ଭୁବନେଶ୍ବର: ଥମୁନି ଭିକେ ପାଣ୍ଡିଆନଙ୍କୁ ନେଇ ରାଜନୀତି। ଇସ୍ତଫା ପରଠାରୁ ଜୋର ଧରିଛି ଚର୍ଚ୍ଚା। କାଲି ବିଜେଡି ସାଂସଦ ସୁଜିତ କୁମାର କହିଥିଲେ ବିକାଶ ପୁରୁଷ। ଆଜି ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ କହିଛନ୍ତି ବିଜେପି ଏହାକୁ ହଜମ କରିପାରୁନାହିଁ। ପାଣ୍ଡିଆନଙ୍କର ଭିଆରଏସ ବିରୋଧୀଙ୍କ ମୁହଁ ବନ୍ଦ କରିଦେଇଛି।
ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ କହିଛନ୍ତି ‘‘ମୁଖ୍ୟମନ୍ତ୍ରୀ ଭିକେ ପାଣ୍ଡିଆନଙ୍କୁ ଯେଉଁ ଦାୟିତ୍ଵ ଦେଉଛନ୍ତି ତାକୁ ସେ ସୁଚାରୁ ରୂପେ ତୁଲାଇଛନ୍ତି। ଆଜି ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ବିଶ୍ବାସୀ। ସେ ଜଣେ ଦକ୍ଷ ବ୍ୟକ୍ତି ବୋଲି ମଧ୍ୟ ନିଜର ପରିଚୟ ଦେଇଛନ୍ତି। ଓଡ଼ିଶାର ବିକାଶ ତାଙ୍କର ଫୁଲ ଟାଇମ ଅବଶ୍ୟକତା ରହିଛି। ସେ ଯେଉଁ ନିଷ୍ପତ୍ତି ନେଲେ ଆମେ ସେଥିରି ଖୁସି। କାରଣ ଏବେ ସେ ଅଧିକ ସମୟ ପାଇବେ। ଓଡ଼ିଶାର ବିକାଶ ପାଇ ଅଧିକ କାମ କରିପାରିବେ। ମୁଖ୍ୟମନ୍ତ୍ରୀଙ୍କୁ ବିଶେଷ ସହାୟତା କରିବେ। ଆଗକୁ ତାଙ୍କ ଭୂମିକା ବିଜେଡିକୁ ବଳ,ଗତି, ଶକ୍ତି ସବୁ ଯୋଗାଇବ। ଜିଲ୍ଲାପାଳ ଥିବା ବେଳେ ଭିକେ ପାଣ୍ଡିଆନ ବହୁତ ସୁନାମ ଅର୍ଜନ କରିଛନ୍ତି। ମୟୂରଭଞ୍ଜ ହେଉ ବା ଗଞ୍ଜାମ। ସବୁ ଜିଲ୍ଲାରେ ଭଲ କାମ କରିଛନ୍ତି। ଯୋଉ ଦାୟିତ୍ଵ ତାଙ୍କୁ ଦିଆଯାଇଛି। ସେ ଦାୟିତ୍ଵକୁ ସେ ସୁଚାରୁ ରୂପେ ତୁଲାଇଛନ୍ତି। ସେ NREGS କାମ ଏମିତି କଲେ ଗଞ୍ଜାମ ଜିଲ୍ଲା ସର୍ବ ଭାରତୀୟ ସ୍ତରରେ ସର୍ବଶ୍ରେଷ୍ଠ ଜିଲ୍ଲା ଗ୍ରହଣ କରିଥିଲା।’’
ଅଧିକ ପଢନ୍ତୁ- Pandian Politics:‘ପାଣ୍ଡିଆନଙ୍କ VRS ଓ ପୁନଃନିଯୁକ୍ତି ରାଜ୍ୟ ରାଜନୀତିକୁ ବାଇପୋଲାର ଦିଗକୁ ନେଉଛି’