ଖୋର୍ଦ୍ଧା:ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ରାଜ୍ୟବ୍ୟାପୀ ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା(Jan Sampark Padyatra) ଆରମ୍ଭ ହୋଇଛି । ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକରେ ଏହାର ଶୁଭାରମ୍ଭ କରାଯାଇଛି । ସେହିଭଳି ବେଗୁନିଆ ନିର୍ବାଚନମଣ୍ତଳୀରେ ବିଜେଡିର ଦୁଇଟି ଗୋଷ୍ଠୀ ମଧ୍ୟରେ ପଦଯାତ୍ରାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ନିର୍ବାଚନ ମଣ୍ଡଳୀରେ ବିଜେଡି ରାଜନେତା ଦୁଇ ଗୋଷ୍ଠୀ ହୋଇ ପଦଯାତ୍ରା କରିବାକୁ ନେଇ ବେଗୁନିଆ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି ।
ସାରା ରାଜ୍ୟରେ ଗାନ୍ଧୀ ଜୟନ୍ତୀଠାରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ପଦଯାତ୍ରା ମାଧ୍ୟମରେ ପ୍ରତି ଲୋକଙ୍କ ଘରେ ଘରେ ପହଞ୍ଚିବାକୁ ଚେଷ୍ଟା କରୁଛି ବିଜେଡି । କିନ୍ତୁ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଆଜି ପ୍ରଥମ ଦିନରୁ ଦୁଇ ଗୋଷ୍ଠୀ ହୋଇ ପଦଯାତ୍ରା କରିବାରୁ ଲୋକ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ଉପରକୁ ଗୋଟେ ଦିଶୁଥିବା ଦଳର ଗୋଷ୍ଠୀ କନ୍ଦଳ ଏବେ ପଦାରେ ପଡିଛି । ଗୋଟିଏ ପଟେ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇ ଥିବା ପ୍ରଦୀପ କୁମାର ସାହୁ ନିଜ କର୍ମୀମାନଙ୍କୁ ଧରି ସିମୋର ପଞ୍ଚାୟତରେ ଥିବା ଗାନ୍ଧୀଙ୍କ ମୃର୍ତ୍ତିରେ ପୁଷ୍ପମାଳ ଦେଇ ପଦଯାତ୍ରା ଆରମ୍ଭ କରିଥିବାବେଳେ, ନବୀନ ବାବୁଙ୍କ ଗୁଣମାନ ସହ ବିଜୁ ଜନତା ଦଳର ଗରିବ କଲ୍ୟାଣ ଯୋଜନା ସର୍ମ୍ପକରେ ଲୋକମାନଙ୍କୁ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ:ପାରଳାଖେମୁଣ୍ଡିରେ ବିଜେଡିର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ