ଓଡିଶା

odisha

ETV Bharat / state

ବିଜୁ ପ୍ରିମିୟର ଲିଗର ଚମ୍ପିୟାନ ହେଲେ ଖୋର୍ଦ୍ଧା ବିଜୁଛାତ୍ର ବିଜେଡି - ଖୋର୍ଦ୍ଧା ବିଜୁଛାତ୍ର ବିଜେଡି

ବିଜୁ ପ୍ରିମୀୟର ଲିଗର ଚମ୍ପିୟାନ ହେଲେ ଖୋର୍ଦ୍ଧା ବିଜୁଛାତ୍ର ବିଜେଡି । କପ ସହ ନଗଦ ପଚାଶ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ । ଅଧିକ ପଢନ୍ତୁ...

Biju Premier League held in khordha
ବିଜୁ ପ୍ରିମୀୟର ଲିଗର ଚମ୍ପିୟାନ ହେଲେ ଖୋର୍ଦ୍ଧା ବିଜୁଛାତ୍ର ବିଜେଡି

By

Published : Mar 25, 2021, 9:37 AM IST

ଖୋର୍ଦ୍ଧା:ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ସ୍ଥାନୀୟ ବିଜେବି ହାଇସ୍କୁଲ ଖେଳ ପଡ଼ିଆରେ ବିଜୁ ପ୍ରିମିୟର ଲିଗର ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ବିଜୁ ଛାତ୍ର ବିଜେଡି ଖୋର୍ଦ୍ଧା ବିଜୁ ଯୁବ ବିଜେଡିକୁ ୩ ଉଇକେଟରେ ହରାଇ ଚମ୍ପିୟାନ ହୋଇଛି। ଫାଇନାଲରେ ଖୋର୍ଦ୍ଧା ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ରାଜେନ୍ଦ୍ର କୁମାର ସାହୁ ମ୍ୟାଚ ଆରମ୍ଭରେ ଉଭୟ ଦଳ ଖେଳାଳିଙ୍କୁ ଶୁଭେଛା ଜଣାଇଥିଲେ ।

ବିଜୁ ପ୍ରିମୀୟର ଲିଗର ଚମ୍ପିୟାନ ହେଲେ ଖୋର୍ଦ୍ଧା ବିଜୁଛାତ୍ର ବିଜେଡି

ଯୁବ ବିଜେଡି ଟିମ ଟସ ଜିତି ବ୍ୟାଟିଂ କରିଥିଲେ। ଦଳ ନିର୍ଦ୍ଧାରିତ ୧୩ ଓଭରରେ ୮ ଉଇକେଟ ହରାଇ ୯୧ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ଖୋର୍ଦ୍ଧା ବିଜୁ ଛାତ୍ର ବିଜେଡି ଟିମ ୧୨.୩ ଓଭରରେ ୪ ୱିକେଟ ହରାଇ ୯୨ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ। ମ୍ୟାନ ଅଫ ଦି ମ୍ୟାଚ ଭାବେ ବିମଲ ମହାପାତ୍ର ୩୧ ରନ ସଂଗ୍ରହ କରିବା ସହ ଗୋଟିଏ ଉଇକେଟ ନେଇ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ହାତେଇଥିଲେ ।

ଚମ୍ପିୟାନ ଦଳକୁ କପ ସହ ନଗଦ ପଚାଶ ହଜାର ଟଙ୍କା ଅର୍ଥ ରାଶି ଦିଆଯାଇଛି । ରନର୍ସ ଅପ ଦଳକୁ ଟ୍ରଫି ସହ ନଗଦ ତିରିଶ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଜେତା ଏବଂ ଉପ ବିଜେତା ଦଳକୁ ପୁରସ୍କୃତ କରିଥିଲେ। ଏହି ଉତ୍ସବରେ ଖୋର୍ଦ୍ଧା ବିଧାୟକ ଜିତୁମିତ୍ର, ରାଜ୍ୟ ଯୁବ ବିଜେଡି ସଭାପତି ବ୍ଯୋମକେଶ ରାୟ, ରାଜ୍ୟ ଛାତ୍ର ବିଜେଡି ସଭାପତି ଦେବୀ ପ୍ରସାଦ ତ୍ରିପାଠୀ ଓ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ । ଏହାସହ ବିଧାୟକଙ୍କ ମଧ୍ୟରେ ଏକ ମ୍ୟାଚ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details