ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସିଛନ୍ତି 3 କେନ୍ଦ୍ରମନ୍ତ୍ରୀ । ରାଜ୍ୟକୁ ବିଭିନ୍ନ ଯୋଜନାରେ ମିଳିଥିବା ଟଙ୍କାର ହିସାବ କେନ୍ଦ୍ରମନ୍ତ୍ରୀ ଦେଉଛନ୍ତି । ଏହାକୁ କାଉଣ୍ଟର କରିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ। ପୁରୁଣା ହିସାବ ଦେଉଛନ୍ତି, ହେଲେ ହକ କାହିଁକି ଦେଉନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ସହ ରେଳ ପ୍ରକଳ୍ପ ନେଇ କେନ୍ଦ୍ରମନ୍ତ୍ରୀ କରିଥିବା ଅଭିଯୋଗର ଜବାବ ରଖିଛି ବିଜେଡି ।
ବିଜେଡି ସାଂସଦ କହିଛନ୍ତି ଯେ, ରେଳ ଲାଗି ଜମି କେବେଠାରୁ ଯୋଗାଇ ଦିଆଯାଇଛି । ବିଶେଷ କରି କୋରାପୁଟ, ମାଲକାନଗିରି ସହ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ଲାଗି ଜମି ଯୋଗାଇ ଦିଆଯାଇଛି । ରେଳମନ୍ତ୍ରୀ ବୋଧେ ଠିକ ଭାବରେ ଏହାକୁ ଅନୁଧ୍ୟାନ କରିନାହାନ୍ତି । ରାଜ୍ୟରେ ରେଳ କାର୍ଯ୍ୟ ବହୁ ଧୀରେ ଚାଲିଛି । ଓଡ଼ିଶାରୁ ରାଜ୍ୟସଭା ଯାଇ ରେଳମନ୍ତ୍ରୀ ହୋଇଥିବାରୁ ଆମର ବହୁତ ଆଶା ଅଛି । ରାଜ୍ୟରେ ରେଳ କାର୍ଯ୍ୟ ଆଗକୁ ନେବେ ବୋଲି ଆମର ବିଶ୍ୱାସ ରହିଛି । ଅଭିଯୋଗ ନକରି ମିଛ କଥା ନକହି କାମ ଯଦି ଜଲଦି ଜଲଦି କରନ୍ତେ, ଓଡ଼ିଶାବାସୀ ସମସ୍ତେ ଖୁସି ହୋଇଥାନ୍ତେ ।