ଓଡିଶା

odisha

ETV Bharat / state

ନବୀନ ନିବାସରେ ନୀତିଶ-ନବୀନ ଆଲୋଚନା, ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ - ଜେଡିୟୁ ମୁଖ୍ୟ ନୀତିଶ କୁମାର

ନବୀନ ନିବାସରେ ନୀତିଶ ଓ ନବୀନଙ୍କ ଭେଟଘାଟ । ବିଭିନ୍ନ ପ୍ରସଙ୍ଗ ଉପରେ ହୋଇଛି ଆଲୋଚନା । ଅଧିକ ପଢନ୍ତୁ

Bihar CM Nitish Kumar meets Naveen Patnaik
Bihar CM Nitish Kumar meets Naveen Patnaik

By

Published : May 9, 2023, 3:00 PM IST

Updated : May 9, 2023, 3:20 PM IST

ଭୁବନେଶ୍ବର: ଓଡିଶାରେ ପହଞ୍ଚିଲେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର । ଭୁବନେଶ୍ବରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ନୀତିଶ। ନବୀନ ନିବାସରେ ନବୀନ ଓ ନୀତିଶଙ୍କ ମଧ୍ୟରେ ଆଲୋଚନା ହୋଇଛି। ବିଭିନ୍ନ ପ୍ରସଙ୍ଗ ଉପରେ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ନବୀନ ନିବାସରେ ନୀତିଶ କୁମାର ମଧ୍ୟାହ୍ନ ଭୋଜନ ମଧ୍ୟ କରିଛନ୍ତି। ଏହା ପରେ ଉଭୟ ମୁଖ୍ୟମନ୍ତ୍ରୀ ମିଳତ ଭାବେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।

ନବୀନ ନିବାସରେ ନୀତିଶ-ନବୀନ ଆଲୋଚନା

ନୀତିଶଙ୍କ ସହ ଭେଟଘାଟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି ଯେ, ''ନୀତିଶ କୁମାରଙ୍କୁ ଭେଟି ମୁଁ ବହୁତ ଖୁସି। ଓଡିଶା ପଡୋଶୀ ରାଜ୍ୟ ବିହାର ସହ ଭଲ ସମ୍ପର୍କ ରହିଛି। ଆଶା କରୁଛି ନୀତିଶ କୁମାରଙ୍କ ଏହି ଗସ୍ତ ଫଳପ୍ରଦ ହେବ। ''

ତେବେ ମେଣ୍ଟ ଆଲୋଚନା ହୋଇନି ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ନବୀନ-ନୀତୀଶ ଭେଟ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏକାଠି ପ୍ରତିକ୍ରିୟା ଜଣାଇଲେ ନବୀନ ଏବଂ ନୀତୀଶ କୁମାର । ମେଣ୍ଟ ନେଇ କୌଣସି ଆଲୋଚନା ହୋଇନି କହିଲେ ନବୀନ । ଆଜିର ବୈଠକରେ ମେଣ୍ଟ ଆଲୋଚନା ହୋଇନି କହିଲେ ମୁଖ୍ୟମନ୍ତ୍ରୀ ନବୀନ ।

ଏହା ମଧ୍ୟ ପଢନ୍ତୁ-ଆଜି ନୀତିଶ-ନବୀନ ଭେଟଘାଟ; ବିରୋଧୀ ମେଣ୍ଟରେ ସାମିଲ ହେବାକୁ ଦେବେ ପ୍ରସ୍ତାବ !

ଆଜି ଅପରାହ୍ନ 12ଟା ସମୟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ ନୀତିଶ କୁମାର। ସେଠାରେ ନୀତିଶଙ୍କୁ ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ସ୍ୱାଗତ କରିଥିଲେ। ପରେ ସିଧା ନବୀନ ନିବାସ ଅଭିମୁଖେ ଯାତ୍ରା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ ଜେଡିୟୁ ମୁଖ୍ୟ। ବିଭିନ୍ନ ପ୍ରସଙ୍ଗ ନେଇ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ତେବେ କେଉଁ ପ୍ରସଙ୍ଗରେ ଉଭୟ ବରିଷ୍ଠ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି ସେନେଇ ସରକାରୀ କିମ୍ବା ଦଳୀୟ ସୂତ୍ରରୁ କୌଣସି ସୂଚନା ସାର୍ବଜନୀନ କରାଯାଇ ନାହିଁ ।

ଏହା ମଧ୍ୟ ପଢନ୍ତୁ-କୁମ୍ବିଂ ବେଳେ ପୋଲିସ-ମାଓବାଦୀ ଗୁଳିବିନିମୟ, 3 ମାଓବାଦୀ ସଫା

Bihar CM Nitish Kumar meets Naveen Patnaik

ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ନବୀନଙ୍କୁ ଭେଟିବା ପରେ ଆସନ୍ତା 11 ତାରିଖରେ ମହାରାଷ୍ଟ୍ର ଯିବାର କାର୍ଯ୍ୟକ୍ରମ ରହିଛି । ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ସେ ମହାରାଷ୍ଟ୍ରରେ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ଦିନରେ ବିହାରରେ ହେବାକୁ ଯାଉଥିବା ବିରୋଧି ଦଳ ବୈଠକରେ ସାମିଲ ହେବାକୁ ସେ ଦୁଇ ନେତାଙ୍କୁ ନିମନ୍ତ୍ରଣ ଦେବେ ବୋଲି କୁହାଯାଉଛି । ଏନେଇ ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ ସୂଚନା ଦେଇଥିଲେ।

ଏହା ମଧ୍ୟ ପଢନ୍ତୁ-ଗୋଟଭଟା ଗାଁରେ ଲାଗିଲା ମାଓ ପୋଷ୍ଟର, 7ଟି ଜିଲ୍ଲାରେ ବନ୍ଦ ପାଳନ ଆହ୍ବାନ

ଇଟିଭି ଭାରତ, ଭୁବନେଶ୍ବର

Last Updated : May 9, 2023, 3:20 PM IST

ABOUT THE AUTHOR

...view details