ଭୁବନେଶ୍ବର:୨୦୨୪ ସାଧାରଣ ନିର୍ବାଚନ ପାଇଁ ଜାତୀୟ ରାଜନୀତି ସରଗରମ ହେବାରେ ଲାଗିଛି । ଉଭୟ ଶାସକ ଓ ବିରୋଧୀ ମେଣ୍ଟ ରଣନୀତି ପ୍ରସ୍ତୁତ କରିବାକୁ ତତ୍ପରତାର ସହ କାମ କରୁଛନ୍ତି । ଆଜି ବେଙ୍ଗାଲୁରୁରେ ୨୬ଟି ବିରୋଧୀ ଦଳର ଏକାଠି ହୋଇଥିବା ବେଳେ ଆସନ୍ତାକାଲି ବିଜେପି ଏବଂ ସହଯୋଗୀ ଶକ୍ତି ପ୍ରଦର୍ଶନ କରିବେ । କିନ୍ତୁ ଉଭୟ ବୈଠକରୁ ନିଜକୁ ଦୂରେଇ ରଖିଛି ବିଜୁ ଜନତା ଦଳ । ବିଜୁ ଜନତା ଦଳ ସମଦୂରତ୍ବ କଥା ଛାଡି ଏପାଖ ନହେଲେ ସେପାଖ ହେଉ ବୋଲି କହିଛି ବିଜେପି ।
ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, "ଜାତୀୟ ସ୍ତରର ବିରୋଧୀ ଦଳ ସମୂହ ବେଙ୍ଗାଲୁରୁ ବୈଠକ କରୁଛନ୍ତି । ଦିଲ୍ଲୀରେ NDAର ବୈଠକ ହେଉଛି । ବିଭିନ୍ନ ରାଜନୈତିକ ଦଳ ତାଙ୍କ କାର୍ଯ୍ୟକ୍ରମ କରୁଛନ୍ତି । ବିଜେଡିର ଘୋଷିତ ନୀତି ରହିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ନା ଏନଡିଏ ନା ୟୁପିଏ ଆମେ କାହା ସହିତ ନାହୁଁ । ଆମେ ଓଡ଼ିଶାବାସୀଙ୍କ ସହିତ ରହିଛୁ । ଏହା ହେଉଛି ସାରାଂଶ । ଓଡ଼ିଶା କ୍ଷେତ୍ରରେ ନବୀନ ବାବୁଙ୍କ କାର୍ଯ୍ୟକ୍ରମ ଲୋକଙ୍କ ଦ୍ବାରା ଆଦୃତ ହେଉଛି । ବିଜେଡି ପ୍ରତି ଲୋକଙ୍କ ସମର୍ଥନ ଦିନକୁ ଦିନ ବଢ଼ିବାରେ ଲାଗିଛି । ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ଆମେ ପ୍ରତ୍ୟକ୍ଷ ଭାବେ ଲୋକଙ୍କ ପାଖରେ ପହଞ୍ଚି ରୂପାନ୍ତରିତ ଓଡ଼ିଶାର କାର୍ଯ୍ୟକ୍ରମ ଅଧିକ ତ୍ବରାନ୍ବିତ ହେବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ପୂର୍ବରୁ ଯାହା ସ୍ଥିତି ଥିଲା ତାହା ପରିବର୍ତ୍ତନ ହୋଇନାହିଁ । ମୁଖ୍ୟମନ୍ତ୍ରୀ ପୂର୍ବରୁ ଏହି କଥା କହିଛନ୍ତି ।"
ଏହା ବି ପଢନ୍ତୁ- ବିଜେଡି ପାଇଁ ସମଦୂରତା ସ୍ପଷ୍ଟ ନୀତି, ବିକାଶ ଆଭିମୁଖ୍ୟ ସ୍ପଷ୍ଟ ଲକ୍ଷ୍ୟ: ଦେବୀ