଲିଟିକାଲ ବ୍ଲେମ ଗେମ । ଶାସକ ଓ ବିରୋଧୀ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି ।

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପାଇଁ ଆନ୍ଦୋଳନକୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ସମର୍ଥନ କରିଛନ୍ତି । ଆନ୍ଦୋଳନର ସେ ଅଂଶ ବିଶେଷ ବୋଲି ବିରୋଧୀ ଦଳ ନେତା କହିଥିବାବେଳେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି । ଏହି ସବୁ ବିବାଦ ପାଇଁ ଓଡିଶା ସରକାରଙ୍କୁ ସେ ଦାୟୀ କରିଥିବାବେଳେ କେନ୍ଦ୍ରକୁ ରାଜ୍ୟ ତରଫରୁ କୌଣସି କଂକ୍ରିଟ ପ୍ରସ୍ତାବ ଦିଆଯାଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

ବିରୋଧୀ ଦଳ ନେତାଙ୍କ ଅଭିଯୋଗ ଉପରେ ଜବାବ ରଖିଛନ୍ତି ବିଜେଡିର ଉପସଭାପତି ଦେବୀ ମିଶ୍ର । ଦେବୀ କହିଛନ୍ତି ଯେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ପ୍ରସଙ୍ଗରେ ଆଇନ ବିଭାଗ ନିଷ୍ପତ୍ତି ନେବ । ବିରୋଧୀ ଦଳ ନେତା ଯେଉଁ ଅଭିଯୋଗ କରୁଛନ୍ତି, ତାହା ଅବନ୍ତର କଥା । ଝୁଣ୍ଟି ପଡିଲେ ସରକାର ଦାୟୀ କହିବା ଅବାନ୍ତର କଥା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କିପରି ଅନୁପାଳନ କରାଯିବ ସେ ନେଇ ନିର୍ଦ୍ଦେଶ ଅଛି । ବାକି ପ୍ରକ୍ରିୟା, ପଶ୍ଚିମାଞ୍ଚଳରେ କେଉଁଠି ହେବ ତାହା ଅଧିବକ୍ତା ସଂଘ ଯାହା କହିବେ ସେ ଅନୁସାରେ ହେବ । ଖାଲି ବ୍ଲେମ ଗେମ କଲେ ହେବନି । କେବଳ ସରକାରଙ୍କ ଉପରେ ଦୋଷ ଲଦିବା ଠିକ ନୁହେଁ । ଅଭିଯୋଗ କରିବା ପୂର୍ବରୁ ନିଜ ମୁହଁକୁ ଦର୍ପଣରେ ଦେଖନ୍ତୁ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details