ଓଡିଶା

odisha

ETV Bharat / state

ସେଲ୍ଫି ଅଭିଯାନ ପରିବର୍ତ୍ତେ ମହିଳାଙ୍କ ସମସ୍ୟା ପ୍ରସଙ୍ଗ ଉଠାଅ: ବିଜେଡି - ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର

ବିଜେପି ମହିଳା ମୋର୍ଚ୍ଚାର ସେଲ୍ଫି ଅଭିଯାନକୁ ଟାର୍ଗେଟ କଲା ବିଜେଡି । ସେଲ୍ଫି ଅଭିଯାନ ପରିବର୍ତ୍ତେ ମହିଳାଙ୍କ ସମସ୍ୟା ପ୍ରସଙ୍ଗ ଉଠାଇବାକୁ କହିଲେ ବିଜେଡି ମୁଖପାତ୍ରୀ ଶ୍ରୀମୟୀ ମିଶ୍ର । ଅଧିକ ପଢନ୍ତୁ

BJD leader shreemayee mishra
BJD leader shreemayee mishra

By

Published : Feb 13, 2023, 7:32 PM IST

ବିଜେପି ମହିଳା ମୋର୍ଚ୍ଚାର ସେଲ୍ଫି ଅଭିଯାନକୁ ଟାର୍ଗେଟ

ଭୁବନେଶ୍ବର:ଆସନ୍ତା ମାର୍ଚ୍ଚ ମାସ ଠାରୁ ବିଜେପି ମହିଳା ମୋର୍ଚ୍ଚା ଆରମ୍ଭ କରିବାକୁ ଯାଉଛି ସେଲ୍ଫି ଅଭିଯାନ । ବିଜେପିର ଲାଭାର୍ଥୀଙ୍କ ସହ ସେଲ୍ଫି ନେବେ ବିଜେପି ମହିଳା ମୋର୍ଚ୍ଚା ନେତା ଓ କର୍ମୀ । ବିଜେପିର ସେଲଫି ଅଭିଯାନକୁ ନେଇ କଡା ସମାଲୋଚନା କରିଛି ବିଜେଡି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ସେଲ୍ଫି ଅଭିଯାନ ପରିବର୍ତ୍ତେ ମହିଳାଙ୍କ ସମସ୍ୟା ପ୍ରସଙ୍ଗ ଉଠାଅ ବୋଲି କହିଛନ୍ତି ।

ସେ କହିଛନ୍ତି, "ଉଜ୍ଜ୍ବଳା ଯୋଜନାରେ ସିଲିଣ୍ଡର ଭରି ନପାରି ମହିଳା ହଟହଟା । ଚାଉଳ କାଟ ଯୋଗୁଁ କୃଷକ ପରିବାରର ମହିଳାମାନେ ସମସ୍ୟାରେ ପଡ଼ିଛନ୍ତି । କେନ୍ଦୁପତ୍ରରେ ଜିଏସଟି ଲାଗିବା ଦ୍ବାରା ତୋଳୁଥିବା ମହିଳା କ୍ଷତିଗ୍ରସ୍ତ ହେଉଛନ୍ତି । ମହିଳା ସଂରକ୍ଷଣ ବିଲ ପ୍ରସଙ୍ଗ ବିଜେପି ସାଂସଦମାନେ ସଂସଦରେ ଉଠାନ୍ତୁ । ସେଲ୍ଫି ଅଭିଯାନ ପରିବର୍ତ୍ତେ ମହିଳା ସଶକ୍ତିକରଣ ପାଇଁ ଓଡ଼ିଶା ବିଜେପି ସଂସଦରେ ମହିଳା ସଂରକ୍ଷଣ ବିଲ ପ୍ରସଙ୍ଗ ନେଇଥାନ୍ତା ଭଲ ହୋଇଥାନ୍ତା ।"

ଶ୍ରୀମୟୀ ଆହୁରି କହିଛନ୍ତି, "ସେଲ୍ଫି କ୍ୟାମ୍ପେନ ବଦଳରେ ମହିଳାଙ୍କ ପ୍ରକୃତ ସମସ୍ୟାକୁ ନେଇ ବିଜେପି ସାଂସଦ କେନ୍ଦ୍ରରେ ଦାବି ଉପସ୍ଥାପନ କରନ୍ତେ ମା'ମାନେ ଉପକୃତ ହୁଅନ୍ତେ । ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ କରିବାକୁ ବିଜେଡି ସ୍ବର ଉତ୍ତୋଳନ କରୁଛି । ବିଜେପି ସାଂସଦମାନେ ସେଲ୍ଫି କ୍ୟାମ୍ପେନ ବଦଳରେ ଏ ପ୍ରସଙ୍ଗରେ ସଂସଦରେ ସ୍ବର ଉତ୍ତୋଳନ କଲେ ଭଲ ହୁଅନ୍ତା । ଉଜ୍ଜ୍ବଳା ଯୋଜନାରେ ୯୦ ଲକ୍ଷ ମହିଳା ୨୦୨୧-୨୨ ମସିହାରେ ସିଲିଣ୍ଡର ରିଫିଲ କରି ପାରିନଥିଲେ । ସେମାନେ ଯନ୍ତ୍ରଣା ଭୋଗିଥିଲେ ।"

ଏହା ବି ପଢନ୍ତୁ- ୨୦୨୪ ପାଇଁ ବିଜେପି ଗୋଟାଇବ ମହିଳା ବଳ, ଘରଘର ବୁଲି ସେଲ୍ଫି ନେବେ ମହିଳା ମୋର୍ଚ୍ଚା ନେତ୍ରୀ

କେନ୍ଦ୍ର ଦ୍ବାରା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ହୋଇଛି । ଏହି କାରଣରୁ ଓଡ଼ିଶାର ଏକ କୋଟିରୁ ଅଧିକ ମହିଳା ପ୍ରତି ମାସରେ ଅତିରିକ୍ତ ଭାବେ ମୁଣ୍ଡପିଛା ପାଉଥିବା ୫ କିଲୋଗ୍ରାମ ମାଗଣା ଚାଉଳରୁ ବଞ୍ଚିତ ହେବେ । କେନ୍ଦ୍ର ଓଡ଼ିଶାରୁ ବଳକା ଚାଉଳ ଉଠାଉନଥିବାରୁ ଏବଂ ଧାନ କ୍ରୟ ପରିମାଣ ହ୍ରାସ ଯୋଗୁଁ ମହିଳା କୃଷକ ଏବଂ କୃଷକ ପରିବାରରେ ଥିବା ମହିଳା ସଦସ୍ୟମାନେ ଏହାର ଫଳ ଭୋଗିବେ ।

କେନ୍ଦୁପତ୍ର ଉପରେ ୧୮% ଜିଏସଟି ଲାଗୁ ଯୋଗୁଁ ଜୀବିକା ପାଇଁ କେନ୍ଦୁ ପତ୍ର ସଂଗ୍ରହ କରୁଥିବା ପ୍ରାୟ ୮ ଲକ୍ଷ ଆଦିବାସୀ ମହିଳା କ୍ଷତିଗ୍ରସ୍ତ ହେଉଛନ୍ତି । ମହିଳା ଶସକ୍ତିକରଣ ଉପରେ ବିଜେଡି ସବୁବେଳେ ପ୍ରାଥମିକତା ଦେଇଛି । ସେଲଫି ଅଭିଯାନ କରିବା ପରିବର୍ତ୍ତେ ଯଦି ମହିଳାଙ୍କ ସହ ଜଡିତ ଏହି ପ୍ରକୃତ ପ୍ରସଙ୍ଗକୁ ଓଡ଼ିଶା ବିଜେପି ଉଠାନ୍ତା ତେବେ ରାଜ୍ୟର ମହିଳାଙ୍କ ମଙ୍ଗଳ ହୁଅନ୍ତା ବୋଲି ଶ୍ରୀମୟୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details