ଓଡିଶା

odisha

ETV Bharat / state

ଅସନ୍ତୋଷକୁ ପ୍ରଶମିତ କରିବାକୁ ବିଜେଡିର ମାଷ୍ଟରପ୍ଲାନ: ଆଶାୟୀଙ୍କୁ ଥଇଥାନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି - observers for and assembly constituencies

ଦଳରେ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଶାସକ ବିଜେଡି । ଏନେଇ ଏକାଧିକ ଆଶାୟୀଙ୍କୁ ଥଇଥାନ କରିବା ଉଦ୍ଦେଶ୍ୟରେ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି । ଅଧିକ ପଢନ୍ତୁ

ପ୍ରତି ପଞ୍ଚାୟତ ଓ ୱାର୍ଡ ସ୍ତରରେ କାର୍ଯ୍ୟକାରିଣୀ
ପ୍ରତି ପଞ୍ଚାୟତ ଓ ୱାର୍ଡ ସ୍ତରରେ କାର୍ଯ୍ୟକାରିଣୀ

By

Published : Jun 18, 2023, 10:01 PM IST

ପ୍ରତି ପଞ୍ଚାୟତ ଓ ୱାର୍ଡ ସ୍ତରରେ କାର୍ଯ୍ୟକାରିଣୀ

ଭୁବନେଶ୍ବର:ରାଜ୍ୟରେ ବିଜେଡିର କଳେବର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ବିଜେଡିର ଆଶାୟୀଙ୍କ ସଂଖ୍ୟା ଢେର ଅଧିକ ରହିଛି । ତେବେ ଏତେ ବଡ଼ ଦଳରେ ସମସ୍ତଙ୍କୁ ଖୁସି କରିବା ହାଇକମାଣ୍ଡଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଦଳରେ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଶାସକ ଦଳ। ବିଜେଡି ପକ୍ଷରୁ ନିର୍ବାଚନମଣ୍ଡଳୀ ସ୍ତରୀୟ ରଣନୀତି ପ୍ରସ୍ତୁତ କରାଯାଇଛି। ପ୍ରଥମ ଥର ପାଇଁ ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରରେ ଦଳ ନିଯୁକ୍ତି କରୁଛି ପର୍ଯ୍ୟବେକ୍ଷକ। ଦଳରେ ଅଧିକ ଆଶାୟୀ ଥିବାରୁ ସର୍ବାଧିକ ନେତାଙ୍କୁ ଥଇଥାନ କରିବା ପାଇଁ ଗୋଟିଏ ନେତାକୁ ଗୋଟିଏ ପଦ ଫର୍ମୁଲା କାର୍ଯ୍ୟକାରୀ ହେଉଛି । ବ୍ଲକ ଏବଂ ପଞ୍ଚାୟତ ଓ ୱାର୍ଡ ସ୍ତରରେ ଦଳ ଏଥର କାର୍ଯ୍ୟକାରିଣୀ କରିବ । ନିର୍ବାଚନ ପୂର୍ବରୁ ସଙ୍ଗଠନ ସୁଦୃଢ଼ କରିବା ପାଇଁ ଦଳ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେବା ସହ କାର୍ଯ୍ୟକାରୀଣୀ ବୈଠକ କରାଯାଉଥିବା ଦଳ ପକ୍ଷରୁ କୁହାଯାଉଛି ।

ରାଜନୈତିକ ସମୀକ୍ଷକଙ୍କ ମତରେ ପର୍ଯ୍ୟବେକ୍ଷକ ନିଯୁକ୍ତି ପ୍ରକ୍ରିୟା ବିଜେପିକୁ ଚେକ୍ ଦେବା ପାଇଁ ଉଦ୍ଦିଷ୍ଟ । ଏକାଧିକ ଆଶାୟୀଙ୍କୁ ଥଇଥାନ କରିବା ଉଦ୍ଦେଶ୍ୟରେ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ସଂଗଠନକୁ ସୁଦୃଢ କରିବାରେ ବିଜେଡି ପ୍ରସ୍ତୁତ କରୁଛି ରଣନୀତି । ଏନେଇ ନିର୍ବାଚନମଣ୍ଡଳୀ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହେଉଛି । ପ୍ରଥମ ଥର ପାଇଁ ଶାସକ ବିଜୁ ଜନତା ଦଳ ଲୋକସଭା ଏବଂ ବିଧାନସଭା ଆସନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କରିବ ବୋଲି ଜଣାପଡିଛି । ଏହି ପର୍ଯ୍ୟବେକ୍ଷକମାନେ ନିର୍ବାଚନ ମଣ୍ଡଳୀ ପାଇଁ ରଣନୀତି ପ୍ରସ୍ତୁତ କରିବେ ।

ଅପରପକ୍ଷେ ଭୁବନେଶ୍ୱର ଏବଂ ବ୍ରହ୍ମପୁର ସଂସଦୀୟ ଆସନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇ ସାରିଛନ୍ତି । ପର୍ଯ୍ୟାୟକ୍ରମେ ସବୁ ସଂସଦୀୟ କ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିବ ଦଳ । ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମଧ୍ୟ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ରହିବେ । ଅସନ୍ତୋଷ ଦୂର କରି ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ଏମାନଙ୍କ ପ୍ରମୁଖ କାର୍ଯ୍ୟ ହେବ । ବିଧାୟକ, ସାଂସଦ ଏବଂ ଜିଲ୍ଲା ସଭାପତିମାନେ ଅସନ୍ତୁଷ୍ଟଙ୍କ ତାଲିକା ପର୍ଯ୍ୟବେକ୍ଷକମାନଙ୍କୁ ଦେବେ। ପର୍ଯ୍ୟବେକ୍ଷକ ସେହି ଅଞ୍ଚଳରେ ନେତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଦଳୀୟ ଅସନ୍ତୋଷକୁ ଦୂର କରିବେ।ବିଜେପିର ଯେଉଁ ହେବି ୱେଟ୍‌ ନିର୍ବାଚନରେ ଲଢ଼ିବେ ତାଙ୍କୁ ଚେକ୍ ଦେବା ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଉଛି ବିଜୁ ଜନତା ଦଳ । ପୁରା ଦମରେ ଲାଗିପଡିଛି ଶାସକ ବିଜେଡି । ବିଜେପିକୁ 2024 ନିର୍ବାଚନରେ କିଭଳି ମାତ୍ ଦିଆଯିବ ସେନେଇ ପ୍ରସ୍ତୁତି ଆରମ୍ଭ କରିଛି ଦଳ ।

ସେପଟେ ବିଜେଡି ସାଂସଦ ମୁନା ଖାନ କହିଛନ୍ତି, "ଲୋକସଭା କ୍ଷେତ୍ର ପାଇଁ ବିଜେଡି ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ। ଆମ ଦଳର ସବୁ କ୍ଷତ୍ରରେ ପର୍ଯ୍ୟବେକ୍ଷକ ରହିଛନ୍ତି। ବିଧାନସଭା କ୍ଷେତ୍ରରେ ଯେଉଁଭଳି ଭାବରେ ପର୍ଯ୍ୟବେକ୍ଷକ ରହିଥିଲେ, ଏବେ ଲୋକସଭା ଆସନ ଗୁଡିକରେ ମଧ୍ୟ ସେଭଳି ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି" । ଏହାସହ ସଂଗଠନକୁ ମଜବୁତ କରିବା ପାଇଁ ଯେଉଁମାନଙ୍କୁ ଦାୟିତ୍ୱ ଦିଆଯାଇଛି, ମୋର ସମ୍ପୂର୍ଣ୍ଣ ବିଶ୍ୱାସ ସେମାନେ ସେହି ଦାୟିତ୍ୱ ସୁଚାରୁ ରୂପରେ ତୁଲାଇବେ। ବିଜେଡି ଓଡ଼ିଶାର ସର୍ବ ବୃହତ ଦଳ। ଆମେ ସମସ୍ତଙ୍କୁ ଏକ କରି ଆଗକୁ ବଢ଼ିବାରେ ବିଶ୍ୱାସ କରୁ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ମୁନା ଖାନ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details