ଓଡିଶା

odisha

ETV Bharat / state

Model Politics: ପଦ୍ମପୁର ମଡେଲ କଣ ବିଜେଡି କହୁ କହିଲେ ପ୍ରଦୀପ - ବିଜେପିର ସମୀକ୍ଷା ବୈଠକ

ବିଜେପି ବିଜେଡି ମଧ୍ୟରେ ଏବେ ଚାଲିଛି ମଡେଲ ପଲିଟିକ୍ସ (Model Politics between BJD and BJP) । ପଦ୍ମପୁର ମଡେଲ କଣ ବିଜେଡି କହୁ । ୨୦୨୪ ନିର୍ବାଚନ ଲାଗି ବିଜେଡି ପଦ୍ମପୁର ମଡେଲ ବ୍ୟବହାର କରିବ ବୋଲି କହିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ଅଧିକ ପଢନ୍ତୁ

Pradip Purohit on Model Politics
ପଦ୍ମପୁର ମଡେଲ କଣ ବିଜେଡି କହୁ ବୋଲି କହିଲେ ପ୍ରଦୀପ

By

Published : Dec 17, 2022, 8:00 PM IST

ପଦ୍ମପୁର ମଡେଲ କଣ ବିଜେଡି କହୁ

ଭୁବନେଶ୍ବର: ବିଜେପି ବିଜେଡି ମଧ୍ୟରେ ଦେଖିବାକୁ ମିଳିଛି ମଡେଲ ପଲିଟିକ୍ସ (Model Politicsbetween BJD and BJP) । ଧାମନଗରରେ ବିଜୟୀ ହୋଇଥିବା ବିଜେପିର ଧାମନଗର ମଡେଲ ଓ ନିକଟରେ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୟୀ ହୋଇଥିବା ବିଜେଡିର ପଦ୍ମପୁର ମଡେଲକୁ ନେଇ ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ (BJP leader Pradip Purohit on Model Politics) । ବିଜେଡି କହୁ ପଦ୍ମପୁର ମଡେଲ କଣ ? କେଉଁ ମଡେଲ ଆଧାରରେ ଜିତିଲେ ଓଡିଶାବାସୀଙ୍କୁ କୁହନ୍ତୁ ବୋଲି କହିଛନ୍ତି ପ୍ରଦୀପ ।

ଏନେଇ ପ୍ରଦୀପ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ହଜାର ପ୍ରକାର ମିଥ୍ୟା ପ୍ରତିଶୃତି ଦେଲେ, ପାଇକମାଳ ଏନଏସି କରିବୁ, ପଦ୍ମପୁର ଜିଲ୍ଲା କରିବୁ, ଇନପୁଟ ସବସିଡି ଦେବୁ ଏବଂ ପ୍ରତି ଭୋଟ ପିଛା ହଜାରେ ଟଙ୍କାରେ କିଣିବା, କଂଗ୍ରେସ ଭୋଟକୁ ହାତେଇବା, ବୁଥ ଦଖଲ କରିବା । ସେହି ମଡେଲ ବୋଧେ ଆଗାମୀ ୨୦୨୪ ନିର୍ବାଚନେରେ ଲାଗୁ କରିବେ ।"

ବିଜେଡି ଗୋଟିଏ ଟିକେଟକୁ ହଜାରେ ଟଙ୍କାରେ କିଣିଛି । ଏହି ମଡେଲ ସେ ଆଗାମୀ ନିର୍ବାଚନରେ ଲାଗୁ କରିବେ ବୋଲି କହିଛନ୍ତି ପ୍ରଦୀପ । ଏହାସହିତ ପଦ୍ମପୁରରେ ହାରକୁ ନେଇ ମଧ୍ୟ ବିଜେଡିକୁ ଦାୟୀ କରିଛନ୍ତି ପ୍ରଦୀପ । ବିଜେଡି କଂଗ୍ରେସ ଭୋଟ କିଣିବା ସହ ବିଜେପି ଏଜେଣ୍ଟକୁ ଭୟଭୀତ କରି ପୋଲିସ ସହାୟତାରେ ପ୍ରାୟ ୮ ହଜାର ଭୋଟ ପୁଲିଂ ମଧ୍ୟ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପ୍ରଦୀପ । ତାଙ୍କର ନୈତିକ ବିଜୟ ହୋଇଛି, ହେଲେ ସେ ଭୋଟରେ ହାରି ଯାଇଥିବା କହିଛନ୍ତି ।

ଏହା ବି ପଢନ୍ତୁ- Sambalpur Lawyers Agitation: ଗିରଫ ଓକିଲଙ୍କୁ ଥାର୍ଡଡିଗ୍ରୀ ଦେଉଛି ପୋଲିସ: ବିରୋଧୀ ଦଳନେତା

ଆଜି ବିଜେପିର ସମୀକ୍ଷା ବୈଠକକୁ ନେଇ ପ୍ରଦୀପ ପ୍ରତିକ୍ରିୟାରେ କହିଛନ୍ତି, " ବୈଠକରେ ଅନେକ ବିଷୟରେ ଆଲୋଚନା ହେଲା ଏବଂ ଏ ବିଷୟ ମଧ୍ୟ ଆଲୋଚନା ହେଲା । ପ୍ରତ୍ୟେକ ବିନ୍ଦୁ ଉପରେ ଆଲୋଚନା ହୋଇଛି, ଆମ ଦଳ ହାରିବାର କାରଣ କଣ ଏବଂ ବିଜୁ ଜନତା ଦଳ ଜିତିବାର କାରଣ କଣ ? ଦଳ ମଧ୍ୟ ଏନେଇ ତର୍ଜମା କରୁଛି ।" ସେପଟେ ମଡେଲ ପଲିଟିକ୍ସକୁ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ପଦ୍ମପୁର ମଡେଲ ଏକ ଭ୍ରଷ୍ଟାଚାରର ମଡେଲ ବୋଲି କହିଛନ୍ତି ଅପରାଜିତା । ଅନ୍ୟପଟେ ବିଜେଡି ମଡେଲ ପଲିଟିକ୍ସ ଉପରେ ବିଶ୍ବାସ ରଖେ ନାହିଁ ବୋଲି କହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details