ଭୁବନେଶ୍ବର:ବିଜେପିର କାର୍ଯ୍ୟକାରିଣୀ ବୈଠକକୁ ଟାର୍ଗେଟ କଲା ଶାସକ ଦଳ ବିଜେଡି । ସମସ୍ତ ୩୦ଟି ଜିଲ୍ଲା ପରିଷଦରେ ହାରିଛି ବିଜେପି । ନିର୍ବାଚନରେ ବଡ଼ ବିପର୍ଯ୍ୟୟ ପରେ ଓଡ଼ିଶା ବିଜେପି ହତାଶ ହୋଇପଡିଛି । ନିଜର କ୍ୟାଡରକୁ ଉତ୍ସାହିତ କରିବାକୁ ଚେଷ୍ଟା କରୁଛି ବିଜେପି । ବିଜେପିର ଆଜି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଏ ଦିଗରେ ଆଉ ଏକ ଦୁର୍ବଳ ପ୍ରୟାସ ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।
ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ନେଇ ଲେନିନ କହିଛନ୍ତି, "ବିଜେପି ସର୍ବାଧିକ ପରିମାଣରେ ମିଥ୍ୟା ପ୍ରଚାର କରୁଛି । ଲୋକଙ୍କ ପ୍ରସଙ୍ଗ ଉଠାଉ ନାହିଁ । ଯେଉଁଥିପାଇଁ ଓଡ଼ିଶାବାସୀ ସେମାନଙ୍କୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି । ଲୋକସଭାରେ ଥିବା ବିଜେପିର ୮ ଜଣ ସାଂସଦ ଷଡଯନ୍ତ୍ର କରି ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଓଡ଼ିଶାର ଗରିବ ଲୋକ ପାଇବାକୁ ଥିବା ଘରକୁ ବନ୍ଦ କରିଥିଲେ । ବିଜେଡିର ଚାପ ଯୋଗୁଁ ଓଡିଶା ବିଜେପିର ଆଉ ଲୋକଙ୍କ ପାଖକୁ ଯିବାକୁ ମୁହଁ ନାହିଁ । ଯଦି ରାଜ୍ୟ ବିଜେପିର ସତସାହାସ ଅଛି ତେବେ ଓଡିଶାର ୩.୨୫ କୋଟି ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ମାଗଣା ୫ କିଲୋଗ୍ରାମ ଚାଉଳ ବନ୍ଦ ହେବା ବିଷୟରେ ରାଜ୍ୟବାସୀଙ୍କୁ ସତ କହିବା ଉଚିତ।"
ଏହା ବି ପଢନ୍ତୁ- BJP Executive Meeting: ୧୧ଟି ରାଜନୈତିକ ଚିଠା ପ୍ରସ୍ତାଵ ପାରିତ