ଓଡିଶା

odisha

ETV Bharat / state

ଆରମ୍ଭ ହେଲା ରାଜ୍ୟରେ ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନ - ଭୁବନେଶ୍ବର

ରାଜ୍ୟରେ ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 7, 2019, 11:10 AM IST


ଭୁବନେଶ୍ବର: ରାଜ୍ୟର ୩୭ ହଜାର ବୁଥରେ ବିଜେପି ସଭ୍ୟ ସଂଗ୍ରହ କରିବ । ଏହି କ୍ରମରେ ବିଜେପିର ୫୦ ଲକ୍ଷ ସଦସ୍ୟ ହାସଲ କରିବାର ଲକ୍ଷ୍ୟ ରଖିଛି । ଏଥିପାଇଁ 8980808080 ନମ୍ବରରେ ମିସ୍‌ଡ଼ କଲ କଲେ 10 ସଂଖ୍ୟା ବିଶିଷ୍ଟ ସଦସ୍ୟତା ନମ୍ବର ଆସିବ । ଏହା ସହିତ ନମୋ ଆପରେ ମଧ୍ୟ ସଦସ୍ୟତା ସଂଗ୍ରହ କରାଯାଇପାରିବ । ରାଜ୍ୟସ୍ତରୀୟ ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମରେ ଭୁବନେଶ୍ବର ଏକାମ୍ର ନିର୍ବାଚନମଣ୍ଡଳୀର ସୁନ୍ଦରପଦା ଠାରେ ୧୯୩,୧୯୬ ନଂ ବୁଥରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଦସ୍ୟତା ଅଭିଯାନର ମୁଖ୍ୟ ଅନନ୍ତ ନାୟକ, ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟସଭା ସଦସ୍ୟ ଅଶ୍ବିନୀ ବୈଷ୍ଣବ, ବରିଷ୍ଠ ବିଜେପି ନେତା ଦାମୋଦର ରାଉତ, କେଭି ସିଂହଦେଓ, ଖାରବେଳ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ରାଜ୍ୟରେ ଥିବା 37 ହଜାର ବୁଥରେ ସଦସ୍ୟତା ଅଭିଯାନ ଆରମ୍ଭ କରାଯିବା ସହ ପ୍ରତି ବୁଥରେ 100 ନୂତନ ସଦସ୍ୟଙ୍କୁ ସାମିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିସହ ପ୍ରତି ବୁଥରେ ପ୍ରତୀକାତ୍ମକ ଭାବେ 5ଟି ଲେଖାଏଁ ଵୃକ୍ଷରୋପଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସଦସ୍ୟତା ସଂଗ୍ରହ ଅଭିଯାନ 11 ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଅବସରରେ ସାଂସଦ ଅପରାଜିତା ଷଡଙ୍ଗୀ ମହିଳାଙ୍କୁ ବିଜେପିର ସଦସ୍ୟତା ଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ । ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଥିବା ପାଖାପାଖି 3700 ବୁଥରେ ସଦସ୍ୟତା ସଂଗ୍ରହ କରାଯିବ । ମୋଦି ସରକାରଙ୍କ 1 ଡ୍ରିମ 1 ଟିମ ଓ ସବ୍‌କା ସାଥ ସବ୍‌କା ବିକାଶ ଆଧାରରେ ସମସ୍ତଙ୍କୁ ବିକାଶର ପଥରେ ନିଆଯିବ ବୋଲି ଅପରାଜିତା କହିଛନ୍ତି ।

ସୂଚନାଯୋଗ୍ୟ, ଶନିବାର ଉତ୍ତରପ୍ରଦେଶର ବାରଣାସୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ସାରା ଦେଶରେ ସଦସ୍ୟ ସଂଗ୍ରହ କରିବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details