ଓଡିଶା

odisha

ETV Bharat / state

ବିଜେଡି ମୁକ୍ତ ଓଡିଶା ନୁହେଁ, ବିଜେପି ମୁକ୍ତ ଦେଶ ଚାହିଁଲେଣି ଲୋକେ: ପ୍ରମିଳା - ବିଜେଡି ମୁକ୍ତ ଓଡିଶା ଗଠନ ପାଇଁ ଆହ୍ବାନ ଦେଇଛି ବିଜେପି

ରାଜ୍ୟ ବିଜେପିର କାର୍ଯ୍ୟକାରିଣୀରେ ବିଜେଡି ମୁକ୍ତ ଓଡିଶା ଗଠନ ପାଇଁ ଆହ୍ବାନ ଦେଇଛି ବିଜେପି । ଏହାର ପ୍ରତିକ୍ରିୟାରେ ବିଜେପି ମୁକ୍ତ ଭାରତ ପାଇଁ ଲୋକେ ଚିନ୍ତା କଲେଣି ବୋଲି କହିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । ଅଧିକ ପଢ଼ନ୍ତୁ

ବିଜେପିର ବିଜେଡି ମୁକ୍ତ ଓଡିଶା ମନ୍ତବ୍ୟ ପରେ ଏମିତି କହିଲେ ପ୍ରମିଳା
ବିଜେପିର ବିଜେଡି ମୁକ୍ତ ଓଡିଶା ମନ୍ତବ୍ୟ ପରେ ଏମିତି କହିଲେ ପ୍ରମିଳା

By

Published : May 20, 2023, 8:09 PM IST

ବିଜେପିର ବିଜେଡି ମୁକ୍ତ ଓଡିଶା ମନ୍ତବ୍ୟ ପରେ ଏମିତି କହିଲେ ପ୍ରମିଳା

ଭୁବନେଶ୍ବର: ଚାଲିଛି ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ । ବିଜେଡି ମୁକ୍ତ ଓଡିଶା ଗଠନ ପାଇଁ ଆହ୍ବାନ ଦେଇଛି ଦଳ । ମହିଳା ବିରୋଧୀ ହିଂସା ଓ ନାରୀ ନିର୍ଯାତନା କ୍ଷେତ୍ରରେ ରାଜ୍ୟ ଏକ ନମ୍ବର ଆଡ଼କୁ ଧାଉଁଛି ବୋଲି ଦଳ ଅଭିଯୋଗ କରିଛି । ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ବିଧାୟକଙ୍କ ନାଁରେ ମାଳମାଳ ଅଭିଯୋଗ ଆସୁଛି । ନେତାଙ୍କ ଘରେ ବୋହୂମାନେ ସୁରକ୍ଷିତ ନଥିବାବେଳେ ରାଜ୍ୟର ମହିଳାଙ୍କ କଥା କଣ କୁହାଯିବ ବୋଲି ବିଜେପି ପ୍ରଶ୍ନ କରିଛି । ବିଜେଡି ମୁକ୍ତ ଓଡିଶା ଗଠନ ନେଇ ବିଜେପିର ଆହ୍ବାନ ପରେ ତାତିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ।

ପ୍ରମିଳା କହିଛନ୍ତି, "ଭାରତବର୍ଷର ଲୋକେ ତ୍ରାହିତ୍ରାହି ଡାକିଲେଣି । ଦରଦାମ ବୃଦ୍ଧି ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ପେଟ୍ରୋଲ, ଡିଜେଲ ଓ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦର ନିତିଦିନ ବୃଦ୍ଧି ଘଟୁଛି । ତେଣୁ ଲୋକେ ଚିନ୍ତା କଲେଣି ଭାରତବର୍ଷକୁ ବିଜେପି ମୁକ୍ତ କରିବେ । ଏହାର ପ୍ରଭାବ କର୍ଣ୍ଣାଟକରେ ଦେଖିବାକୁ ମିଳିଲା । ଏହାର ପ୍ରଭାବ ଦେଶର ଅନ୍ୟ ରାଜ୍ୟରେ ବି ଆଗକୁ ପଡ଼ିପାରେ । ବିଜେପି ମୁକ୍ତ ଦେଶ ପାଇଁ ଯେତେବେଳେ ଭାରତ ସାରା ଲୋକେ ତ୍ରାହି ତ୍ରାହି ଡାକିଲେଣି, ଏଠାରେ ରାଜ୍ୟ ବିଜେପି ବିଭିନ୍ନ ଆଳ ଦେଖାଉଛି । ବିଭିନ୍ନ ପ୍ରକାର କଥା କହିବେ । ସେମାନେ ପ୍ରଥମେ ଲୋକଙ୍କ ପାଖକୁ ଯାଆନ୍ତୁ । ଜାଣିବେ ଲୋକେ କାହାଠାରୁ ମୁକ୍ତ ହେବାକୁ ଚାହାଁନ୍ତି । ୯ ବର୍ଷ ମଧ୍ୟରେ ସାଧାରଣ ଲୋକଙ୍କ ପାଇଁ କୌଣସି ପଦକ୍ଷେପ ନେଲେନାହିଁ । ଯାହା ଲୋକଙ୍କର ଭଲହେବ, ତାହା କଲେ ନାହିଁ । ଯାହା କହିଥିଲେ କେବଳ ମିଛ କଥା କହିଥିଲେ । କହିଥିଲେ ବିଦେଶରେ ଥିବା କଳାଧନ ଆଣି ଲୋକଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଦେବେ । ନିତ୍ୟବ୍ୟବହାର ଜିନିଷର ଦରଦାମ କମେଇବେ । ପେଟ୍ରୋଲ, ଡିଜେଲ ଓ ଦରଦାମ କମେଇବେ । ଗ୍ୟାସର ଦର କମେଇବେ । ଆଚ୍ଛେ ଦିନ ଆସିବା କଥା କହିଥିଲେ । କି ଆଚ୍ଛେ ଦିନ ଆସିଲା । ବଡ଼ ପୁଞ୍ଜିପତିଙ୍କ ପାଇଁ ଆଚ୍ଛେ ଦିନ ଆସିଲା । ଆଚ୍ଛେ ଦିନ ବଡ଼ ବଡ଼ ବେପାରୀଙ୍କର ଆସିଲା । ଆଚ୍ଛେ ଦିନ ସାଧାରଣ ଗରିବ ଲୋକମାନଙ୍କ ପାଇଁ ଆସିଲା ନାହିଁ ।"

ସେ ଆହୁରି କହିଛନ୍ତି, "ଉଜ୍ୱଳା ଗ୍ୟାସ ଓ ଜିଏସଟି ଦେଇ ନିତ୍ୟବ୍ୟବହାର ଜିନିଷ କିଣୁଥିବା ଲୋକ ତ୍ରାହିତ୍ରାହି ଡାକୁଛନ୍ତି । ବିଜେପି ମୁକ୍ତ ଭାରତ ଗଠନ କରିବା ଲାଗି ଲୋକେ ତ୍ରାହିତ୍ରାହି ଡାକିଲେଣି । ବିଜେପି କଣ ବିଜେଡି ମୁକ୍ତ କରିବ ବୋଲି କହୁଛନ୍ତି । ଓଡ଼ିଶାର ଆଇନ ଶୃଙ୍ଖଳା କଥା କହିବା ପୂର୍ବରୁ ବିଜେପି ପ୍ରଥମେ ଗୁଜରାଟ, ୟୁପି ଆଉ ଦିଲ୍ଲୀ କଥା ଦେଖନ୍ତୁ । ଦିଲ୍ଲୀରେ ଯେଉଁଠି ସ୍ବୟଂ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ରହୁଛନ୍ତି, ତାହା ଉପରେ ନଜର ଦିଅନ୍ତୁ । ଦିଲ୍ଲୀର ପ୍ରଭାବ ଚାରିଆଡେ ପଡୁଛି । ଦିଲ୍ଲୀ, ୟୁପି ଓ ଗୁଜୁରାଟଠୁ ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ବହୁତ ଭଲ ଅଛି । ବିଜେପିର ମିଛ ଭାଷଣ ଲୋକେ ଆଉ କେତେଦିନ ଶୁଣିବେ । ଲୋକେ ଜାଣିଲେଣି ବିଜେପି ନିରୋଳା ମିଛ କହି ଶାସନକୁ ଆସିଛି । ଭାଷଣ ଶୁଣି ଲୋକଙ୍କ ପେଟ ପୁରିବ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details