ଓଡିଶା

odisha

ETV Bharat / state

ବିଜେଡି-ବିଜେପିର ଦାବି, ଆମ ଦଖଲକୁ ଆସିବ ମୟୂରଭଞ୍ଜ ଲୋକସଭା ଓ 9 ବିଧାନସଭା ଆସନ - ବିଜେପି

2024 ସାଧାରଣ ନିର୍ବାଚନକୁ ନେଇ ଆରମ୍ଭ ପାଗ ଭିଡାଭିଡି । ବିଜେଡି-ବିଜେପିର ଉଭୟର ଦାବି ଆମ ଦଖଲକୁ ଆସିବ ମୟୂରଭଞ୍ଜ ଲୋକସଭା ଓ 9 ବିଧାନସଭା ଆସନ । ଅଧିକ ପଢନ୍ତୁ

Mayurbhanj politics
Mayurbhanj politics

By

Published : Jul 22, 2023, 5:38 PM IST

Updated : Jul 22, 2023, 6:18 PM IST

ବିଜେଡି-ବିଜେପିର ଦାବି, ଆମ ଦଖଲକୁ ଆସିବ ମୟୂରଭଞ୍ଜ ଲୋକସଭା ଓ 9 ବିଧାନସଭା ଆସନ

ଭୁବନେଶ୍ବର: 2024 ସାଧାରଣ ନିର୍ବାଚନରେ କାହା ହାତକୁ ଯିବ ମୟୂରଭଞ୍ଜ ଲୋକସଭା ଓ ଏହି ଜିଲ୍ଲା ଅନ୍ତର୍ଗତ 9 ବିଧାନସଭା ଆସନ । ଏନେଇ ଏବେଠାରୁ ବିଜୟ ଦାବି ଆରମ୍ଭ ହୋଇସାରିଛି । ବିଜେଡି-ବିଜେପିର ଦାବି କଲେଣି ଯେ ଆମ ଦଖଲକୁ ଆସିବ ମୟୂରଭଞ୍ଜ ଲୋକସଭା ଓ 9 ବିଧାନସଭା ଆସନ । ରଣନୀତି ସହ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି ଦୁଇ ରାଜନୈତିକ ଦଳ । କିନ୍ତୁ କଂଗ୍ରେସ ଓ ଅନ୍ୟାନ୍ୟ ରାଜନୈତିକ ଦଳ ଏଠାରେ ବହୁତ ପଛରେ ରହିଛନ୍ତି ।

ମୟୂରଭଞ୍ଜ ଜିଲ୍ଲାରେ ରହିଛି 9 ବିଧାନସଭା ଆସନ । ଉଦଳା, ସାରଶକଣା, ଯଶୀପୁର, ରାଇରଙ୍ଗପୁର, ବାରିପଦା, ବଡ଼ସାହି, ବାଙ୍ଗିରିପୋଷି, କରଞ୍ଜିଆ ଓ ମୋରଡା । 9 ବିଧାନସଭା ଆସନରୁ ବିଜେପି ଖାତାକୁ ଯାଇଥିଲା 6 ଓ ବିଜେଡି ଖାତାକୁ ଯାଇଥିଲା 3 ଆସନ । ଉଦଳାରୁ ଭାସ୍କର ମଢେଇ, ସାରଶକଣାରୁ ଡ଼ ବୁଧାନ ମୂର୍ମୁ, ଯଶୀପୁରରୁ ଗଣେଶ ରାମ ସିଂ ଖୁଣ୍ଟିଆ, ରାଇରଙ୍ଗପୁରରୁ ନବ ଚରଣ ମାଝୀ, ବାରିପଦାରୁ ପ୍ରକାଶ ସୋରେନ, ବଡ଼ସାହିରୁ ସନାତନ ବିଜୁଳି ବିଜେପି ଟିକେଟରୁ ବିଜୟ ହୋଇଛନ୍ତି । ମୋରଡାରୁ ରାଜକିଶୋର ଦାସ ବିଜେଡି ଟିକେଟରୁ ବିଧାନସଭା ଆସିଛନ୍ତି । 2019 ନିର୍ବାଚନ ପୂର୍ବରୁ ସେ ବିଜେପି ସହ ସମ୍ପର୍କ କାଟି ବିଜେଡିରେ ସାମିଲ ହୋଇଥିଲେ ।

ଏହା ବି ପଢନ୍ତୁ- 2024 Election: ଫୋକସରେ ପଶ୍ଚିମ ଓଡିଶା, ପାଗ ଭିଡିଲେଣି ଦଳ

ସେହିପରି ବାଙ୍ଗିରିପୋଷିରୁ ନିର୍ବାଚନ ସୁଦାମ ମାରାଣ୍ଡି ଓ କରଞ୍ଜିଆରୁ ନିର୍ବାଚନ ବାସନ୍ତୀ ହେମ୍ବ୍ରମ ନବୀନ ସରକାରରେ ମନ୍ତ୍ରୀ ଅଛନ୍ତି । ମୟୂରଭଞ୍ଜ ଲୋକସଭା ଆସନଟି ବିଜେପି ଖାତାକୁ ଯାଇଛି । ଏଠାରୁ ବିଜୟ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଛନ୍ତି ବିଶେଶ୍ବର ଟୁଡୁ । ମୟୀରଭଞ୍ଜ ଜିଲ୍ଲା ବିଜେଡି ଓ ବିଜେପି ପାଇଁ ବହୁ ଗୁରୁତ୍ବ ବହନ କରୁଛି । ରାଷ୍ଟ୍ରପତି ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲାର ଝିଅ ଦ୍ରୌପଦୀ ମୁର୍ମୁ । ମୁର୍ମୁଙ୍କୁ ରାଷ୍ଟ୍ରପତି କରାଇ ବିଜେପି ମହିଳା ଓ ଆଦିବାସୀ କାର୍ଡ ଖେଳିଛି । ସେହିପରି ବିଶେଶ୍ବର ଟୁଡୁଙ୍କୁ କେନ୍ଦ୍ର ମନ୍ତ୍ରୀ କରି ଆଦିବାସୀ କାର୍ଡକୁ ବିଜେପି ମଜବୁତ କରିଥିବା କୁହାଯାଉଛି ।

ବିଜେଡି ବି ପଛରେ ରହିନାହିଁ । ଜିଲ୍ଲାରୁ ଦୁଇ ମନ୍ତ୍ରୀ କରାଇ ଆମେ ବି ପଛରେ ନାହୁଁ ବୋଲି ରାଜନୈତିକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି ବିଜେଡି । ମୟୂରଭଞ୍ଜ ଦଖଲ ଲାଗି ବିଜେଡି ଦଳର ବଡ଼ ନେତାଙ୍କୁ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାଇତ୍ୱ ଦେଇଛି । ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଜିଲ୍ଲା ପର୍ଯ୍ୟବେକ୍ଷକ ହେବା ପରେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିଛି । 56 ଜିଲ୍ଲା ପରିଷଦ ଜୋନରୁ 53 ଜୋନରେ ବିଜେଡି ଜିତିଛି । ଯାହା ବିଜେଡି ପାଇଁ ଭଲ ଓ ବିଜେପି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଏ ନେଇ ବିଜେଡିର ମୋରଡା ବିଧାୟକ ରାଜକିଶୋର ଦାସ କହିଛନ୍ତି, " ବିଜେଡି ସବୁ ସ୍ଥାନରେ ଅଛି କେବଳ ମୟୂରଭଞ୍ଜରେ ନୁହେଁ । ସବୁ ଆଡେ ବିଜେଡି ଜିତିବ । କାରଣ ସବୁ ଆଡେ ଫୋକସ ଅଛି । 2019 ନିର୍ବାଚନରେ ମୟୂରଭଞ୍ଜ ଲୋକସଭା ଓ 6 ବିଧାନସଭା ବିଜେଡି ହରାଇଥିଲା । କିନ୍ତୁ 2022 ପଞ୍ଚାୟତ ନିର୍ବାଚନର ଫଳାଫଳ ଅଲଗା କହୁଛି । 56 ଜିଲ୍ଲା ପରିଷଦ ଜୋନରୁ 53 ଜୋନରେ ବିଜେଡି ଜିତିଛି । ବିଜେପି ସେଠାରୁ ସଫା ଓ ଶୂନ୍ୟ ହୋଇଯାଇଛି । ଜେଏମଏମ ଗୋଟେ ଅଧେ ଜିତିଛି । ଲୋକ କଣ ଚାହୁଁଛନ୍ତି ପଞ୍ଚାୟତ ନିର୍ବାଚନ ଫଳାଫଳରୁ ଜଣାପଡିଛି । ଆଜିର ତାରିଖରେ ଲୋକେ ପୂର୍ଣ୍ଣ ଭାବେ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ସହିତ ଅଛନ୍ତି । ରାଇରଙ୍ଗପୁର ସିଟ ବିଜେଡି ଦଖଲକୁ ଯିବ ।"



ସେହିପରି ବିଜେପିର ସାରଶକଣା ବିଧାୟକ ଡ଼ ବୁଧାନ ମୁର୍ମୁ କହିଛନ୍ତି, "ଗତ ସାଧାରଣ ନିର୍ବାଚନରେ ମୟୁରଭଞ୍ଜର ଲୋକସଭା କ୍ଷେତ୍ର ଓ 9 ବିଧାନସଭା କ୍ଷେତ୍ରରୁ 6 ବିଧାନସଭା ଆସନ ବିଜେଡି ଖାତାକୁ ଯାଇଥିଲା । ଆସନ୍ତା 2024 ସାଧାରଣ ନିର୍ବାଚନରେ ବିଜେପି ଏଠାରେ ଭଲ ପ୍ରଦର୍ଶନ କରିବ । 9ରୁ 9 ବିଧାନସଭା କ୍ଷେତ୍ର ବିଜେପି ଦଖଲ କରିବ । ଲୋକସଭା କ୍ଷେତ୍ର ମଧ୍ୟ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି । ଦୁଇ ସାଂଗଠନିକ ଜିଲ୍ଲାର ସଭାପତି ସକ୍ରିୟ ଅଛନ୍ତି । ସଂଗଠନ ସୁଦୃଢ ଅଛି । ରାଜ୍ୟର ବରିଷ୍ଠ ନେତା ଜିଲ୍ଲାର ନେତାଙ୍କୁ ଗାଇଡ଼ କରୁଛନ୍ତି । କେନ୍ଦ୍ର ନେତାଙ୍କର ଧ୍ୟାନ ମଧ୍ୟ ମୟୁରଭଞ୍ଜ ଉପରେ ରହିଛି । କାରଣ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ଏହି ଜିଲ୍ଲାର । ଭୋଟର ଓ ନେତା ଉତ୍ସହିତ ଅଛନ୍ତି ।"


ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 22, 2023, 6:18 PM IST

ABOUT THE AUTHOR

...view details