ଖୋର୍ଦ୍ଧା: ଚିଲିକାର ନୀଳ ଜଳରାଶିକୁ ଶୀତ ଋତୁ ଆସିଲେ ମାଡ଼ି ଆସିଥାନ୍ତି ରଙ୍ଗ ବେରଙ୍ଗର ବିଦେଶୀ ଅତିଥୀ । ହେଲେ ପକ୍ଷୀ ଶୀକାରୀମାନେ ଏହି ପକ୍ଷୀମାନଙ୍କୁ ନଳ ଘାସରେ ବିଷ ଦେଇ ଶୀକାର କରୁଥିବା ବେଳେ ଶୁକ୍ରବାର ଜଣେ ପକ୍ଷୀ ଶିକାରୀକୁ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜ ଅଧିନ ବାଲିପାଟପୁର ବାବାଜୀ କୁଡିଆ ନିକଟରୁ ୩ଟି ମୃତ ବିଦେଶୀ ପକ୍ଷୀ ଉଦ୍ଧାର କରିବା ସହ ଜଣେ ଶିକାରୀକୁ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ।
ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ବାଲିପାଟପୁର ବାବାଜୀ କୁଡିଆ ନିକଟରେ ଚଢ଼ାଉ କରି ୩ଟି ମୃତ ବିଦେଶୀ ପକ୍ଷୀଙ୍କୁ ଉଦ୍ଧାର କରିବା ସହ ଗୋଟିଏ ବାଇସାଇକେଲ, ଗୋଟିଏ ମୋବାଇଲ ଫୋନ, ଫୁରାଡ଼ନ ବିଷ, ବିଶାକ୍ତ କଇଁ ଫୁଲ, ଗୋଟିଏ ଦାଆ, ଜରିବ୍ୟାଗ ଜବତ କରିବା ସହ ଜଣେ ଶିକାରୀକୁ ଗିରଫ କରିଛି।