ଓଡିଶା

odisha

ETV Bharat / state

Padmapur By Poll: ଆସନ୍ତାକାଲି ପଡ଼ିବ ଭୋଟ, ଜିତିବା ନେଇ ବିଜେଡି ଓ କଂଗ୍ରେସର ଦୃଢ଼ୋକ୍ତି - ବିଜେଡି ବିଧାୟକ ଶଶୀଭୂଷଣ ବେହେରା

ରାତି ପାହିଲେ ପଦ୍ମପୁର ଉପନିର୍ବାଚନ ପାଇଁ ପଡ଼ିବ ଭୋଟ । ମତଦାନ ପୂର୍ବରୁ ନିଜର ଶେଷ ଚେଷ୍ଟା ଜାରି ରଖିଛନ୍ତି ପ୍ରମୁଖ ରାଜନୈତିକ ଦଳ । ବିଜେଡି ଜିତିବା ନେଇ ବରିଷ୍ଠ ବିଜେଡି ବିଧାୟକ ଶଶୀଭୂଷଣ ବେହେରା ଦାବି କରିଛନ୍ତି । ସେପଟେ ବିଜେପି ଓ ବିଜେଡି ଲଢେଇ ଭିତରେ ପଦ୍ମପୁରବାସୀ କଂଗ୍ରେସ ଉପରେ ଭରସା କରିବେ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା । ଅଧିକ ପଢ଼ନ୍ତୁ

Padmapur By Poll: ଆସନ୍ତାକାଲି ପଡ଼ିବ ଭୋଟ, ଜିତିବା ନେଇ ବିଜେଡି ଓ କଂଗ୍ରେସର ଦୃଢ଼ୋକ୍ତି
Padmapur By Poll: ଆସନ୍ତାକାଲି ପଡ଼ିବ ଭୋଟ, ଜିତିବା ନେଇ ବିଜେଡି ଓ କଂଗ୍ରେସର ଦୃଢ଼ୋକ୍ତି

By

Published : Dec 5, 2022, 6:34 AM IST

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ସରିଛି ପ୍ରଚାର । ଆସନ୍ତାକାଲି ହେବ ମତଦାନ । ଶୃଙ୍ଖଳିତ ଭାବେ ଭୋଟ ଦେବାକୁ ଭୋଟରଙ୍କୁ ଅପିଲ୍ କରିଛି ପ୍ରଶାସନ । ଏବେ ଦଳ ଏବଂ ପ୍ରାର୍ଥୀ ମାନଙ୍କ ପାଇଁ ପରୀକ୍ଷାର ବେଳ । କିଏ ହେବେ ପଦ୍ମପୁରବାସୀଙ୍କ ପ୍ରଥମ ପସନ୍ଦ । କାହାକୁ ପଦ୍ମପୁର ଜନସାଧାରଣ ବିଶ୍ବାସକୁ ନେବେ, ତାହା ଆସନ୍ତା ୮ ତାରିଖ ଭୋଟ ଫଳାଫଳ ପରେ ସ୍ପଷ୍ଟ ହେବ ।

ତେବେ ଆସନ୍ତାକାଲି ମତଦାନ ପୂର୍ବରୁ ନିଜର ଶେଷ ଚେଷ୍ଟା ଜାରି ରଖିଛନ୍ତି ପ୍ରମୁଖ ରାଜନୈତିକ ଦଳ । ଶାସକ ଦଳ ଓ ବିରୋଧି ଦଳଙ୍କ ସମେତ ଯେଉଁମାନେ ପଦ୍ମପୁର ଉପନିର୍ବାଚନରେ ପ୍ରତିଦ୍ବନ୍ଦୀତା କରୁଛନ୍ତି, ସେମାନେ ସମେସ୍ତେ ଜିତିବା ନେଇ ଦାବି କରିଛନ୍ତି । କେହି ମଧ୍ୟ ଦ୍ବିତୀୟ କିମ୍ବା ତୃତୀୟରେ ରହିବା ପାଇଁ ସ୍ବୀକ୍ଵାର କରୁନାହାନ୍ତି । ଏନେଇ ବରିଷ୍ଠ ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି, "ବିଜୁ ଜନତା ଦଳ ୨୨ ବର୍ଷ ଧରି ଓଡିଶାବାସୀଙ୍କ ପାଖରେ ଗ୍ରହଣୀୟ ହୋଇ ରହିଛି । ସେଥିପାଇଁ ସ୍ବଭାବିକ ଭାବେ ବିଜୁ ଜନତା ଦଳ ପ୍ରତି ଜନମତ ସମ୍ପୂର୍ଣ୍ଣ ସ୍ପଷ୍ଟ । ୨୨ ବର୍ଷ ଧରି ଜନମତ ସ୍ପଷ୍ଟ ହୋଇ ରହିଥିବାରୁ ଏବେ ମଧ୍ୟ ତାହା ଅବ୍ୟାହତ ରହିଛି ବୋଲି ମୋର ଦୃଢ ବିଶ୍ବାସ ।"

ସେପଟେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, "ପଦ୍ମପୁରରେ ବିଜେପି ଓ ବିଜେଡି ଉଭୟ ଟଙ୍କା ବାଣ୍ଟିବାର ଟେକ୍ନୋଲୋଜି ବ୍ୟବହାର କରିଛନ୍ତି । କଂଗ୍ରେସ ନୀତି ଓ ନୈତିକତାର ଲଢେଇ କରୁଛି । କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ଜଣେ ଅଭିଜ୍ଞ ଏବଂ ଅନୁଭବୀ ପ୍ରାର୍ଥୀ । କଂଗ୍ରେସ ଭଲ ପ୍ରଚାର କରିଛି । ବିଜେପି ଓ ବିଜେଡି ଭିତରେ ଯେଉଁ ଲଢେଇ ଚାଲିଛି ତାହା ଭିତରେ ପଦ୍ମପୁରବାସୀ କଂଗ୍ରେସ ଉପରେ ଭରଷା କରିବେ । କଂଗ୍ରେସର ପୂର୍ବ ଭୋଟ ବଜାୟ ରହିବ । କଂଗ୍ରେସ ପୂର୍ବାପେକ୍ଷା ଅଧିକ ଭୋଟ ପାଇବ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details