ଖୋର୍ଦ୍ଧା: ଶାନ୍ତି, ପ୍ରେମ, କଳା, ସାହିତ୍ୟ, ସଂସ୍କୃତି ଓ ଭ୍ରାତୃତ୍ବଭାବର ମହକ ବାଣ୍ଟି ଗୁରୁବାର ଦିନ ଉଦଘାଟିତ ହୋଇଯାଇଛି ୮୪ ତମ ବୀଣାପାଣି ମହୋତ୍ସବ 'ସମ୍ଭବ ୨୦୨୦' । ବେଗୁନିଆ ବ୍ଲକ ବେଗୁନିଆ ସ୍ଥିତ ବୀଣାପାଣି ମହୋତ୍ସବ 'ସମ୍ଭବ'ର ଉଦଘାଟନ ଦିବସରେ ସାଂସ୍କୃତିକ ସନ୍ଧ୍ୟାକୁ ଦର୍ଶକମାନେ ବେଶ୍ ଉପଭୋଗ କରିଥିଲେ ।
କଳାକାରଙ୍କ ଓଡିଶୀ ନୃତ୍ୟ ପରିବେଷଣ ଅନେକ ସମୟ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଏହି ଅବସରରେ ଏକ ସାହିତ୍ୟ ସଭାରେ ବୀଣାପାଣି କ୍ଳବର ମୁଖପାତ୍ର ବାଣୀସ୍ରତାର ଶୁଭ ଉନ୍ମୋଚନ ହୋଇଥିଲା ।