ଓଡିଶା

odisha

BJD News: ପୁନର୍ଗଠନ ହେଲା ବିଜେଡିର ଗଣମାଧ୍ୟମ ଚେହେରା

ବିଜ୍ଞପ୍ତି ଅନୁସାରେ, ପୂର୍ବବତ ମିଡିଆ କୋଡିନେଟର ଦାୟିତ୍ୱରେ ରହିବେ ଲେନିନ ମହାନ୍ତି । ସହମିଡିଆ କୋଡିନେଟର ହୋଇଛନ୍ତି ଦଳର ଯୁବ ଚେହେରା ମଧୁସ୍ମିତା ନାୟକ । ସେହିପରି ଜାତୀୟ ମୁଖପାତ୍ର ହେଉଛନ୍ତି - ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ଶର୍ମିଷ୍ଠା ସେଠୀ, ସସ୍ମିତ ପାତ୍ର ଓ ମାନସ ରଞ୍ଜନ ମଙ୍ଗରାଜ । ଅଧିକ ପଢନ୍ତୁ

By

Published : Dec 31, 2022, 7:11 PM IST

Published : Dec 31, 2022, 7:11 PM IST

ପୁନର୍ଗଠନ ହେଲା ବିଜେଡିର ଗଣମାଧ୍ୟମ ଚେହେରା
ପୁନର୍ଗଠନ ହେଲା ବିଜେଡିର ଗଣମାଧ୍ୟମ ଚେହେରା

ଭୁବନେଶ୍ବର: ପୁନର୍ଗଠନ ହୋଇଛି ବିଜୁ ଜନତା ଦଳର ଗଣମାଧ୍ୟମ ଚେହେରା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ବିଜେଡିର ମିଡିଆ ଟିମ ପୁନର୍ଗଠନ ହୋଇଛି । ବିଜୁ ଜନତା ଦଳର ସଂଗଠନ ସମ୍ପାଦକଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜେଡି ମିଡିଆ ଟିମରେ କିଛି ଚେହେରାଙ୍କୁ ବାଦ ଦିଆଯାଇ ନୂଆ ଚେହେରାଙ୍କୁ ସାମିଲ କରାଯାଇଛି ।

BJD News: ପୁନର୍ଗଠନ ହେଲା ବିଜେଡିର ଗଣମାଧ୍ୟମ ଚେହେରା

ବିଜ୍ଞପ୍ତି ଅନୁସାରେ, ପୂର୍ବବତ ମିଡିଆ କୋଡିନେଟର ଦାୟିତ୍ୱରେ ରହିବେ ଲେନିନ ମହାନ୍ତି । ସହମିଡିଆ କୋଡିନେଟର ହୋଇଛନ୍ତି ଦଳର ଯୁବ ଚେହେରା ମଧୁସ୍ମିତା ନାୟକ । ସେହିପରି ଜାତୀୟ ମୁଖପାତ୍ର ହେଉଛନ୍ତି - ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ଶର୍ମିଷ୍ଠା ସେଠୀ, ସସ୍ମିତ ପାତ୍ର ଓ ମାନସ ରଞ୍ଜନ ମଙ୍ଗରାଜ ।

BJD News: ପୁନର୍ଗଠନ ହେଲା ବିଜେଡିର ଗଣମାଧ୍ୟମ ଚେହେରା

ମୁଖ୍ୟପାତ୍ର ହୋଇଛନ୍ତି ଦେବୀ ପ୍ରସାଦ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ଚନ୍ଦ୍ରାଣୀ ମୁର୍ମୁ, ପ୍ରଦୀପ ମାଝୀ, ଅନୁଭବ ପଟ୍ଟନାୟକ, ଲେନିନ ମହାନ୍ତି, ସୁଲତା ଦେଓ, ସଞ୍ଜୟ ବାବୁ, ଶ୍ରୀମୟୀ ମିଶ୍ର, ଚିନ୍ମୟ ସାହୁ, ହରିସ ଚୌଧୁରୀ, ଗୌତମବୁଦ୍ଧ ଦାସ, ଅମିତ ମଲ୍ଲିକ, ତୁମ୍ବନାଥ ପଣ୍ଡା, ଓମ ପ୍ରକାଶ ସାହୁ, ପ୍ରିୟବ୍ରତ ମାଝୀ ।

ଗଣମାଧ୍ୟମ ବିତର୍କରେ ସାମିଲ ହୋଇ ଦଳର ପକ୍ଷ ରଖିବେ ପ୍ୟାନେଲିଷ୍ଟ ଇପ୍ସିତା ସାହୁ, ମଧୁସ୍ମିତା ନାୟକ, ସୋଫିଆ ଆଲାମ, ମହେକସୀତା ମିଶ୍ର, ଲୋରା ମହାପାତ୍ର, ସ୍ୱାଗତିକ ମହାନ୍ତି, ମିହିର ରାୟ, ସ୍ୱୟଂ ପ୍ରକାଶ ମହାପାତ୍ର ଓ ଅପୁର୍ବା ଅପୁର୍ବା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details