ଓଡିଶା

odisha

ETV Bharat / state

ହରିଦାସପୁର-ପାରାଦୀପ ରେଳପଥରେ ପାସେଞ୍ଜର ଟ୍ରେନ ଚାଳାଇବାକୁ ବିଜେଡିର ଦାବି - Kendrapara MLA Sashibhushan Behera

କେନ୍ଦ୍ରାପଡା ରେଳ ଲାଇନ ନେଇ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଦାବି । ଏହି ରେଳପଥରେ ମାଲବାହୀ ଟ୍ରେନ ଚଳାଚଳକୁ ଏକ ବର୍ଷ ପୁରିଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ଯାତ୍ରୀବାହୀ ଟ୍ରେନ ଚାଲି ପାରୁନଥିବା ଅଭିଯୋଗ କରିଛି ବିଜେଡି । ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡା ରେଳ ଚଳାଚଳ ନେଇ ସାମ୍ବାଦିକ ସମ୍ମିଳନୀ
କେନ୍ଦ୍ରାପଡା ରେଳ ଚଳାଚଳ ନେଇ ସାମ୍ବାଦିକ ସମ୍ମିଳନୀ

By

Published : Dec 20, 2022, 8:10 AM IST

କେନ୍ଦ୍ରାପଡା ରେଳ ଚଳାଚଳ ନେଇ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର: ହରିଦାସପୁର ପାରାଦୀପ ରେଳପଥରେ ପାସେଞ୍ଜର ଟ୍ରେନ ଚାଳାଇବାକୁ ବିଜେଡି ଦାବି କରିଛି । କେନ୍ଦ୍ରାପଡା ରେଳ ଲାଇନ ନେଇ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି ବିଜେଡି । ଏହି ରେଳପଥରେ ମାଲବାହୀ ଟ୍ରେନ ଚଳାଚଳକୁ ଏକ ବର୍ଷ ପୁରିଲାଣି । ହେଲେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ କେନ୍ଦ୍ରାପଡାରେ ଏବଂ ମାର୍ଶାଘାଇରେ ଯାତ୍ରୀବାହୀ ଟ୍ରେନ ଚାଲି ପାରୁନଥିବା ଅଭିଯୋଗ କରିଛି ବିଜେଡି ।

ସେପଟେ ଏନେଇ ସୋମବାର କେନ୍ଦ୍ରାପଡା ଜିଲ୍ଲାରେ ବିଜେଡି ପକ୍ଷରୁ ଆନ୍ଦୋଳନ ହୋଇଛି । କେନ୍ଦ୍ରାପଡାରେ ତୁରନ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳ କରାଯିବା ପାଇଁ ଦଳ ଦାବି କରିଛି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡା ବିଧାୟକ ଶଶୀ ଭୂଷଣ ବେହେରା କହିଛନ୍ତି, "ସେପ୍ଟେମ୍ବର ୨୦୨୦ରୁ ହରିଦାସପୁର-ପାରାଦ୍ବୀପ ୮୨ କିଲୋମିଟର ରେଳପଥରେ ନିୟମିତ ୨୦ ମାଲବାହୀ ଟ୍ରେନ ଚାଳଚଳ କରୁଛି । ଯାତ୍ରୀବାହୀ ଟ୍ରେନ ଚାଳଚଳ ପାଇଁ ପରୀକ୍ଷା ମୂଳକ ଚଳାଚଳ ଶେଷ ହୋଇଥିଲେ ମଧ୍ୟ ଚାଲି ପାରୁନାହିଁ । ବିନା ମୂଲ୍ୟରେ ଜମି ଏବଂ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି । ୨୦୨୦ରେ କେନ୍ଦ୍ରପଡା ସାଧାରଣ ଜନତାଙ୍କ ପକ୍ଷରୁ ଏନେଇ ରେଳରୋକ ହୋଇଥିଲା । କେନ୍ଦ୍ରପଡା ଜିଲ୍ଲାର ସମସ୍ତ ବିଧାୟକ ଇଷ୍ଟକୋଷ୍ଟ ଜୋନର ଜେନେରାଲ ମ୍ୟାନେଜରଙ୍କୁ ଭେଟି ପାସେଞ୍ଜର ଟ୍ରେନ ଚଳାଇବା ପାଇଁ ଦୃଢ ଦାବି କରିଥିଲେ । ଆଉ ଆଜି ମଧ୍ୟ କେନ୍ଦ୍ରାପଡା ଜିଲ୍ଲାକୁ ଟ୍ରେନ ଚାଳଚଳ କରିବାକୁ ଦାବି କରୁଛି ବିଜେଡି ।

ସେହିଭଳି ଏନେଇ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, "ହରିଦାସପୁର ଏବଂ କେନ୍ଦ୍ରାପଡା ଦେଇ କଟକରୁ ପାରାଦ୍ବୀପ ପର୍ଯ୍ୟନ୍ତ ଗୋଟିଏ ଯାତ୍ରୀବାହି ଟ୍ରେନ ଚଲାନ୍ତୁ । ଏହା ଫଳରେ ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ଏହି ଅଞ୍ଚଳର ଲୋକମାନେ ସୁରୁଖୁରୁରେ ଯାତାୟତ କରିପାରିବେ । ଭଦ୍ରକରୁ ପାରାଦ୍ବୀପକୁ ହରିଦାସପୁର ଏବଂ କେନ୍ଦ୍ରପଡା ଦେଇ ଅନ୍ୟ ଏକ ଟ୍ରେନ ଚଳାଚଳ କଲେ କୋଲକାତାରେ କାର୍ଯ୍ୟ କରୁଥିବା ଲୋକଙ୍କୁ ମଧ୍ୟ ସହାୟକ ହେବ ।" ତେବେ ଏହି ଦୁଇଟି ଟ୍ରେନ ଖୁବଶୀଘ୍ର ଚଳଚଳ କରିବାକୁ ଅନୁରୋଧ କରିଛନ୍ତି ବିଜେଡି ବିଧାୟକ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details