ଓଡିଶା

odisha

ETV Bharat / state

ଭୁବନେଶ୍ୱରରୁ-ଦୁବାଇ ବିମାନ ଯାତ୍ରା, ପ୍ରଥମ ଦିନରେ ସାମିଲ ହେଲେ 173 ଯାତ୍ରୀ - ବିଶ୍ଵ ସଂଯୋଗୀକରଣ ବିକାଶ

ବିଶ୍ଵ ସଂଯୋଗୀକରଣ ବିକାଶର କେନ୍ଦ୍ରବିନ୍ଦୁ ପାଲଟିବ ଓଡ଼ିଶା । ଏହି ଅବସରରେ ଭୁବନେଶ୍ୱରରୁ ଦୁବାଇ ଅଭିମୁଖେ ଯାତ୍ରା କରୁଥିବା ପ୍ରଥମ ବିମାନକୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅଧିକ ପଢନ୍ତୁ

ଭୁବନେଶ୍ୱରରୁ ଦୁବାଇକୁ ବିମାନ ଯାତ୍ରା
ଭୁବନେଶ୍ୱରରୁ ଦୁବାଇକୁ ବିମାନ ଯାତ୍ରା

By

Published : May 15, 2023, 8:26 PM IST

Updated : May 15, 2023, 9:01 PM IST

bhubaneswar to dubai

ଭୁବନେଶ୍ବର:ଭୁବନେଶ୍ବରରୁ ଦୁବାଇକୁ ବିମାନ ଯାତ୍ରା । ପ୍ରଥମ ଦିନରେ ସାମିଲ ହେଲେ 173 ଯାତ୍ରୀ। ଯାହା ଅଭିବୃଦ୍ଧିର ଗ୍ଲୋବାଲ କନେକ୍ଟିଭିଟି କରିବା ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏହି ଅବସରରେ ଦୁବାଇ ବିମାନକୁ ମୁଖ୍ୟମନ୍ତ୍ରୀ ଫ୍ଲାଗ ଅଫ କରି ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ବସ୍ତରୀୟ ସଂଯୋଗ ହେଉଛି ସାମଗ୍ରିକ ବିକାଶର ଏକ ପ୍ରମୁଖ ଲକ୍ଷ୍ୟ । ଏହା ଶିଳ୍ପ ବିକାଶ ହେଉ, ପୁଞ୍ଜି ବିନିଯୋଗକୁ ସୁଗମ କରିବ, ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହିତ ଭାରତ ବାହାରେ ରହୁଥିବା ହଜାର ହଜାର ଓଡିଆ ଲୋକଙ୍କ ପାଇଁ ଯୋଗାଯୋଗ ର ଏକ ବଡ଼ ମାଧ୍ୟମ ସାଜିବ। ଦୁବାଇ ମଧ୍ୟ ପୂର୍ବର ଏକ ପ୍ରମୁଖ ଭ୍ରମଣ ଏବଂ ପର୍ଯ୍ୟଟନ ସଂଯୋଗ ଅଟେ। ଯାହା ୟୁରୋପୀୟ ଏବଂ ଆମେରିକାର ବଜାରକୁ ପ୍ରବେଶ ଦ୍ୱାର ଯୋଗାଇଥାଏ। ଆଜିକା ଦିନଟି ବିଶ୍ବର ସଂଯୋଗ ଆଡକୁ ଓଡିଶା ଏକ ନୂତନ ଅଧ୍ୟାୟ ଚିହ୍ନିତ ହୋଇଛି।

ତେବେ ଏହି ଉତ୍ସବକୁ ପାଳନ କରିବା ପାଇଁ ମିଶନ ଶକ୍ତିର ସଦସ୍ୟଙ୍କ ସମେତ ଓଡିଶାର ପ୍ରତିନିଧୀ, ବିଶ୍ବ ଦକ୍ଷତା କେନ୍ଦ୍ର, ସ୍ଵତନ୍ତ୍ର ବିକାଶ ପରିଷଦ, ପଞ୍ଚାୟତ ରାଜ ପ୍ରତିନିଧୀ ତଥା କ୍ରୀଡ଼ାବିତ୍ ମାନଙ୍କୁ ଏହି ଉତ୍ସଵ ରେ ଯୋଗ ଦେଇଛନ୍ତି। ସେହିପରି ଆଜି ବିମାନରେ ବିମାନ କର୍ମଚାରୀ ସମେତ ମୋଟ 173 ଜଣ ଯାତ୍ରୀ ଭୁବନେଶ୍ବରରୁ ଦୁବାଇ ଅଭିମୁଖେ ଯାତ୍ରା କରିଛନ୍ତି। ଓଡ଼ିଶାରୁ ଯାତ୍ରୀମାନଙ୍କୁ ଦେଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଉଡ଼ାଣ, ଓଡ଼ିଶା ଟୁରିଜିମ୍ କିଟ୍ ବ୍ୟାଗ୍ ସହିତ ଫ୍ଲାଏର୍ସଙ୍କୁ ସମ୍ମାନିତ କରାଯାଇଥିଲା।

ଏହା ମଧ୍ୟ ପଢନ୍ତୁ-Heat Wave Alert: ଆହୁରି ୨ଦିନ ସିଝିବ ସାରା ରାଜ୍ୟ, ୫ ଜିଲ୍ଲାକୁ ହିଟ ୱେଭ ୟେଲୋ ଓ୍ବାର୍ଣ୍ଣିଂ

ସୂଚନା ଅନୁଯାୟୀ, ଇଣ୍ଡିଗୋ ପକ୍ଷରୁ ଏ ସବୁ ସେବା ଦିଆଯାଇଛି। ସୋମବାର, ବୁଧବାର, ଶୁକ୍ରବାର ସପ୍ତାହରେ ୩ ଦିନ ଦୁବାଇକୁ ଉଡିବ ବିମାନ। ତେବେ ଆଜି ଦୁବାଇ ବିମାନ ସନ୍ଧ୍ୟା ୫ଟା 10 ରେ ପହଞ୍ଚିଥିବା ବେଳେ ଭୁବନେଶ୍ବର ରୁ ସନ୍ଧ୍ୟା ୬ଟା ୪୫ ରେ ଦୁବାଇ ଅଭିମୁଖେ ଯାତ୍ରା କରିଥିଲା। ରାଜ୍ୟ ସରକାରଙ୍କ ଉଦ୍ୟମରେ ଦୁଇ ବର୍ଷରେ ତିନୋଟି ବିମାନ ବିଦେଶକୁ ଉଡ଼ାଣ ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ବନ୍ଦ କରି ଦିଆଯାଇଥିଲା। ଏବେବି ବିଦେଶକୁ ଯାଉଥିବା 95%ରୁ ଅଧିକ ଯାତ୍ରୀ ଦିଲ୍ଲୀ, କୋଲକତା, ମୁମ୍ବାଇ, ବେଙ୍ଗାଲୁର ହୋଇ ବିଦେଶକୁ ଯାଉଛନ୍ତି। ଭୁବନେଶ୍ୱର ରୁ ବ୍ୟାଙ୍କକ୍‌କୁ ଏୟାର ଇଣ୍ଡିଆ ଓ ଏୟାର ଏସିଆ ବିମାନ ଉଡ଼ାଣ କରିଥିଲେ ହେଁ କିଛି ମାସ ଚଲାଇ ବନ୍ଦ କରିଥିଲା।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 15, 2023, 9:01 PM IST

ABOUT THE AUTHOR

...view details