ଓଡିଶା

odisha

ETV Bharat / state

5T ସଚିବଙ୍କ ସପକ୍ଷରେ ବାହାରିଲେ ବିଜେଡି ବିଧାୟକ, କହିଲେ ଅପପ୍ରଚାର କରୁଛି ବିଜେପି

5T ସଚିବଙ୍କ ବିରୋଧରେ ବିଜେଡିରେ ଅସନ୍ତୋଷ ଥିଲେ ମଧ୍ୟ ଟିକେଟ କଟିଯିବା ଭୟରେ କେହି ମୁହଁ ଖୋଲୁନଥିବା ବିଜେପି ନେତା ପ୍ରଦୀପ ପୁରୋହିତ ଅଭିଯୋଗ କରିଥିଲେ । ଏହାପରେ 5T ସଚିବଙ୍କ ସପକ୍ଷରେ ବାହାରିଛନ୍ତି ବିଜେଡି ବିଧାୟକ । ଅଧିକ ପଢ଼ନ୍ତୁ...

By

Published : Jul 10, 2023, 11:01 PM IST

5T ସଚିବଙ୍କ ସପକ୍ଷରେ ବାହାରିଲେ ବିଜେଡି ବିଧାୟକ
5T ସଚିବଙ୍କ ସପକ୍ଷରେ ବାହାରିଲେ ବିଜେଡି ବିଧାୟକ

5T ସଚିବଙ୍କ ସପକ୍ଷରେ ବାହାରିଲେ ବିଜେଡି ବିଧାୟକ

ଭୁବନେଶ୍ବର: ରାଜ୍ୟରେ 5T ସଚିବଙ୍କୁ ନେଇ ଥମୁନି ବିବାଦ । 5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଓ ସରକାରୀ ଯୋଜନା ପାଇଁ ଅନୁଦାନ ଘୋଷଣାକୁ ନେଇ ବିରୋଧ ତେଜିବାରେ ଲାଗିଛି । ପ୍ରମୁଖ ବିରୋଧୀ ଭାବେ ବିଜେପି ଓ କଂଗ୍ରେସ ସଚିବଙ୍କ ଗସ୍ତକୁ ବିରୋଧ କରିବା ସହ କେନ୍ଦ୍ର ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚିଠି ଲେଖିଛନ୍ତି । କେନ୍ଦ୍ର ସରକାର ଏଥିପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ମୁଖ୍ୟ ସଚିବ ମଧ୍ୟ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ତେବେ ଆଜି ଏନେଇ ବିଜେପି ନେତା ପ୍ରଦୀପ ପୁରୋହିତ ପୁଣିଥରେ 5T ସଚିବଙ୍କୁ ଟାର୍ଗେଟ୍‌ କରିଥିଲେ । ବିଜେଡିରେ ଅନେକ ନେତା ସଚିବଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ଥିବାବେଳେ ଟିକେଟ୍‌ କଟିଯିବା ଭୟରେ ଚୁପ ରହିଛନ୍ତି ବୋଲି ପ୍ରଦୀପ କହିଥିଲେ । ଏହି ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ପର୍ଶୁରାମ ଧଡା ।

ବିଜେଡି ବିଧାୟକ କହିଛନ୍ତି, "ଓଡ଼ିଶାରେ ବିଜେପିର ସଂଗଠନ ଦାନା ବାନ୍ଧୁନଥିବାରୁ ବିଜେପି ବାରମ୍ଵାର ଆରୋପ ଲଗାଉଛି । ଲୋକେ ବିଜେପିକୁ ଗ୍ରହଣ କରୁନାହାନ୍ତି । ବିଜେଡିର ନେତା ନବୀନ ପଟ୍ଟନାୟକ । 5T ସଚିବ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ତାଙ୍କୁ ନେଇ ବିଜେପି ଯେଭଳି ଅଭିଯୋଗ ଆଣିଛି, ତାହା ସମ୍ପୂର୍ଣ୍ଣ ମିଥ୍ୟା ଓ ଅପପ୍ରଚାର । କେଉଁ ନିର୍ବାଚନ ମଣ୍ଡଳୀରେ କିଏ ଛିଡ଼ା ହେବ, ଏଥିପାଇଁ ଜିତିବା ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ଟିକେଟ ଦିଆଯାଏ । ଲୋକଙ୍କ ପାଖରେ ରହିବା ଓ ଲୋକଙ୍କ ଦ୍ବାରା ଆଦୃତ ହେଉଥିବା ଲୋକ ଦଳରେ ଟିକେଟ ପାଆନ୍ତି । 5T ସଚିବ ଟିକେଟ ଦେବା କଥା ସମ୍ପୂର୍ଣ୍ଣ ମିଛ ଓ କପୋଳକଳ୍ପିତ ।" ସେହିଭଳି ଦଳରେ ଅସନ୍ତୋଷ ଥିବା ଅଭିଯୋଗ ନେଇ ବିଧାୟକ କହିଛନ୍ତି, "ବିଜେଡିରେ କିଛି ଅସନ୍ତୋଷ ନାହିଁ । ବିଜେପି ଔଷଧ ବିକଳରେ ତାଟିଆ କାମୁଡୁଛି । ବିଜେପି ଆଗାମୀ ନିର୍ବାଚନର ହାରିବା ସ୍ବୀକାର କରି ସାରିଲାଣି । ତାଙ୍କର ଟାର୍ଗେଟ୍‌ ବି ୧୨୦ରୁ ୮୦କୁ ଖସିଲାଣି । ଏଥିରୁ ବିଜେପିର ସ୍ଥିତି ଅନୁମେୟ ।"

ଏହା ମଧ୍ୟ ପଢ଼ନ୍ତୁ...ଟିକେଟ କଟିଯିବା ଭୟରେ କେହି ମୁହଁ ଖୋଲୁନାହାନ୍ତି: ପ୍ରଦୀପ ପୁରୋହିତ

ସୂଚନା ଥାଉ କି, ବିଜେପି ନେତା ପ୍ରଦୀପ ପୁରୋହିତ ଆଜି 5T ସଚିବଙ୍କ ହାତରେ ବିଜେଡି ଦଳର ନିୟନ୍ତ୍ରଣ ରହିଥିବା ଅଭିଯୋଗ ଆଣିଥିଲେ । ଦଳରେ ବିଦ୍ରୋହ କରିବାକୁ କିଛି ନେତା ଚାହୁଁଛନ୍ତି, ନେତାଙ୍କ ଭିତରେ ଅସନ୍ତୋଷ ଭରି ରହିଛି ବୋଲି କହିଥିଲେ । ହେଲେ ଯେହେତୁ ପାଣ୍ଡିଆନ୍‌ଙ୍କ ହାତରେ ଟିକେଟ୍‌ ରହିଛି, ତେଣୁ ଟିକେଟ୍‌ କଟିଯିବା ଭୟରେ କେହି କିଛି କହୁନାହାନ୍ତି ବୋଲି ସେ କହିଥିଲେ । ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିରେ ଉଭୟ ବିଧାୟକ ଏବଂ ସାଂସଦ ଟିକେଟ୍‌ 5T ସଚିବ ବାଣ୍ଟିବେ ବୋଲି କହିଥିଲେ ପ୍ରଦୀପ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details