ଭୁବନେଶ୍ବର:ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ ଓ ନବ ନିର୍ମାଣ ଛାତ୍ର ଯୁବ ସଂଗଠନ । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ 12 ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ସଂଗଠନ । ଏହାକୁ ଦୃଷ୍ଟିରେ ରଖି ପୂର୍ବାହ୍ନ 9.30 ସୁଦ୍ଧା ଅଫିସ ଆସିବାକୁ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର ।
ଆସନ୍ତାକାଲି ସକାଳ 6ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଛି ସଂଗଠନ । ନବନିର୍ମାଣ କୃଷକ, ଛାତ୍ର ସଂଗଠନ ଓଡ଼ିଶା ବନ୍ଦ ଡାକରା ଦେଇଛି । ରୁଚିକା ମାମଲାରେ କମିଶନରେଟ ପୋଲିସ ଏପର୍ଯ୍ୟନ୍ତ ଅପରାଧୀଙ୍କୁ ଧରିବାରେ ବିଫଳ ହୋଇଛି । ଅପରାଧୀଙ୍କୁ ଧରିବାରେ ପୁଲିସର ବିଫଳତା ଓ ରୁଚିକାଙ୍କ ମା’ଙ୍କ ଉପରେ ପୋଲିସର ବର୍ବରତା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ସଂଗଠନ । ସଂଗଠନର ବନ୍ଦ ଡାକରାକୁ ସମର୍ଥନ ଘୋଷଣା କରିଛି ରାଜ୍ୟ କଂଗ୍ରେସ ।