ଓଡିଶା

odisha

ଦିନରେ ଛକୁଥିଲା ରାତିରେ ଲୁଟୁଥିଲା, ଧରାପଡ଼ିଲା କୁଖ୍ୟାତ ବାଇକ୍ ଚୋର

By

Published : Apr 28, 2023, 9:04 PM IST

ଭରତପୁର ଥାନା ରୁଚିକା ମାର୍କେଟରୁ ବାଇକ ଲୁଟେରାକୁ ପୋଲିସ୍ କରିଛି ଭରତପୁର ଥାନା ପୋଲିସ । ଅଧିକ ପଢନ୍ତୁ

bike thief arrested
bike thief arrested

ଧରାପଡ଼ିଲା କୁଖ୍ୟାତ ବାଇକ୍ ଚୋର

ଭୁବନେଶ୍ବର:ଭରତପୁର ପୋଲିସ ହାତରେ କୁଖ୍ୟାତ ବାଇକ ଲୁଟେରା । ମାଷ୍ଟର କି ରେ ରାଜଧାନୀରେ କରୁଥିଲା ଚୋରି । ଭରତପୁର ଥାନା ରୁଚିକା ମାର୍କେଟରୁ ଗିରଫ କରିଛି ପୋଲିସ । ଏଥିସହ ଭୁବନେଶ୍ୱର ବିଭିନ୍ନ ସ୍ଥାନରୁ ଚୋରି କରିଥିବା ୭ଟି ବାଇକ ଜବତ କରିଛି ପୋଲିସ୍ । ଯେଉଁଥିରେ ଥିଲା ସ୍କୁଟିଠୁ ଆରମ୍ଭ କରି ଗ୍ଲାମର ଭଳି ସ୍ପ୍ଲେଣ୍ଡର ଆଉ ପଲସର ଭଳି ବାଇକ୍‌ । ତେବେ ଗିରଫ ହୋଇଥିବା ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲା ବଡଗଡ ଥାନା ପଦ୍ମପୁର ଗ୍ରାମର ଶଙ୍କର ବେହେରା ବୋଲି ଜଣା ପଡିଛି ।

ତେବେ ଏନେଇ ଭରତପୁର ଥାନା ଆଇଆଇସି କହିଛନ୍ତି ଯେ, ଗିରଫ ଚୋର ଜଣକ ପ୍ରଥମ ଥର ଧରାପଡ଼ିଛି । ପୂର୍ବରୁ ସେ କେବେ ଧରାପଡ଼ି ନଥିବା ବେଳେ ଭରତପୁର ଥାନା ଅଞ୍ଚଳରୁ ଏକାଧିକ ବାଇକ ଚୋରି ରିପୋର୍ଟ ଆସୁଥିଲା । ତେଣୁ ଏନେଇ ପୋଲିସ ଘଟଣାର ତଦନ୍ତ ପାଇଁ ସିସିଟିଭି ଯାଞ୍ଚ କରିଥିଲା । ଯାଞ୍ଚ କରିବା ପରେ ଜଣାପଡିଥିଲା ଯେ ଅଭିଯୁକ୍ତ ଫୁଟ୍‌ପାଥ୍‌ରେ ଶୋଉଥିଲା । ପରେ କିଏ କେଉଁଠି ଗାଡି ରଖୁଥିଲା ତାକୁ ଲକ୍ଷ କରି ଗାଡ଼ି ନେଇ ଛୁ ମାରୁଥିଲା । ରୁଚିକା ମାର୍କେଟରେ ଚୋରି ଗାଡି ରଖୁଥିବା ଖବର ପାଇ ତାକୁ ଗିରଫ କରାଯାଇଛି ।

ସୂଚନା ମୁତାବକ, ଅଭିଯୁକ୍ତ ଜଣକ ଦିନ ବେଳେ ଶ୍ରମିକ ଭାବେ କାମ କରୁଥିବା ବେଳେ ଅନେକ ଗାଡ଼ି ଦେଖି ଚୋରି ପାଇଁ ଛକୁଥିଲା । ଆଉ ସୁବିଧା ଦେଖି ରାତି ବା ସନ୍ଧ୍ୟା ସମୟରେ ଗାଡି ଚୋରି କରୁଥିବା ଜଣାପଡିଛି । ତେବେ ତାଠାରୁ ୭ଟି ବାଇକ ଜବତ କରାଯାଇଥିବା ବେଳେ ଏକ ମାଷ୍ଟର କି ଜବତ ବି ହୋଇଛି । ସେହିପରି ଏହି କି ଜରିଆରେ ଗାଡିର ଲକ୍ ଛାଡୁଥିବା ଅଭିଯୁକ୍ତ ମାନିଛି । ତେବେ ରାଜଧାନୀରେ ଗାଡ଼ି ଚୋରି ଏକ ନିତିଦିନିଆ କଥା । କିଛି ଏହିଭଳି ଚୋର ଚୋରି ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଗାଡି ଚୋରି ଉପାନ୍ତ ଅଞ୍ଚଳରେ ଚୋରି ଗାଡ଼ିକୁ କମ ଦାମରେ ଏମାନେ ବିକ୍ରି କରନ୍ତି ।

ଏପରିକି କିଛି ଗାଡ଼ିକୁ କବାଡିଆ ଜରିଆରେ କାଟି ଗାଡିର ଇଞ୍ଜିନକୁ ବୋଟ ପ୍ରସ୍ତୁତ ବା ଡଙ୍ଗା ବା ଫଟଫଟି ପାଇଁ ଚିଲିକା ଆଦି ଅଞ୍ଚଳରେ ବିକ୍ରି କରୁଥିବାର ମଧ୍ୟ ପୋଲିସ ସନ୍ଦେହ କରୁଛି । ଯାହାକୁ ନେଇ ପୋଲିସ ସେ ଦିଗରେ ତଦନ୍ତ ଜାରି ରଖିଛି । ସେହିପରି କିଛି ଦିନ ତଳେ ସହିଦନଗର ଥାନା ଅଞ୍ଚଳରୁ ଜଣେ ବାଇକ ଚୋରି ସମେତ ୯ଟି ବାଇକ ଜବତ ହୋଇଥିଲା ଯେକି ଚୋରା ଗାଡିକୁ ବନ୍ଧା ପକାଇ ଟଙ୍କା ରୋଜଗାର କରୁଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details