ଓଡିଶା

odisha

ETV Bharat / state

ଚାନ୍ଦା ଆଦାୟରେ ବିଜେଡି ଦେଶରେ ୧ ନମ୍ବର, ଅନ୍ୟ ଦଳକୁ ପଛରେ ପକାଇଲା - ବିଜୁ ଜନତା ଦଳ

ଦେଶରେ ଆଞ୍ଚଳିକ ଦଳ ମଧ୍ୟରେ ଅଜଣା ସୂତ୍ରରୁ ସର୍ବାଧିକ ଚାନ୍ଦା ପାଇଛି ବିଜେଡି । ଗତ ୬ ଆର୍ଥିକ ବର୍ଷ ମଧ୍ୟରେ ୬୯୨.୬୦୯ କୋଟି ଟଙ୍କା ଚାନ୍ଦା ପାଇଛି ଓଡ଼ିଶାରେ ଶାସକ ବିଜୁ ଜନତା ଦଳ । ଅଧିକ ପଢ଼ନ୍ତୁ

ଚାନ୍ଦା ଆଦାୟରେ ବିଜେଡି ଦେଶରେ ୧ ନମ୍ବର
ଚାନ୍ଦା ଆଦାୟରେ ବିଜେଡି ଦେଶରେ ୧ ନମ୍ବର

By

Published : Jul 12, 2023, 10:32 PM IST

ଭୁବନେଶ୍ବର: ଓଡିଶାର ଶାସକ ଦଳ ବିଜେଡି ଆର୍ଥିକ ବର୍ଷ ୨୦୧୬-୧୭ରୁ ଆର୍ଥିକ ବର୍ଷ ୨୦୨୧-୨୨ ମଧ୍ୟରେ, ଅର୍ଥାତ ୬ ବର୍ଷରେ ୬୯୨.୬୦୯ କୋଟି ଟଙ୍କା ଚାନ୍ଦା ପାଇଛି । ଯାହା ସାରା ଦେଶରେ ଆଞ୍ଚଳିକ ଦଳ ଭାବେ ସର୍ବାଧିକ ଅଟେ । ତେବେ ବିଜେଡି ସମସ୍ତ ଚାନ୍ଦା ଇଲେକ୍ଟ୍ରୋରାଲ ବଣ୍ଡ ମାଧ୍ୟମରେ ପାଇଛି । ସମସ୍ତ ରାଜନୈତିକ ଦଳ ମଧ୍ୟରେ ବିଜେଡି ସର୍ବାଧିକ ଚାନ୍ଦା ପାଇଛି ବୋଲି ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR) ରିପୋର୍ଟ ପ୍ରକାଶ କରିଛି । ଏହାପରେ ତେଲେଙ୍ଗାନାର ଶାସକ TRS ୪୭୬.୮୯୩ କୋଟି, ତାମିଲନାଡ଼ୁର ଶାସକ DMK ୪୭୫.୭୩ କୋଟି ଏବଂ ଆନ୍ଧ୍ରପ୍ରଦେଶର YSR-Congress ୪୫୬.୨୦୬ କୋଟି ଟଙ୍କା ଚାନ୍ଦା ପାଇଥିବା ADR ରିପୋର୍ଟରେ କୁହାଯାଇଛି ।

ପୂର୍ବରୁ ଦେଶର ଧନୀ ଆଞ୍ଚଳିକ ଦଳ ଗୁଡ଼ିକର ତାଲିକା ପ୍ରକାଶ ପାଇଥିଲା । ଚଳିତ ବର୍ଷ ଏପ୍ରିଲ୍‌ ମାସରେ ପ୍ରକାଶ ପାଇଥିବା ADR (Association for Democratic Reforms) ରିପୋର୍ଟ ଆଧାରରେ ବିଜେଡି ଦେଶର ଦ୍ବିତୀୟ ସର୍ବାଧିକ ଧନୀ ଆଞ୍ଚଳିକ ଦଳ । ବିଜେଡି ଦେଶର ଦ୍ବିତୀୟ ଧନୀ ଆଞ୍ଚଳିକ ଦଳ ଭାବେ ଉଭା ହେବାକୁ ନେଇ ସେତେବେଳେ ରାଜନୀତି ଜୋର ଧରିଥିଲା । ବିଜେଡି ଦେଶର ଦ୍ବିତୀୟ ଆଞ୍ଚଳିକ ଧନୀ ଦଳ ବୋଲି ADR ରିପୋର୍ଟ ଆଧାରରେ ଜଣାପଡିବା ପରେ ଅମାପ ସମ୍ପତ୍ତିକୁ ନେଇ ବିଜେଡିକୁ ଟାର୍ଗେଟ କରିଥିଲେ ବିରୋଧୀ । ସାରା ଦେଶରେ ଆୟର ସର୍ବାଧିକ ଅଭିବୃଦ୍ଧି ଘଟିଥିବା ଆଞ୍ଚଳିକ ରାଜନୈତିକ ଦଳ ହେଉଛି ବିଜେଡି । ଯାହାର ଆୟ ୩୬ଟି ଆଞ୍ଚଳିକ ଦଳ ଗୁଡ଼ିକର ଆୟର ୨୫.୩୩ ପ୍ରତିଶତ ବୋଲି ADR ରିପୋର୍ଟରେ ପ୍ରକାଶ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଦେଶର ଦ୍ବିତୀୟ ଧନୀ ଦଳକୁ ସୁରଙ୍କ ଟାର୍ଗେଟ, ‘ବିଭିନ୍ନ ସୁତ୍ରରୁ ବେଆଇନ ଭାବେ ଟଙ୍କା ଆଦାୟ କରୁଛି ବିଜେଡି’

ସେତେବେଳେ ପ୍ରକାଶ ପାଇଥିବା ADR ରିପୋର୍ଟ ଅନୁସାରେ ଦେଶରେ ୩୬ଟି ଆଞ୍ଚଳିକ ଦଳର ମୋଟ ଆୟ ୧୨୧୩.୧୩୨ କୋଟି ହୋଇଥିବା ବେଳେ, କେବଳ ବିଜେଡିର ଆୟ ରହିଛି ୩୦୭.୨୮୮ କୋଟି । ତେବେ ତାମିଲନାଡୁର ଡିଏମ୍‌କେ ଦେଶର ସର୍ବବୃହତ ଆଞ୍ଚଳିକ ଧନୀ ଦଳ ବୋଲି ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ ରିପୋର୍ଟରେ ଦର୍ଶାଇଥିଲା । ଏହି ତାଲିକାରେ ବିଜେଡି ଦ୍ବିତୀୟ ସ୍ଥାନରେ ରହିଛି । ସେପଟେ ଦେଖାଯାଉଛି ଯେ ଯେଉଁ ଦଳମାନେ କ୍ଷମତାରେ ନାହାନ୍ତି, ସେମାନଙ୍କ ଦଳୀୟ ପାଣ୍ଠି ନଗଣ୍ୟ । ସେମାନେ ଚାନ୍ଦା ଆଦାୟ କରିବାରେ ପଛରେ । ବିହାରରେ ଆର୍‌ଜେଡି କ୍ଷମତାରେ ଥିଲେ ମଧ୍ୟ ଏହାର ପାଣ୍ଠି ସଂଗ୍ରହ କମ ଥିବାରୁ ଏହାର ରେଟିଙ୍ଗ ବହୁ ତଳେ ରହିଛି । ହେଲେ ଏବେ ADRର ପୁଣି ଏଭଳି ରିପୋର୍ଟକୁ ନେଇ ରାଜନୀତି ଜୋର ଧରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details