ଓଡିଶା

odisha

ETV Bharat / state

ନବୀନଙ୍କୁ ରଘୁବରଙ୍କ ଚିଠି ପରେ ତେଜିଲା ବିକାଶ ବିବାଦ, ବିରୋଧୀ-ଶାସକ ମୁହାଁମୁହିଁ - ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପ୍ରସଙ୍ଗ

Governor letter to CM: ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ରାଜ୍ୟପାଳ ରଘୁବର ଦାସ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପ୍ରସଙ୍ଗରେ ଜୋର ଧରିଛି ରାଜନୀତି । ବିଜେପି ଓ ବିଜେଡି ଏହି ଘଟଣାରେ ମୁହାଁମୁହିଁ ହୋଇଥିବାବେଳେ ଉଭୟଙ୍କୁ ଟାର୍ଗେଟ୍‌ କରିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ନବୀନଙ୍କୁ ରଘୁବରଙ୍କ ଚିଠି ପରେ ତେଜିଲା ବିକାଶ ବିବାଦ
ନବୀନଙ୍କୁ ରଘୁବରଙ୍କ ଚିଠି ପରେ ତେଜିଲା ବିକାଶ ବିବାଦ

By ETV Bharat Odisha Team

Published : Dec 19, 2023, 10:21 PM IST

ନବୀନଙ୍କୁ ରଘୁବରଙ୍କ ଚିଠି ପରେ ତେଜିଲା ବିକାଶ ବିବାଦ

ଭୁବନେଶ୍ବର: ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଲୋକଙ୍କ ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ରାଜ୍ୟପାଳ । ସମସ୍ୟାଗୁଡ଼ିକ ଉପରେ ବିଚାର କରି ଉଚିତ ପଦକ୍ଷେପ ନେବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି । ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିରୋଧୀ ସରକାରଙ୍କୁ ଘେରିଥିବାବେଳେ ବିକାଶର ଚିଠା ଖୋଲିଛି ଶାସକ ଦଳ ବିଜେଡି ।

ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି, "ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ଗସ୍ତରେ ଯାଇଥିଲେ ରାଜ୍ୟପାଳ ରଘୁବର ଦାସ । ଗସ୍ତ ସମୟରେ ସେ ଅଞ୍ଚଳର ବିକାଶର ଚିତ୍ର ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ୨୩ ବର୍ଷର ସରକାର ସମୟରେ ରାଜ୍ୟର ବିକଳ ଚିତ୍ର ଆଜି ରାଜ୍ୟପାଳ ଦର୍ଶାଇଛନ୍ତି ।" ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, "ବିଜେପି-ବିଜେଡିର ଅଘୋଷିତ ମେଣ୍ଟ ଓଡିଶାରେ ହୋଇଛି । ସେମାନେ ଏକାଠି ଥିବା ଅମିତ ଶାହ ଓ ନବୀନ ପଟ୍ଟନାୟକ ଗୋଟେ ମଞ୍ଚରେ ସ୍ବୀକାର କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ଯାଇ ଭେଟିବାର ଆମେ ଆମ ରାଜନୀତି ଜୀବନରେ ଦେଖିନଥିଲୁ । ଢେଙ୍କାନାଳ ଓ ଅନୁଗୋଳ ଭୁବନେଶ୍ବରକୁ ଲାଗିଛି । ଏହା ସରକାରୀ ବ୍ୟବସ୍ଥାର ଗୁମର ଖୋଲିଛି । ଏହା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜିଲ୍ଲା ।"

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟପାଳ ରଘୁବର ଦାସଙ୍କ ଅନୁଗୋଳ ଗସ୍ତ, ଶୁଣିଲେ ଲୋକଙ୍କ ସମସ୍ୟା

ଅନ୍ୟପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ଶାସକ ଦଳ ବିଧାୟକ ପଦ୍ମନାଭ ବେହେରା । ପଦ୍ମନାଭ କହିଛନ୍ତି, "କିଏ କଣ କହିଲା ସେଇଟା ପଛ କଥା । ବିଭିନ୍ନ କ୍ଷେତ୍ରରେ ବିକାଶ ଠିକ ଢଙ୍ଗରେ ରାଜ୍ୟରେ ଚାଲିଛି । ତାହା ଲୋକେ ଦେଖୁଛନ୍ତି । ଜନସାଧାରଣ ତାକୁ ଅନୁଭବ ଓ ଉପଲବ୍ଧି କରୁଛନ୍ତି । କିଏ ଯଦି ରାଜ୍ୟପାଳଙ୍କୁ ଲିଖିତ ଭାବେ କହିଥିବେ ବା ଜଣାଇଥିବେ, ରାଜ୍ୟ ସରକାରଙ୍କୁ ଜଣାଇବା ରାଜ୍ୟପାଳଙ୍କ ଦାୟିତ୍ବ, ସେ କରିଛନ୍ତି । ସେଥିରେ କିଛି ଅସୁବିଧା ନାହିଁ । ଯଦି କିଛି ଆବଶ୍ୟକତା ଥିବା, ତାହା ରାଜ୍ୟ ସରକାର ଅନୁଭବ କରିବେ, ତେବେ କାମ ହେବ । ରାଜ୍ୟପାଳ ଚିନ୍ତା କରିବେ କଣ ସେ ଲେଖିବା କଥା । ବିକାଶର ବିଚାର ଜନସାଧାରଣଙ୍କ ହାତରେ ଅଛି । ୨୦୦୦ ମସିହାରେ ରାଜ୍ୟର ସ୍ଥିତି କଣ ଥିଲା, ବର୍ତ୍ତମାନ ୨୦୨୩ରେ ରାଜ୍ୟର ସ୍ଥିତି କଣ ଅଛି ? କେତେଦୂର ବିକାଶ ରାଜ୍ୟରେ ହୋଇଛି ତାହା ଜନସାଧାରଣଙ୍କୁ ଜଣା । ସେତେବେଳେ ବଜେଟର ବ୍ୟବସ୍ଥା ୧୧ ହଜାର କୋଟି ଥିଲା । ବର୍ତ୍ତମାନ ଏହା ଅଢେଇ ଲକ୍ଷ କୋଟିରେ ପହଞ୍ଚିଛି । ସେଥିରେ ଯିଏ କହୁଥିବ ବିକାଶ ହୋଇନାହିଁ, ତାକୁ କିଛି କୁହାଯାଇପାରିବ ନାହିଁ । ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଗମନାଗମନ କ୍ଷେତ୍ରରେ ବିକାଶ ହୋଇଛି । ଜନସାଧାରଣଙ୍କର ସମସ୍ତ ମୌଳିକ ସୁବିଧା ଯୋଗାଇବାରେ ସରକାର ସଫଳ ହୋଇଛନ୍ତି । ଅନେକ କ୍ଷେତ୍ରରେ ବିକାଶର ଧାରା ଅବ୍ୟାହତ ରହିଛି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details