ଓଡିଶା

odisha

ଦିଲ୍ଲୀ ଗସ୍ତରେ ଓଡିଶାବାସୀଙ୍କ ସ୍ବାର୍ଥ ପ୍ରସଙ୍ଗ ଉଠାଉ ବିଜେପି: ବିଜେଡି

By ETV Bharat Odisha Team

Published : Oct 12, 2023, 10:13 PM IST

ସସ୍ମିତ କହିଛନ୍ତି ଯେ, ରାଜ୍ୟରେ ଲୋକଙ୍କର ସମସ୍ୟା ମଧ୍ୟରେ ରହିଛି ସମ୍ବଲପୁରରୁ କଟକ ପର୍ଯ୍ୟନ୍ତ ଲମ୍ବିଥିବା ଜାତୀୟ ରାଜପଥର ଦୂରାବସ୍ଥା । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୯୩୦ ଟଙ୍କାକୁ ବୃଦ୍ଧି କରିବା । ଯାହା ଓଡିଶା ବିଧାନସଭାରେ ସର୍ବସମ୍ମତ କ୍ରମେ ପାରିତ ହୋଇଥିଲା । ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା । ଅଧିକ ପଢନ୍ତୁ

ଦିଲ୍ଲୀ ଗସ୍ତରେ ଓଡିଶାବାସୀଙ୍କ ସ୍ବାର୍ଥ ପ୍ରସଙ୍ଗ ଉଠାଉ ବିଜେପି : ବିଜେଡି
ଦିଲ୍ଲୀ ଗସ୍ତରେ ଓଡିଶାବାସୀଙ୍କ ସ୍ବାର୍ଥ ପ୍ରସଙ୍ଗ ଉଠାଉ ବିଜେପି : ବିଜେଡି

ଦିଲ୍ଲୀ ଗସ୍ତରେ ଓଡିଶାବାସୀଙ୍କ ସ୍ବାର୍ଥ ପ୍ରସଙ୍ଗ ଉଠାଉ ବିଜେପି : ବିଜେଡି

ଭୁବନେଶ୍ବର: ଓଡିଶାର ସମସ୍ତ ବିଜେପି ବିଧାୟକ ଖୁବଶୀଘ୍ର ଦିଲ୍ଲୀ ଯିବେ ବୋଲି ବିଜେପି ନେତା ଜୟନାରାୟଣ ମିଶ୍ର କହିଛନ୍ତି । ଦିଲ୍ଲୀ ଗସ୍ତ କାଳରେ ରାଜନୀତି ନକରି ଲୋକଙ୍କ ପ୍ରସଙ୍ଗ ଉଠାଇବେ ବୋଲି ବିଜେଡି ଆଶା କରୁଛି । ଏହା ସହ ସମ୍ବଲପୁର–କଟକ ଜାତୀୟ ରାଜପଥ ଦୂରାବସ୍ଥା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଓ କେନ୍ଦୁପତ୍ରରୁ ଜିଏସଟି ଛାଡ ପ୍ରସଙ୍ଗ ମଧ୍ୟ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ । ସେହିପରି ଦୁର୍ବଳ ଟେଲି ସାନ୍ଧ୍ରତା ଓ ବ୍ୟାଙ୍କିଙ୍ଗ ସେବାର ଅଭାବ ସହ ଆଦିବାସୀ ଭାଇ ଭଉଣୀଙ୍କ ପାଇଁ ପିଏମଏୱାଇ ଘର ମଞ୍ଜୁର କଥା ବିଜେପି ନେତା ଉଠାଇବା ଦରକାର ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର ।

ଅଧିକ ପଢନ୍ତୁ- ଲଢେଇ ମୁଡରେ ରାଜ୍ୟ ବିଜେପି, ରାଜ୍ୟ ସରକାର ବିରୋଧରେ ଫେରାଦ ପାଇଁ ଦିଲ୍ଲୀ ଯିବେ ଦଳୀୟ ବିଧାୟକ

ସସ୍ମିତ କହିଛନ୍ତି ଯେ, ରାଜ୍ୟରେ ଲୋକଙ୍କର ସମସ୍ୟା ମଧ୍ୟରେ ରହିଛି ସମ୍ବଲପୁରରୁ କଟକ ପର୍ଯ୍ୟନ୍ତ ଲମ୍ବିଥିବା ଜାତୀୟ ରାଜପଥର ଦୂରାବସ୍ଥା । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୯୩୦ ଟଙ୍କାକୁ ବୃଦ୍ଧି କରିବା । ଯାହା ଓଡିଶା ବିଧାନସଭାରେ ସର୍ବସମ୍ମତ କ୍ରମେ ପାରିତ ହୋଇଥିଲା । ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା । ଓଡ଼ିଶାର କୃଷକମାନଙ୍କୁ ଫସଲ ବୀମା ଟଙ୍କା ଏବଂ ଆବଶ୍ୟକ ସାର ଯୋଗାଇବା । ସର୍ବନିମ୍ନ ସହାୟକ ମୂଲ୍ୟକୁ ଉତ୍ପାଦନ ଖର୍ଚ୍ଚର ୧.୫ ଗୁଣ ଧାର୍ଯ୍ୟ କରିବା ଏବଂ ସ୍ୱାମୀନାଥନ ଆୟୋଗ ରିପୋର୍ଟ ସୁପାରିଶକୁ କାର୍ଯ୍ୟକାରୀ କରିବା ।

ସେହିଭଳି ପଶ୍ଚିମ ଏବଂ ଦକ୍ଷିଣ ଓଡିଶାରେ ଦୁର୍ବଳ ଟେଲି-ସାନ୍ଧ୍ରତା ଏବଂ ବ୍ୟାଙ୍କିଙ୍ଗ୍ ସେବାର ଅଭାବ । ଓଡିଶା ପାଇଁ ଅଟକା ଯାଇଥିବା ୭ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ବିଶେଷକରି ପଶ୍ଚିମ ଏବଂ ଦକ୍ଷିଣ ଓଡିଶାର ଲକ୍ଷ ଲକ୍ଷ ଆଦିବାସୀ ଭାଇ ଓ ଭଉଣୀଙ୍କ ସ୍ୱାର୍ଥକୁ ଅଣଦେଖା କରାଯିବା । କେନ୍ଦୁ ପତ୍ର ଉପରେ ୧୮% ଜିଏସଟିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରାଯାଉ କାରଣ ପଶ୍ଚିମ ଓଡିଶାର ଅଧିକାଂଶ ବିଜେପି ବିଧାୟକ ୨୦୧୯ ରେ ସେହି କେନ୍ଦୁ ପତ୍ର କର୍ମଚାରୀଙ୍କ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି । ଆମେ ଆଶା କରୁଛୁ ଏଥର ବିଜେପି ନେତାମାନେ ଲୋକଙ୍କର ଏହିସବୁ ସମସ୍ୟା ଉଠାଇବେ ବୋଲି ଡକ୍ଟର ପାତ୍ର କହିଛନ୍ତି ।

ସୂଚନା ଅନୁସାରେ ବିଜେପି ନେତା ଜୟନାରାୟଣ ମିଶ୍ର କହିଥିଲେ ଯେ, ତାଙ୍କ ନେତୃତ୍ୱରେ ବିଜେପିର ୨୨ ବିଧାୟକ ଖୁବଶୀଘ୍ର ଦିଲ୍ଲୀ ଯିବେ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ନିର୍ବାଚନ ଆୟୋଗଙ୍କୁ ଭେଟି ରାଜ୍ୟରେ ଦୁର୍ନୀତି, ଭ୍ରଷ୍ଟାଚାର ବୃଦ୍ଧି ସହ ଆଇନ ଶୃଙ୍ଖଳା ପରିସ୍ଥିତି ଉଜୁଡି ପଡିଥିବା ନେଇ ଦାବିପତ୍ର ପ୍ରଦାନ କରିବେ ।

ଇଟିଭି ଭାରତ, ଭାରତ

ABOUT THE AUTHOR

...view details