ଜନ ସମ୍ପର୍କ ଅଭିଯାନ ପରେ ବିଜେଡି କରିବ ପରିବାର ସମ୍ପର୍କ ଅଭିଯାନ, କାଉଣ୍ଟର କଲା ବିଜେପି ଭୁବନେଶ୍ବର: ଜନ ସମ୍ପର୍କ ଅଭିଯାନ ପରେ ପରିବାର ସମ୍ପର୍କ ଅଭିଯାନ ପାଇଁ ବିଜେଡିର ବ୍ଲୁ-ପ୍ରିଣ୍ଟ । ଡିସେମ୍ବର ୨୬ ଅର୍ଥାତ ଦଳର ପ୍ରତିଷ୍ଠା ଦିବସ ପର୍ଯ୍ୟନ୍ତ ପରିବାର ସମ୍ପର୍କ ଅଭିଯାନ କରିବ ବିଜେଡି । ଏହି ସମୟରେ ରାଜ୍ୟର ସମସ୍ତ ପରିବାରରକୁ ଭେଟିବା ପାଇଁ ତୃଣମୂଳ ସ୍ତରର ନେତୃତ୍ବଙ୍କୁ ଦିଆଯାଇଛି ନିର୍ଦ୍ଦେଶ ।
ଏହି ସମୟରେ ରାଜ୍ୟର ସମସ୍ତ ପରିବାରରକୁ ଭେଟିବା ପାଇଁ ତୃଣମୂଳ ସ୍ତରର ନେତୃତ୍ବଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ପ୍ରତି ୱାର୍ଡରେ ଥିବା କମିଟି ପରିବାର ମାନଙ୍କ ସହ ନିରନ୍ତର ସମ୍ପର୍କରେ ଅଛନ୍ତି ତାକୁ ଆହୁରି ଅଧିକ ଫୋକସ କରିବାକୁ କୁହାଯାଇଛି । ପରିବାର ସମ୍ପର୍କ ଅଭିଯାନରେ କାହାର କଣ ଆବଶ୍ୟକତା ରହିଛି ବୁଝିବେ, ଯେଉଁମାନେ ବୁଝି ପାରୁ ନାହାଁନ୍ତି ତାଙ୍କୁ ବୁଝାଇବେ । ନବୀନ ପଟ୍ଟନାୟକଙ୍କ ସରକାରର ସଫଳତା କହିବେ । ତେଣୁ ଏହି ଜନ ସମ୍ପର୍କ ପଦଯାତ୍ରା ଜାରି ରହିଛି ବୋଲି ବିଧାୟକ ଦେବୀ ମିଶ୍ର କହିଛନ୍ତି।
ଅଧିକ ପଢନ୍ତୁ- ଜନସମ୍ପର୍କ ଯାତ୍ରାରେ ‘5T’ ଓ ‘ମୋ ସରକାର’କୁ ଗୁରୁତ୍ବ; ନେତା ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି
ହେଲେ ବିଜେପି ଏହାକୁ ନେଇ କଡା ସମାଲୋଚନା କରିଛି । ବିଜେଡିର ଅକ୍ଟୋବରରୁ ଆରମ୍ଭ ହୋଇଥିବା ପଦଯାତ୍ରା ସମ୍ପୂର୍ଣ ଫେଲ ମାରିଛି। ଲୋକେ ତାଙ୍କୁ ପଚାରୁଛନ୍ତି କଣ କରିଛ ବୋଲି । ତାଙ୍କ ଦଳରେ ଏତେ ମାତ୍ରାରେ କନ୍ଦଳ ସୃଷ୍ଟି ହୋଇଛି ଯେ କିଏ ଅଣ୍ଡା ତ କିଏ ଟେକା ମାରି ଗାଳି ଦେଲାଣି। ବିଜେଡି ଏବେ ଅସହ୍ୟ ଅବସ୍ଥାକୁ ଚାଲିଗଲାଣି। ତାକୁ ଅଧିକ ସମୟ କଲେ ସବୁ ଠିକ ଠାକ ହୋଇଯିବ ଭାବୁଥିଲେ କିନ୍ତୁ ସେଭଳି କିଛି ହେଲା ନାହିଁ। ବିଜେପି ଯେତେ ବେଳେ ୨ରୁ ୩ଟି ଯାତ୍ରା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚି ଦଳକୁ ଲୋକଙ୍କ ବ୍ୟାପକ ସମର୍ଥନକୁ ଦେଖି ବିଜେଡି ଭୟଭୀତ ହୋଇଯାଇଛି । ଘରକୁ ଘର ସମ୍ପର୍କ ଅବା ପରିବାର ସମ୍ପର୍କ ୨୪ ବର୍ଷ ସରକାର କରିପାରିଲେନି । ଏବେ କରିବା ତାଙ୍କ ପାଇଁ ଲଜ୍ଜାଜନକ ବିଷୟ । ଲୋକଙ୍କ ପାଇଁ କିଛି କରିନୁ ଏବେ ବୁଝେଇବେ ଏବଂ ଆଉ ପାଞ୍ଚ ବର୍ଷ ଆମକୁ ସରକାରଙ୍କୁ ଦିଅନ୍ତୁ ଆମେ ଆପଣଙ୍କ ପାଇଁ ଆହୁରି କରିବୁ । କିନ୍ତୁ ଲୋକେ ଆଉ ଗ୍ରହଣ କରିବେ ନାହିଁ । ଲୋକେ ବୁଝି ସାରିଲେଣି ବିଜେଡି ସରକାର କଣ ? ଆମ ପାଇଁ କଣ କରିଛ ପଚାରିଲେ ବି ବିଜେଡି ପାଖରେ ଉତ୍ତର ନାହିଁ। ସମୟ ଆସିଛି ଲୋକେ ଏ ସରକାରଙ୍କୁ ଉପାଡି ଫୋପାଡିବେ ବୋଲି କହିଛନ୍ତି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ ।
ଇଟିଭି ଭାରତ, ଭୁବନେଶ୍ବର