ଓଡିଶା

odisha

ETV Bharat / state

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିଜେଡିର କାଉଣ୍ଟର - ବିଜେଡି ମୁଖପାତ୍ର ଲେଲିନ୍ ମହାନ୍ତି

ଆଜି କଟକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ "ରାଜ୍ୟରେ ପଲିଟିକାଲ ସିଷ୍ଟମ୍ ନଷ୍ଟ ହୋଇଛି । କେବଳ ପ୍ରଦୀପ ପାଣିଗ୍ରାହୀଙ୍କୁ ଛାଡି ତାଙ୍କ ଦଳର ୧୦୦ ଜଣ ବିଧାୟକଙ୍କ ଉଦେଶ୍ୟରେ ଲେଖିଛନ୍ତି ସୌମ୍ୟ ପଟ୍ଟନାୟକ ।" ଏହାର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର । ଅଧିକ ପଢ଼ନ୍ତୁ

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ କାଉଁଟର କରିଲେ : ୨ ବିଜେଡି ମୁଖପାତ୍ର
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ କାଉଁଟର କରିଲେ : ୨ ବିଜେଡି ମୁଖପାତ୍ର

By ETV Bharat Odisha Team

Published : Aug 27, 2023, 9:52 PM IST

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ କାଉଁଟର କରିଲେ : ୨ ବିଜେଡି ମୁଖପାତ୍ର

ଭୁବନେଶ୍ବର:ରାଜ୍ୟରେ ନିର୍ବାଚନ ସମୟ ପାଖେଇ ଆସୁଥିବାରୁୁ ରାଜ୍ୟର ପ୍ରମୁଖ ଦଳମାନଙ୍କ ମଧ୍ୟରେ ତୁ ତୁ ମେ ମେ ଆରମ୍ଭ ହୋଇଗଲାଣି । ଆଜି କଟକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଖଣ୍ଡପଡ଼ା ବିଧାୟକଙ୍କ ସମ୍ପାଦକୀୟକୁ କହିଥିଲେ "ରାଜ୍ୟରେ ପଲିଟିକାଲ ସିଷ୍ଟମ୍ ନଷ୍ଟ ହୋଇଛି । କେବଳ ପ୍ରଦୀପ ପାଣିଗ୍ରାହୀଙ୍କୁ ଛାଡି ତାଙ୍କ ଦଳର ୧୦୦ ଜଣ ବିଧାୟକଙ୍କ ଉଦେଶ୍ୟରେ ଲେଖିଛନ୍ତି ସୌମ୍ୟ ପଟ୍ଟନାୟକ। ଏଠି ମୁଖ୍ୟମନ୍ତ୍ରୀଙ୍କୁ କେହି ଭେଟି ପାରୁନାହାନ୍ତି । ବିଧାୟକମାନଙ୍କୁ ସର୍କିଟ ହାଉସରେ ତାଲା ପକାଇ ସଚିବ ରାଜନୀତି କରୁଛନ୍ତି ।"

ଏହାକୁ ନେଇ ପ୍ରତିକ୍ରିୟାରେ ବିଜେଡି ମୁଖପାତ୍ର ଲେଲିନ୍ ମହାନ୍ତି କହିଛନ୍ତି "ମନମୋହନ ସାମଲଙ୍କର ଯେଉଁ ବାଚାଳାମି ଷ୍ଟେଟ୍‌ମେଣ୍ଟ୍‌ ତାହା ଯୋଗୁଁ ସାଢେ 4 କୋଟି ଲୋକ ବିଜେପିକୁ ପ୍ରତ୍ୟାକ୍ଷିତ କରୁଛନ୍ତି । ସାଢେ 4 କୋଟି ଓଡ଼ିଆ ନବୀନ ପଟ୍ଟନାୟକ ଓ ବିଜେଡିକୁ ଲଗାତାର ଭରସା କରି ଆସିଛନ୍ତି । 30ଟି ଜିଲ୍ଲାରେ ବିଜେପି ପ୍ରତ୍ୟାକ୍ଷିତ ହୋଇଛି ବିଭିନ୍ନ ସର୍ଭେ ବର୍ତ୍ତମାନ ନବୀନ ପଟ୍ଟନାୟକଙ୍କୁ ଭାରତର ନମ୍ବର ୱାନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଦର୍ଶାଉଛି । ମନମୋହନ ସାମଲଙ୍କ ପ୍ରବଳ ଦୁର୍ବଳତା ଅଛି ଯେ ବିଜେଡିରୁ ଯେଉଁମାନଙ୍କୁ ପ୍ରତ୍ୟାକ୍ଷିତ କରାଯାଉଛି ସେମାନଙ୍କୁ ନେବାକୁ ବ୍ୟାକୁଳ ହେଉଛନ୍ତି । ଓଡ଼ିଶାର ସାଢ଼େ ଚାରି କୋଟି ଓଡ଼ିଆ ମୁଖ୍ୟମନ୍ତ୍ରୀ ଏବଂ ବିଜୁ ଜନତା ଦଳକୁ ଆଶୀର୍ବାଦ କରି ଚାଲିଛନ୍ତି ।

ଏହା ମଧ୍ୟ ପଢନ୍ତୁ..ପାଣ୍ଡିଆନଙ୍କୁ ସୌମ୍ୟଙ୍କ ତେରେଚ୍ଛା ବାଣ, ପ୍ରଶଂସାରେ ପୋତିଲା ବିଜେପି


ଆମେ ଜାଣିଛୁ ମନମୋହନ ସାମଲଙ୍କର ପ୍ରବଳ ଦୁର୍ବଳତା ବିଜେଡିରୁ ଯେଉଁମାନେ ପ୍ରତ୍ୟାକ୍ଷିତ ହୋଇଥାଆନ୍ତି ,ସେହିପରି ନେତାଙ୍କୁ ବଡ଼ ବ୍ୟାକୁଳତାର ସହ ଦଳରେ କେମିତି ନେବେ ସେ କଥା ଚାହାନ୍ତି ମନମୋହନ । କିଛି ଦୁଃଖ ନାହିଁ । ଗତ ନିର୍ବାଚନରେ କିଛି ପ୍ରତ୍ୟାକ୍ଷିତ ଲୋକଙ୍କୁ ନେଇଥିଲେ ଯେଉଁ ମାନଙ୍କ ପାଇଁ ବିଜେପିକୁ ପ୍ରତ୍ୟାକ୍ଷିତ କଲେ ଜନତା । ବିଭିନ୍ନ ନିର୍ବାଚନରେ ବିଜେପିରେ ନେତୃତ୍ୱ ଓ ମନମୋହନଙ୍କ ବାଚାଳାମି ପ୍ରତିକ୍ରିୟା ପାଇଁ ବିଜେପି ପ୍ରତ୍ୟାକ୍ଷିତ ହେଉଛି । ମୁଁ ଆଶ୍ଚର୍ଯ୍ୟ ହାରି ହାରି ମଧ୍ୟ ପ୍ରତ୍ୟାକ୍ଷିତ ନେତାକୁ ନେବାକୁ ପାଇଁ ବ୍ୟାକୁଳତା କମିନାହଁ । ସେଥିରୁ ସେ ଶିକ୍ଷା ଲାଭ କରିବା ଦରକାର ପୂର୍ଵ ନିର୍ବାଚନ ପରି ଏଥର ମଧ୍ୟ ଲୋକେ ବିଜେପିକୁ ପ୍ରତ୍ୟକ୍ଷିତ କରିବେ ।"

ସେହିପରି ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ମନ୍ତବ୍ୟକୁ ନେଇ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି "ଗଣତାନ୍ତ୍ରିକ ପ୍ରକ୍ରିୟାରେ ବହୁ ମୂଲ୍ୟ ଭୋଟ ଦେଇ ଜନପ୍ରତିନିଧି ତାଙ୍କୁ ବାଛିଥାଆନ୍ତି । ସେତେବେଳେ ଭୋଟରଙ୍କ ବହୁ ଆଶା ଥାଏ ହେଲେ ସେ ଲୋକଙ୍କ ପାଇଁ କଣ କରିଛନ୍ତି । ଯେଉଁ କାରଣରୁ ଲୋକେ ଭୋଟ ଦେଇଥିଲେ ତାହା ପୂରଣ ହେଲା ନାହିଁ । ସେଥିପାଇଁ ଭୋଟ ଦେଇଥିବା ଭୋଟର ଭାଇଭଉଣୀମାନେ ଅପରାଜିତାଙ୍କୁ ପ୍ରଶ୍ନ କରୁଛନ୍ତି । ଯେତେବେଳେ ଲୋକେ ପ୍ରଶ୍ନ ପଚାରୁଛନ୍ତି ସେତେବେଳେ ସେ ରାଗି ଯାଉଛନ୍ତି । ଆପଣ ସାମ୍ନା କରିବା ଶିଖନ୍ତୁ, ଆପଣ ଲୋକଙ୍କ ସୁଖ ଦୁଃଖରେ ରହିବା ଆବଶ୍ୟକ, ନିଜର ଅପରାଗତତାକୁ ଲୁଚାଇବା ପାଇଁ ଯେଉଁମାନେ ପ୍ରଶ୍ନ ପଚାରୁଛନ୍ତି । ସେମାନଙ୍କୁ ଗୁଣ୍ଡା କହିବା ଅନୁଚିତ, ଜନ ପ୍ରତିନିଧି ହୋଇ ମଧ୍ୟ ଲୋକଙ୍କ ଦୁଃଖ ବୁଝିଲେନି ଅପରାଜିତା । ଲୋକଙ୍କ ପାଖକୁ ଗଲେ ନାହିଁ । ସମସ୍ୟା ବୁଝିଲେନି । ନିର୍ବାଚନ ପାଖେଇ ଆସିଲା ବୋଲି ଲୋକଙ୍କୁ ରଙ୍ଗୀନ୍ ସ୍ଵପ୍ନ ଦେଖାଉଛନ୍ତି । ଭୋଟର ଭାଇ ଭଉଣୀମାନେ ପ୍ରଶ୍ନର ପଚାରିଲେ ରାଗି ଯାଉଛନ୍ତି ।ଗୁଣ୍ଡା ବୋଲି ସମ୍ବୋଧନ କରୁଛନ୍ତି । ଯଦି ବାସ୍ତବରେ ରିପୋର୍ଟ କାର୍ଡ ଅନୁସାରେ କାମ ହୁଅନ୍ତା ତେବେ ଲୋକେ ବିରୋଧ କରନ୍ତେ ନାହିଁ ।"

ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details