ଓଡିଶା

odisha

ETV Bharat / state

ଆଜିଠୁ ଭୁବନେଶ୍ବରରୁ ରାଉରକେଲାକୁ ଉଡ଼ିବ ବିମାନ - ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ଭୁବନେଶ୍ବରରୁ ରାଉରକେଲାକୁ ଉଡିବ ବିମାନ । ସକାଳ ୯ଟା ୨୦ରେ ଭିଡିଓ କନଫରେନ୍ସସିଂ ଜରିଆରେ ଆନୁଷ୍ଠାନିକ ଭାବେ ଭୁବନେଶ୍ଵର-ରାଉରକେଲା ବିମାନ ଉଡାଣର ଉଦଘାଟନ କରିବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ । ଅଧିକ ପଢନ୍ତୁ

Bhubaneswar to Rourkela flight
Bhubaneswar to Rourkela flight

By

Published : Jan 6, 2023, 5:26 PM IST

Updated : Jan 7, 2023, 8:40 AM IST

ଭୁବନେଶ୍ବରରୁ ରାଉରକେଲାକୁ ଉଡ଼ିବ ବିମାନ

ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ରାଉଲକେଲାକୁ ଉଡ଼ିବ ବିମାନ । ସକାଳ ୯ଟା ୨୦ରେ ଭିଡିଓ କନଫରେନ୍ସସିଂ ଜରିଆରେ ଆନୁଷ୍ଠାନିକ ଭାବେ ଭୁବନେଶ୍ଵର- ରାଉରକେଲା ବିମାନ ଉଡାଣର ଉଦଘାଟନ କରିବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ, ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଉପସ୍ଥିତ ରହିବେ । ତେବେ ଆଲାଏନ୍ସ ଏୟାର ଦ୍ଵାରା ଚଳାଚଳ କରିବାକୁ ଥିବା ଏହି ବିମାନରେ ଏକକାଳୀନ ୭୨ ଜଣ ଯାତ୍ରୀ ଯାତାୟାତ କରି ପାରିବେ । ସକାଳ 10ଟା 45ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ବନ୍ଦରରେ ଉପସ୍ଥିତ ରହି ଭୁବନେଶ୍ଵର- ରାଉରକେଲା ବିମାନ ଉଡ଼ାଣର ଫ୍ଲାଗ ଅଫ୍ କରିବେ ।

ଆଜି ସକାଳ 10ଟା 45ରେ ବିମାନ ଭୁବନେଶ୍ୱର ଛାଡ଼ିଲା ପରେ 11ଟା 40ରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବ । ଏହାପରେ ବିମାନ 12ଟା 05ରେ ରାଉରକେଲାରୁ ବାହାରି ଅପରାହ୍ନ 1ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ । 12 ତାରିଖରୁ ଭୁବନେଶ୍ଵରରୁ ରାଉରକେଲା ରୁଟିନ ଉଡାଣ ଆରମ୍ଭ ହେବ । ପ୍ରତିଦିନ ବିମାନ ଭୁବନେଶ୍ବରରୁ 2ଟା 55ରେ ଛାଡ଼ିବ ଓ ରାଉରକେଲାରେ 3ଟା 50ରେ ପହଞ୍ଚିବ । ଏହା ରାଉରକେଲାରୁ 4ଟା 15ରେ ବାହାରି ଭୁବନେଶ୍ବରରେ 5ଟା 10ରେ ପହଞ୍ଚିବ । ପ୍ରାରମ୍ଭିକ ଭାବେ ଭୁବନେଶ୍ବରରୁ ରାଉରକେଲା ବିମାନ ଭଡ଼ା 2803 ଟଙ୍କା ଥିବା ବେଳେ ରାଉରକେଲାରୁ ଭୁବନେଶ୍ଵର ବିମାନ ଭଡ଼ା 2721 ଟଙ୍କା ରହିଛି ।

ଏହା ମଧ୍ୟ ପଢନ୍ତୁ-ଫେବୃଆରୀରେ ଆସିପାରେ ରାଜ୍ୟ ବଜେଟ, ବସିଲା ପ୍ରି ବଜେଟ ପରାମର୍ଶ ବୈଠକ

ଏନେଇ ଭୁବନେଶ୍ଵର ବିମାନବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ଆଜି ଇନାଗୁରାଲ ଫ୍ଲାଇଟ ଅଛି । ବିମାନ ଉଡାଣର ଉଦଘାଟନ କରିବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ । ଏଥିସହ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ, ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ମନ୍ତ୍ରୀ ଅଶୋକ ପଣ୍ଡା । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ବନ୍ଦରରେ ଉପସ୍ଥିତ ବିମାନ ଉଡ଼ାଣର ଫ୍ଲାଗ ଅଫ କରିବେ । ଆଜି ଯେଉଁ ବିମାନ ଉଡାଣ ଅଛି ତାହା ଏଠାରୁ 10.45ରେ ବାହାରିବ ଏବଂ 11.40 ସେଠାରେ ପହଞ୍ଚିବ । ଏଥିସହ ସେଠାରୁ 12.05ରେ ବାହାରିବ ଭୁବନେଶ୍ବରରେ 1 ଟାରେ ପହଞ୍ଚିବ । ତେବେ ରେଗୁଲାର ବିମାନ ଉଡାଣ 12 ତାରିଖରୁ ହେବ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 7, 2023, 8:40 AM IST

ABOUT THE AUTHOR

...view details