ଓଡିଶା

odisha

ETV Bharat / state

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ: ନିୟୋଜିତ ହୋଇଛି 21 ଟିମ୍ - khordha news

ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଏଥିପାଇଁ ମୋଟ 21ଟି ଟିମ ଗଠନ କରାଯାଇଛି । ଏହି ପକ୍ଷୀ ଗଣନା କାର୍ଯ୍ୟରେ ବନ କର୍ମଚାରୀଙ୍କ ସହ ପକ୍ଷୀ ବିଶାରଦ ସାମିଲ ହୋଇଥିବା ସୂଚନା ।

Bird counting started in chilikaBird counting started in chilika
ଚିଲିକାରେ ପକ୍ଷୀ ଗଣନା ଆରମ୍ଭ

By

Published : Jan 5, 2020, 10:59 AM IST

ଖୋର୍ଦ୍ଧା: ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ଏଥିପାଇଁ ମୋଟ 21ଟି ଟିମ ଗଠନ କରାଯାଇଛି । ସ୍ଥଳଭାଗରେ ପକ୍ଷୀ ଗଣନା କାର୍ଯ୍ୟରେ 2ଟି ଟିମ ନିୟୋଜିତ ହୋଇଥିବାବେଳେ ଜଳଭାଗରେ 19ଟି ଟିମର 100ରୁ ଊର୍ଦ୍ଧ୍ବ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ

ସମଗ୍ର ଚିଲିକାକୁ 5ଟି ଜୋନରେ ବିଭକ୍ତ କରାଯାଇଛି; ଯଥା ବାଲୁଗାଁ, ଟାଙ୍ଗୀ, ଚିଲିକା, ରମ୍ଭା, ସାତପଡ଼ା । ଏହି ପକ୍ଷୀ ଗଣନା କାର୍ଯ୍ୟରେ ବନ କର୍ମଚାରୀଙ୍କ ସହ ପକ୍ଷୀ ବିଶାରଦ ସାମିଲ ହୋଇଛନ୍ତି । ସେହିପରି ମଙ୍ଗଳାଯୋଡି, ନଇରୀ, ଭୁଷଣ୍ଡପୁର, କାଳୁପଡା, ବାଲୁଗାଁ, ବ୍ରହ୍ମଗିରି, ସାତପଡ଼ା, ରମ୍ଭା ଆଦି ଅଞ୍ଚଳରେ ମଧ୍ୟ ପକ୍ଷୀ ଗଣନା ପାଇଁ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details