ଓଡିଶା

odisha

ETV Bharat / state

ଯୋଜନା ହାଇଜ୍ୟାକ୍ କରେନି ରାଜ୍ୟ ବରଂ କପି କରେ କେନ୍ଦ୍ର: ବିଜେଡି - ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ଆଜିଠାରୁ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ଚୟନ ପ୍ରକ୍ରିୟା । ସମ୍ଭାବ୍ୟ ତାଲିକା ପଞ୍ଚାୟତୱାରୀ ପ୍ରଦର୍ଶିତ ହେବା ସହ ଅଭିଯୋଗ ଶୁଣାଣି ହେବ । ଗ୍ରାମସଭାରେ ତାଲିକା ଚୂଡାନ୍ତ ହେବା ପରେ ଫେବୃଆରୀ ମଧ୍ୟ ଭାଗରେ ଗୃହ ନିର୍ମାଣ ଲାଗି ମିଳିବ ୱାର୍କ ଅର୍ଡର । ହିତାଧିକାରୀ ଚୟନରେ ଅନିୟମିତତା ହେଉଥିବା ଅଭିଯୋଗ କରିଛି ବିଜେପି । ଅଧିକ ପଢନ୍ତୁ

ଯୋଜନା ହାଇଜ୍ୟାକ କରେନି ରାଜ୍ୟ ବରଂ କପି କରେ କେନ୍ଦ୍ର : ବିଜେଡି
ଯୋଜନା ହାଇଜ୍ୟାକ କରେନି ରାଜ୍ୟ ବରଂ କପି କରେ କେନ୍ଦ୍ର : ବିଜେଡି

By

Published : Jan 16, 2023, 10:51 PM IST

ଯୋଜନା ହାଇଜ୍ୟାକ କରେନି ରାଜ୍ୟ ବରଂ କପି କରେ କେନ୍ଦ୍ର : ବିଜେଡି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପୁଣି ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ନମିଳିଲେ ନବୀନ ନିବାସ ଘେରାଉ କରିବ ବୋଲି ଚେତାବନୀ ଦେଇଛି ବିଜେପି । ବିଜେପି କେବଳ ନିଜର ଦୁର୍ବଳତାକୁ ପ୍ରକାଶ କରୁଛି ବୋଲି ପାଲଟା ଆକ୍ରମଣ କରିଛି ବିଜୁ ଜନତା ଦଳ । ଆଜିଠାରୁ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ଚୟନ ପ୍ରକ୍ରିୟା । ସମ୍ଭାବ୍ୟ ତାଲିକା ପଞ୍ଚାୟତୱାରୀ ପ୍ରଦର୍ଶିତ ହେବା ସହ ଅଭିଯୋଗ ଶୁଣାଣି ହେବ । ଗ୍ରାମସଭାରେ ତାଲିକା ଚୂଡାନ୍ତ ହେବା ପରେ ଫେବୃଆରୀ ମଧ୍ୟ ଭାଗରେ ଗୃହ ନିର୍ମାଣ ଲାଗି ମିଳିବ ୱାର୍କ ଅର୍ଡର । ହିତାଧିକାରୀ ଚୟନରେ ଅନିୟମିତତା ହେଉଥିବା ଅଭିଯୋଗ କରିଛି ବିଜେପି ।

ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ନମିଳିଲେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ନିବାସ ଘେରାଉ କରିବ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ଦଳୀୟ ଆଧାରରେ ଚୟନ କରାନଯାଇ ଯୋଗ୍ୟ ଏବଂ ପ୍ରକୃତ ହିତାଧିକାରୀଙ୍କୁ ତାଲିକାରେ ସାମିଲ କରାଯାଉ ବୋଲି ବିଜେପି ଦାବି କରିଛି । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେନ୍ଦ୍ର ସରକାରଙ୍କ ଫ୍ଲାଗସିପ ପ୍ରୋଗ୍ରାମ ହୋଇଥିବାରୁ କୌଣସି ମତେ ଏହାର ନାମକରଣ ଏବଂ ଲୋଗୋକୁ ପରିବର୍ତ୍ତନ କରାଯାଇପାରିବ ନାହିଁ । ଯୋଜନାର ନାମ କିମ୍ବା ଲୋଗୋ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସରକାର କୌଣସି ଚକ୍ରାନ୍ତ କରୁଥିବେ, ତାହେଲେ ତାକୁ କେବେହେଲେ ବରଦାସ୍ତ କରାଯିବ ନାହିଁ । ଏହା ବିରୁଦ୍ଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ମଧ୍ୟ କରାଯିବ ବୋଲି ବିଜେପି କହିଛି ।

ଏହାବି ପଢନ୍ତୁ- ପଞ୍ଚାୟତୱାରୀ ଲାଗିଲା PMAY ହିତାଧିକାରୀଙ୍କ ସମ୍ଭାବ୍ୟ ତାଲିକା, ଫେବୃଆରୀରୁ ମିଳିବ ୱାର୍କଅର୍ଡର

ବିଜେପି ଅଭିଯୋଗର ଜବାବ ରଖିଛନ୍ତି ବିଜେଡିର ଦୁଇ ବରିଷ୍ଠ ବିଧାୟକ । ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ, ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ହିତାଧିକାରୀଙ୍କ ଚୟନରେ ସ୍ୱଚ୍ଛତା ରହିବ । ଯୋଗ୍ୟ ହିତାଧିକାରୀ ତାଲିକାରେ ସାମିଲ ହେବେ । ଅଯୋଗ୍ୟ ବାଦ ପଡିବେ । ନବୀନ ନିବାସ ଘେରାଉ ଏକ ନିତିଦିନିଆ ଘଟଣା ହୋଇଛି । ଓଡ଼ିଶାର ଶାସନ ଓ ଲୋକଙ୍କ ମଙ୍ଗଳ କାର୍ଯ୍ୟ ପାଇଁ ନବୀନ ନିବାସ କେନ୍ଦ୍ରସ୍ଥଳୀ ହୋଇଛି । ବିଜେପି କେବଳ ନିଜର ଦୁର୍ବଳତାକୁ ପ୍ରକାଶ କରୁଛି । ସେହିପରି ବିଧାୟକ ପ୍ରଫୁଲ ସାମଲ କହିଛନ୍ତି ଯେ, ଯାହା କଲେ ବି ବିଜେପି ଅଭିଯୋଗ କରିବ । ଓଡିଶା ପ୍ରତି ଯେଉଁ ସମ୍ବେଦନତା ତାଙ୍କର ରହିବା କଥା ତାହା ନାହିଁ ।

ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ କେନ୍ଦ୍ର ଓ ରାଜ୍ୟର ଭାଗ 60:40 । ଇନସେଣ୍ଟଭି ଏବଂ ଆଡ଼ମିନଷ୍ଟ୍ରେଟିଭ ଖର୍ଚ୍ଚକୁ ହିସାବକୁ ନେଲେ 50 ପ୍ରତିଶତରୁ ଅଧିକ ଟଙ୍କା ରାଜ୍ୟ ସରକାର ଦେଉଛନ୍ତି । ସେହି ଦୃଷ୍ଟିରୁ ଓଡିଶା ସରକାରଙ୍କ ଲୋଗୋ ରହିଲେ ଅସୁବିଧା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର ଯୋଜନା ହାଇଜ୍ୟାକ କରନ୍ତିନି । ବରଂ କେନ୍ଦ୍ର ରାଜ୍ୟ ଯୋଜନାକୁ କପି କରେ । ଆବାସ ଆବଣ୍ଟନରେ ସବୁବେଳେ ପଞ୍ଚାୟତ ସ୍ତରରେ ସ୍ୱଚ୍ଛତା ରଖାଯାଉଛି । ଯଦି କୌଣସି ଅଯୋଗ୍ୟ ଲୋକ ନେଉଛି ତାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉଛି । କିନ୍ତୁ ବିଜେପି ୟାକୁ ବାରମ୍ବାର କହି ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି । ବିଜେପି ନିଜର ରାଜନୈତିକ ଇଛା ଶକ୍ତି ସଫଳ କରିବାକୁ ଏପରି ମନ୍ତବ୍ୟ ଦେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details